ଜାତୀୟ ଶିକ୍ଷାନିତୀ ୨୦୨୦ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନୀତି ଆୟୋଗ ଭାରତ ସରକାରଙ୍କ ଆନୁକୁଲ୍ୟରେ ଭାରତୀୟ ଶିକ୍ଷଣ ମଣ୍ଡଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ଜାତୀୟ ଶିକ୍ଷା ନୀତି, ଶିକ୍ଷକ ମାନଙ୍କ ଭୂମିକା, ସଚେତନତା, ଆଭିମୁଖୀ କରଣ ଆଇନ ଦ୍ୱାରା ଅନୁମୋଦିତ ମୌଳିକ କ୍ରୀୟାକର୍ମ ଓ ଦାୟିତ୍ୱ ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦ୍ଘାଟନ କରିଥିଲେ । ନିତି ଆୟୋଗ ତରଫରୁ ଭାରତ ଶିକ୍ଷଣ ମଣ୍ଡଳର ସମ୍ପାଦକ, ଓଡିଶାର କୁମାର ଦିବାକର ନୂତନ ଶିକ୍ଷାନୀତି ୨୦୨୦ ବିଷୟରେ ପ୍ରାଞ୍ଜାଳ ଭାବେ ବୁଝାଇଥିଲେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ର ଆଭିମୁଖ୍ୟ ବୁଝାଇବା, ପ୍ରଚଳିତ ୧୦+୨ ସହିତ ୫+୩+୩+୪ ଅନୁଯାୟୀ ପାଠ ପଢାଇବା ବ୍ୟବସ୍ଥା ରହିଛି ବୋଲି କହିଥିଲେ । ଗଜପତି ଡାଇଟର ଶିକ୍ଷକ ପ୍ରଶିକ୍ଷକ ତ୍ରିଲୋଚନ ମହାଳିକ ବକ୍ତା ଭାବେ ଯୋଗଦେଇ ଦେଶରେ ବିଦ୍ୟାଳୟ ତଥା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ଆଣିବାପାଇଁ ଏହି ଶିକ୍ଷାନୀତି ଏକ ଆବଶ୍ୟକ ପଦକ୍ଷେପ ହେବ ବୋଲି କହିଥିଲେ । ପ୍ରଧାନ ଆଚାର୍ଯ୍ୟ ସୋରଜ କୁମାର ପଣ୍ଡା ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନିଶ୍ଚିତ ଭାବେ ଶିକ୍ଷକ ମାନେ ସଚେତନତ ହୋଇ ନିଜ ବିଦ୍ୟାଳୟରେ ଜଣେ ଉତ୍ତମ ଶିକ୍ଷକ ଭାବେ ପରିଚୟ ସୃଷ୍ଟି କରିବା ପାଇଁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ୭ଟି ବ୍ଲକର ଗୋଷ୍ଠି ଶିକ୍ଷା ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ୧୫ ଜଣ ସିଆର୍ସିସି ଓ ୭୦ଜଣ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ଉପସ୍ଥିତଥିଲେ ।


