ନିର୍ବାଚନ ବଣ୍ଡର ତଥ୍ୟ ଇସିଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନିର୍ବାଚନ ବଣ୍ଡର ରସିଦ ଓ ଭୋଟର ମତଦାତା ମାନଙ୍କର ସମସ୍ତ ତଥ୍ୟ ଜଉମୁଦ ଲଫାପାରେ ସିଲ୍ କରି ଇସିଙ୍କ ନିକଟରେ  ଦାଖଲ କରିବା ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କୁ ଶୁକ୍ରବାର ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶରେ ସୁପ୍ରିମକୋର୍ଟ ଚାନ୍ଦା ଆଦାୟର ଅର୍ଥର ସମସ୍ତ ବିବରଣୀ ମେ ୩୦ ତାରିଖ ସୁଦ୍ଧା ନିର୍ବାଚନ କମିସନରଙ୍କୁୁୁୁ ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ,ଜଷ୍ଟିସ ଦୀପକ ଗୁପ୍ତା ,ଓ ସଞ୍ଜିବ ଖାନାଙ୍କ ଆଜି ଏହି ଭଳି ନିର୍ଦେଶ ଦେଇଛନ୍ତି । ନିର୍ବାଜନ ବଣ୍ଡର ରସିଦ ବୈଧତାକୁ ଚ୍ୟାଲେଞ୍ଜ କରି ଏଡିଆର ନାମକ ଏକ ସ୍ୱେଛାସେବୀ ସଂଗଠନ ଆବେଦନ କରିଥିଲେ ।ଦାତା ମାନଙ୍କର ନାମ ସର୍ବସାଧାରଣରେ ପ୍ରକାଶ କରାଯାଉବୋଲି ସ୍ୱେଛାସେବୀ ସଂଗଠନ ପକ୍ଷରୁ ନିର୍ବାଚନରେ ସ୍ୱଛତା ଆଣିବା ପାଇଁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ