ଅନୈତିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ମାନଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଜିଲ୍ଲାର ସାମ୍ବାଦିକ ମାନେ ଏନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିବା ସହିତ ଆଲୋଚନା ମଧ୍ୟ କରିଛନ୍ତି । ଅଭିଯୋଗ ଅନୁଯାୟୀ ମହାକାଳପଡ଼ା ଥାନା ଅନ୍ତର୍ଗତ ଓଳିଆ ଗ୍ରାମର ଭୀମସେନ୍ ସେଠି ନାମକ ଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିୟମିତ ବସାଉଠା କରିବା ସହିତ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ନାନାଦି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ସର୍ବସମ୍ମୁଖରେ ସାମ୍ବାଦିକ ମାନଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଧମକଚମକ ଦେବା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କୌଣସି କାର୍ଯ୍ୟରେ ଆସୁଥିବା ବ୍ୟକ୍ତିଙ୍କ ଠାରୁ ମିଥ୍ୟା କହି ଅର୍ଥ ଆଦାୟ କରିବା, ବିଭିନ୍ନ ସରକାରୀ ଅଧିକାରୀ, ଜନପ୍ରତିନିଧି, ପୋଲିସ, ସାମ୍ବାଦିକ, ସମ୍ବାଦପତ୍ର ଓ ନ୍ୟୁଜ ଚ୍ୟାନେଲ ନାମରେ ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଭାଷାରେ ଲେଖିବା ପ୍ରଭୃତିି କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଅମ୍ରିତ ରୁତୁରାଜ ଓ ଆରକ୍ଷୀ ଅଧିକ୍ଷକ ସମ୍ବିତ୍ ସମ୍ପଦ ମଡ଼କରଙ୍କ ନିକଟରେ ଦାବି କରିଛନ୍ତି । ତେବେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିଙ୍କୁ ଜିଲ୍ଲାପ୍ରଶାସନର ସମସ୍ତ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ ଉପରେ କଟକଣା ଲାଗୁ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ସାମ୍ବାଦିକ ଜୀବନ ସିଂ, ମାତୃଦତ୍ତ ମହାନ୍ତି, ଲକ୍ଷ୍ମୀକାନ୍ତ ନାୟକ, ମହେଶ୍ ପାଢୀ, ଦିଲ୍ଲୀପ ମହାନ୍ତି, ପ୍ରଦୀପ ସାହୁ, ବଲରାମ ବେହେରା, ଦୂର୍ଗା ପ୍ରସାଦ ପତି, ସେକ୍ ସଇଫୁଲା, ହରେକୃଷ୍ଣ ବେହେରା, ବିରେନ୍ଦ୍ର ଦାସ, ସନ୍ତୋଷ ପୋଥାଳ, ମାନସ ମଲ୍ଲ, ମୃତ୍ୟଞ୍ଜୟ ପରିଡା, ଅସିତ୍ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ