ଅନାବନା ଲତା କବଜାରେ ନାଉଗାଁ ବ୍ଳକ କାର୍ଯ୍ୟାଳୟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏପରିକି ସ୍ୱଚ୍ଛତାକୁ ନେଇ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ସଚେତନତାମୂଳକ କାର୍ଯ୍ୟକ୍ରମମାନ କରାଯାଉଛି । ଗାଁ ଗହଳିର ଜନସାଧାରଣଙ୍କୁ ସ୍ୱଚ୍ଛତାର ବାର୍ତା ଦେବା ପାଇଁ ସଚେତନତା ରଥ ପରିକ୍ରମା କରୁଛି । ନିଜ ନିଜ ଅଂଚଳକୁ ସ୍ୱଚ୍ଛ ରଖିବା ପାଇଁ ବ୍ଳକ ପ୍ରଶାସନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବା ଦେଖାଯାଇଛି । କିନ୍ତୁ ଖୋଦ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କାର୍ଯ୍ୟାଳୟକୁ ଦେଖିଲେ ବ୍ଳକ ପ୍ରଶାସନ ସ୍ୱଚ୍ଛତା ଦିଗରେ କେତେ ସଚେତନ ତାହା ବେଶ ଅନୁମେୟ । ବ୍ଳକ କାର୍ଯ୍ୟାଳୟର ଚତୁଃପାଶ୍ୱର୍ରେ ଅନାବନା ଲତା ଓ ଗଛ ମାଡି ଯାଇଛି । ଦୀର୍ଘ ଦିନ ହେବ ଉକ୍ତ ଅନାବନା ଗଛକୁ ସଫା କରା ନ ଯିବା ଫଳରେ ବିଭିନ୍ନ ଲତା ଗୁଡିକ ତଳ ଠାରୁ ଉପର ମହଲା ପର୍ଯ୍ୟନ୍ତ ମାଡି ଗଲାଣି । ଏହି ଲତା ମାଡିବା ଫଳରେ କେତେ ବେଳେ ବିଷାକ୍ତ ସାପ ମଧ୍ୟ ଅବାଧରେ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ମଧ୍ୟ ରହିଛି । ବ୍ଳକ କାର୍ଯ୍ୟାଳୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ । ଏହାକୁ ସଫା ସୁତୁରା ରଖିବା ବ୍ଲକ ପ୍ରଶାସନର ଗୁରୁଦାୟିତ୍ୱ ଅଟେ । ଏହି କାର୍ଯ୍ୟାଳୟକୁ ବ୍ଳକର ୧୬ଟି ପଂଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ଆସିଥାନ୍ତି । ତେଣୁ ଅନାବନା ଲତା ମାଡିବା ଫଳରେ କାର୍ଯ୍ୟାଳୟ ଚତୁଃପାଶ୍ୱର୍ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଯଥାଶୀଘ୍ର ଏହାକୁ ସଫା କରିବା ପାଇଁ ଘୋଡାଂଶ ପଂଚାୟତର ସମିତି ସଭ୍ୟ ତରୁଣକାନ୍ତ ବାରିକଙ୍କ ସମେତ ବୁଦ୍ଧିଜୀବମାନେ ମତବ୍ୟକ୍ତ କରଛନ୍ତି । ଏ ବିଷୟରେ ବିଡିଓ ତପନ ମହାପାତ୍ରଙ୍କୁ ପଚାରିବାରେ ଯଥାଶୀଘ୍ର ଏହା ସଫା କରାଯିବାର ବ୍ୟବସ୍ଥା କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ