ଶ୍ରୀବଳଦେବଜୀଉଙ୍କ ଝୁଲଣଯାତ୍ରା ଆରମ୍ଭ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ଝୁଲଣ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି। ଏଥର ଛଅ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। କାରଣ ଶ୍ରାବଣ ମାସ ଶୁକ୍ଳପକ୍ଷ ଷୋଳ ଦିନ ଥିବାରୁ ଦଶମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ସମ୍ପନ୍ନ ହେବା ପରେ ବାସୁଦେବ ମନ୍ଦିରରୁ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ରାଧାକୃଷ୍ଣଙ୍କୁ ଭଣ୍ଡାର ଗୃହରୁ ଆସିଥିବା ଗହଣା ଓ ନୂତନ ବସ୍ତ୍ର ପିନ୍ଧାଯାଇ ସେବକଙ୍କ ଦ୍ୱାରା ବିଜେ କରାଯାଇ ଥିଲା। କୁଞ୍ଜଘରେ ରାଧାକୃଷ୍ଣଙ୍କ ଦିବ୍ୟଲୀଳା ଭକ୍ତଙ୍କୁ ବିମୋହିତ କରିଥିଲା। ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କୀର୍ତ୍ତନ୍ ସାଙ୍ଗକୁ ଚମ୍ପୁ ଛାନ୍ଦ ଲୋକକଳା ପରିବେଷଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ