ଅନାଥ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କ ମେଳରେ ୮୫ତମ ଜନ୍ମ ଦିନ ପାଳନ କଲେ ବୃଦ୍ଧା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନାଥ ଆଶ୍ରମ ପରିସର ଏବଂ କାଶୀନଗର ବ୍ଲକ ସ୍ଥିତ ଅଲଡା ଗ୍ରାମ ସ୍ଥିତ ବିଜୟାନନ୍ଦ ହାଇସ୍କୁଲରେ ଜଣେ ବାଦାନ୍ୟ ବ୍ୟକ୍ତି, ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ନିଆରା ଢଙ୍ଗରେ ପାଳନ କଲେ ଜନ୍ମ ଦିବସ । ଏଠାରେ ସୂଚନା ଯୋଗ୍ୟ ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରୀ ସାହିର ବାସିନ୍ଦା ସୀତାରାମ ମିଶ୍ରଙ୍କ ୮୫ତମ ଜନ୍ମ ଦିନ ଅବସରରେ ନବଜୀବନ ଆଶ୍ରମର ପ୍ରାୟ ୮୦ ଅନାଥ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ ଖାଦ୍ୟପାନୀୟ ବଣ୍ଟନ କରି ସେମାନଙ୍କ ମେଳରେ ଜନ୍ମ ଦିନ ପାଳନ କରିଥିଲେ । ଜନ୍ମ ଦିବସ ଅବସରରେ କୌଣସି ଜାକ ଜମକ ନଥାଇ ଏହିପରି ଭାବେ ଶିଶୁ ମାନଙ୍କୁ ଆହାର ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିବା ଏକ ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ କରାଯାଇଥିବାରୁ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି । ଶିଶୁ ମାନଙ୍କ ପାଇଁ ଜଳପାନ ବ୍ୟବସ୍ଥା କରାଯିବା ସହ ଅଲଡା ସ୍ଥିତ ବିଜୟାନନ୍ଦ ହାଇସ୍କୁଲର ପ୍ରାୟ ୫୦ରୁ ଉର୍ଦ୍ଧ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନବଜୀବନ ଟ୍ରଷ୍ଟ ପାରଳାଖେମୁଣ୍ଡି ଶାଖା ପରିଚାଳକ ଏସ୍.ଭି.ରାବଣା ସହଯୋଗ କରିଥିବା ବେଳେ ଅଲଡା ଗ୍ରାମର ବିଜୟାନନ୍ଦ ହାଇସ୍କୁଲ ଠାରେ ଶିକ୍ଷୟତ୍ରୀ ଅନୀତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବହୁ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।