ଅନୁୁଗୁଳରେ ଭୟାବହ ଅଗ୍ନିକାଣ୍ଡ ୭୦ ବଖରା ଘର ଧ୍ୱଂସ
ଅନୁଗୁଳ ଜିଲ୍ଲା ଆଠ ମଲ୍ଲିକ ବ୍ଲକ ଭୋଗରା କିଶାନ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନକାଣ୍ଡରେ ୪୦ ପରିବାରର ୭୦ ବଖରା ଘର ସଂପର୍ଣ୍ଣ ଧ୍ୱସଂ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଥିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ନିଆକୁ ଆୟତ କରିଥିଲେ । ସୁୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସାଢେ ୧ ଟା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଏହି ପରି ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ତହସିଲଦାର ଓ ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।