ଅନୁସୂଚିତ ଓ ଦଳିତ ବର୍ଗଙ୍କ ଉପରେ ଅତ୍ୟାଚାରକୁ ବିରୋଧ,କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁସୂଚିତ ଜାତି ଓ ଉପ-ଜାତିବର୍ଗଙ୍କ ଉପରେ ଆକ୍ରମଣ ହେଉଥିବା ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଏସିମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲଳପାଳଙ୍କୁ ସାକ୍ଷାତ ସହ ଶାସକଦଳର ଅରାଜକତା ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅଭାବରୁ ଅନୁସୂଚିତ ଜାତି ଓ ଉପଜାତି ବର୍ଗର ଲୋକଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ମୋର୍ଚ୍ଚା ପକ୍ଷରୁ ଆରୋପ ହୋଇଛି । ବିଶେଷ କରି ରାଜ୍ୟରେ ହେଉଥିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦଳିତ ବ୍ୟକ୍ତିଙ୍କ ଉପରେ କ୍ଷମତାସୀନ ଶାସକ ଦଳର ନେତାଙ୍କ ଇଙ୍ଗିତରେ ଆକ୍ରମଣ ହେଉଥିବା ମୋର୍ଚ୍ଚାର କର୍ମକର୍ତ୍ତାମାନେ କହିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ମୋର୍ଚ୍ଚାର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।ଏହି ଅବସରରେ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ମୋର୍ଚ୍ଚା ପ୍ରଭାରୀ ଡ଼. ରବିନାରାୟଣ ବେହେରା, ପୂର୍ବତନ ବିଧାୟକି ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଈଶ୍ୱର ଚନ୍ଦ୍ର ବେହେରାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥସିତ ଥିଲେ ।