ଅନୁଭବରେ ଈଶ୍ୱର: ଏକ ସଂକଳନ ‘ଦିବ୍ୟଦର୍ଶନ’ ଲୋକାର୍ପିତ
ପୁରୀ (ଜୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଚନ୍ଦ୍ରଶେଖର ପାଠାଗାର ପରିସରରେ ସ୍ନାନପୂର୍ଣ୍ଣିମା ତିଥିରେ ଦିବ୍ୟଦର୍ଶନ ପରିବାର ପକ୍ଷରୁ ସୋମବାର ପୂର୍ବାହ୍ନ ୧୦ଟାରେ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଯୋଗଦେଇ ଅନୁଭବରେ ଈଶ୍ୱର: ଏକ ସଂକଳନ ‘ଦିବ୍ୟଦର୍ଶନ’କୁ ଲୋକାର୍ପଣ କରିଥିଲେ । ଅନୁଭବ ବାଣ୍ଟିବାର ଆବଶ୍ୟକତା ରହିଛି । ମୁନି ଋଷିମାନେ ଏହି କାର୍ଯ୍ୟ କରିଯାଇଛନ୍ତି । ଅନୁଭବ ବାଣ୍ଟିଲେ ସମାଜକୁ ଦିଗ୍ଦର୍ଶନ ମିଳିଥାଏ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ପ୍ରିୟପତ୍ରର ସଂପାଦକ ବିପିନବିହାରୀ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବରିଷ୍ଠ ଔପନ୍ୟାସିକ ସୁନୀଲ ମିଶ୍ର (ମୈତ୍ରେୟ), ଗୋଲୋକ ବିହାରୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ମନୋରମା ପାତ୍ର ଅତିଥିଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ ସଂକଳନର ସଂପାଦିକା ପ୍ରବାସିନୀ ମିଶ୍ର ସଂକଳନର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଐଶ୍ୱର୍ଯ୍ୟା ଦାଶ ସ୍ୱାଗତ ସଂଗୀତ ଏବଂ ବାଣୀବନ୍ଦନା ଗାନ କରିଥିଲେ । ପରେ କ୍ରିଷ୍ଣା ମହାପାତ୍ର, ପ୍ରତିଭା ତ୍ରିପାଠୀ, ମନୋରମା ପାତ୍ରଙ୍କ ସଂଯୋଜନାରେ ରଜତ ମହାନ୍ତି, ପଦ୍ମଚରଣ ଖୁଣ୍ଟିଆ, ସୁମିତା ବେହେରା, ସୁଚିସ୍ମିତା ମହାନ୍ତି, କଣ୍ଡୁରୀ ଚରଣ ରାଉତ, ସୁବାସ ଚନ୍ଦ୍ର ବେହେରା, ଶରତ କୁମାର ସାହୁ, ରାମଚନ୍ଦ୍ର ସାହୁ, ସୁରେନ୍ଦ୍ରନାଥ ଗୁରୁ, ଶ୍ରୀମାନ୍ ସର୍ବଗିଳା, ବିରଞ୍ଚିନାରାୟଣ ମଲ୍ଲିକ, ଦାମୋଦର ମହାନ୍ତି, ଲକ୍ଷ୍ମୀପ୍ରିୟା ଦାଶ, ବୈଜୟନ୍ତୀ ସାହୁ, ବେଣୁଧର ସୁତାର, ପ୍ରଦୀପ କୁମାର ମହାପାତ୍ର, ଶ୍ୟାମପ୍ରକାଶ ସେନାପତି, କନକଲତା ଦାସ, ସ୍ମୃତିରଂଜନ ପାତ୍ର, ଅମୂଲ୍ୟବାଳା ପଟ୍ଟନାୟକ, ଉମାକାନ୍ତ ମହାପାତ୍ର ପ୍ରମୁଖ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଶେଷରେ ମନୋରମା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓମ୍ପ୍ରକାଶ ଦାଶ, ରଜତ ମହାନ୍ତି, ସୁକାନ୍ତ ରାଉତରାୟ, ରଚିତା ରାଉତରାୟ, ସୁନୀଲ କୁମାର ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ ।


