ଅନିୟମିତତା ଅଭିଯୋଗ ନେଇ ବିଜେପିର ଏନ୍ଏସି ଓ ଟିପିଏସଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ସହରରେ ବିଭିନ୍ନ କାର୍ଯ୍ୟାଳୟରେ ପୁର୍ବରୁ ଚାଲିଥିବା ବିିଭିନ୍ନ ବେଆଇନ କାର୍ଯ୍ୟକଳାପ ଓ ଅନିୟମିତା ଅଭିଯୋଗ କରି ଆଜି ବେଲଗୁଣ୍ଠା ବିଜେପି ତରଫରୁ ରଣହୁଙ୍କାର ଦେଇ ବିଜ୍ଞାପିତ ଅଞ୍ଚଳ ପରିଷଦ,ଟାଟା ପାୱାର କାର୍ଯ୍ୟାଳୟ ଘେରାଉ ସମେତ ବେଆଇନ୍ ବାଲି ଚାଲାଣ ନେଇ ଥାନାରେ ଦାବି ପ୍ରଦାନ କରାଯାଇଛି ।ଆଜି ପୁର୍ବାହ୍ନ ସମୟରେ ବେଲଗୁଣ୍ଠା ବିଜେପି ସଙ୍ଗଠକ ତଥା ଉପ ନଗରପାଳ ପ୍ରତିନିଧି ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର, ଏନ୍ଏସି ଉପାଧ୍ୟକ୍ଷା ଟି ବବିତା କୁମାରୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବେଲଗୁଣ୍ଠା ପରିଷଦ କାର୍ଯ୍ୟାଳୟ ଘେରାଉ କରିଥିଲେ ।ବେଲଗୁଣ୍ଠା ଏନଏସିରେ ହୋଇଥିବା ଏବଂ ଚାଲୁ ରହିଥିବା ବିଭିନ୍ନ ବିକାଶ ମୁଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବା ଅଭିଯୋଗ କରିଥିଲେ ।ବିକାଶ ନାମରେ ବେଲଗୁଣ୍ଠା ସହରର କୋଟି କୋଟି ଟଙ୍କା ଆତ୍ମସାତ ହେଉଛି ବୋଲି ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର ଅଭିଯୋଗ କରିଛନ୍ତି । କୌଣସି କାର୍ଯ୍ୟର ସଠିକ କାଗଜପତ୍ର ଉପାଧ୍ୟକ୍ଷାଙ୍କୁ ଜ୍ଞାତସାରକୁ ଆସୁନାହିଁ ବୋଲି ଏବଂ କାଗଜପତ୍ର ମାଗିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ବିଭିନ୍ନ ସ୍ଥାନରେ ଅନ୍ୟଥାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହେଉଥିବା ବେଳେ, କାର୍ଯ୍ୟସ୍ଥଳରେ ଫଳକ ନ ମାରିବାରେ ଦୁର୍ନୀତିର ଗନ୍ଧ ହେଉଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଥିଲେ । ଆହୁରି ମଧ୍ୟ ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କୁ ତାଙ୍କ ପଦମର୍ଯ୍ୟାଦାର ସମ୍ମାନ କାର୍ଯ୍ୟାଳୟରେ ଦିଆ ଯାଉ ନ ଥିବା ଏବଂ ତାଙ୍କୁ ଉପାଧ୍ୟକ୍ଷା ଭାବେ କୌଣସି ସ୍ୱତନ୍ତ୍ର ପ୍ରକୋଷ୍ଠ ଯୋଗାଇ ନ ଦେବା ଯୋଗୁଁ ବିଜେପି କର୍ମୀ ଓ ନେତା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଆଗାମୀ ଦିନରେ ସବୁ ଅଭିଯୋଗର ତୁରନ୍ତ ସମାଧାନ କରାଯିବା ପାଇଁ ପଦକ୍ଷେପ ନେବାପାଇଁ ସୁପାରିଶ କରାଯାଇଥିଲା ।ସେହିପରି ବିଦ୍ୟୁତ ବିଭାଗ ତରଫରୁ ଅନିୟମିତ ବିଦ୍ୟୁତ କାଟ କୁ ନେଇ କିଛି ଦିନ ହେଲା କୁହୁଳୁ ଥିବା ଜନଅସନ୍ତୋଷକୁ ବେଲଗୁଣ୍ଠା ବିଜେପି ତରଫରୁ ସମର୍ଥନ ଜଣାଇ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ‌। ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ବିନା ସୂଚନା ରେ ମରାମତି ନାମରେ ସବୁ ଦିନ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟି ସହରବାସୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଥିଲେ । ଫଳରେ ବେଲଗୁଣ୍ଠା ସହରରେ ବିଭିନ୍ନ ବିଦ୍ୟାଳୟରେ ପାଠପଢ଼ା ବ୍ୟାଘାତ ହେବା ସମେତ ସହରବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।କାରଣ ଜାଣିବା ପାଇଁ ଫୋନ୍ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଫୋନ୍ ଉଠାଉନଥିବା ଅଭିଯୋଗ କରିଥିଲେ । ତା ସହିତ ନୂତନ ବିଦ୍ୟୁତ ଯୋଗାଣ ପାଇଁ ବିଭିଗୀୟ ଯନ୍ତ୍ରୀ କୁଆଡେ ଲାଞ୍ଚ ମାଗନ୍ତି ବୋଲି କିଛି ଉପସ୍ଥିତ ବ୍ୟକ୍ତି ଅଭିଯୋଗ ମଧ୍ୟ କରିଥିଲେ ।ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ତରଫରୁ ଆଗାମୀ ଦିନରେ ଏ ସବୁ ସମସ୍ୟା ପାଇଁ ପଦକ୍ଷେପ ନେବା ସହିତ ଅଭିଯୋଗ କୁ ଗୁରୁତର ସହିତ ଗ୍ରହଣ କରିବା ନେଇ ମୌଖିକ ଭାବେ ପ୍ରତିଶୃତି ଦେଇଥିଲେ । ସେହିପରି ବେଲଗୁଣ୍ଠା ଉପକଣ୍ଠରେ ଥିବା ବଡନଦୀରୁ ସବୁବେଳେ ରାତିରେ ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ କରି ବେଲଗୁଣ୍ଠା ବିଜେପି ତରଫରୁ ବେଲଗୁଣ୍ଠା ଥାନାରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ଲଘୁ ଖଣିଜ ଦ୍ରବ୍ୟର ସୁରକ୍ଷା ଓ ଆଇନ୍ ଅନୁଯାୟୀ ଯୋଗାଣକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଥାନାଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ଲିଙ୍ଗରାଜ ପାତ୍ରଙ୍କ ସମେତ ନିର୍ବାଚନ ମଣ୍ଡଳୀ ଯୁବ ନେତା ଜିତେନ୍ଦ୍ର କୁମାର ନାୟକ,ପୁର୍ବତନ କାଉନସିଲର ତଥା ଯୁବ ନେତା ଯତୀନ କୁମାର ପାତ୍ର,ବରିଷ୍ଠ ନେତା ସଂଜୀବ ରେଡି, ପୁର୍ବତନ କାଉନସିଲର ରାଧାକୃଷ୍ଣ ସ୍ୱାଇଁ, ଗୌରାଙ୍ଗ ସାହୁ, କମଳା କାନ୍ତ ପତି ଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ