ଅନ୍ତରଙ୍ଗ ମୁହୂର୍ତ୍ତରେ ସ୍ତ୍ରୀଙ୍କ ଗଳା କାଟିଲେ ସ୍ବାମୀ

ସାଓ ପାଓଲା: ଜଣେ ୨୧ ବର୍ଷୀୟ ଯୁବକ ବେଶ୍‌ ଅନ୍ତରଙ୍ଗ ମୁହୂର୍ତ୍ତରେ ବ୍ଲେଡ୍‌ ଦ୍ବାରା ପତ୍ନୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ୍‌ର ସୂଚନା ଅନୁସାରେ ଅଭିଯୁକ୍ତ ସ୍ବାମୀ ଜଣକ ଏହାକୁ ସ୍ବୀକାର କରିବା ସହିତ ନିଜକୁ ମଧ୍ୟ ଶେଷ କରିବା ପାଇଁ ଉଦ୍ୟମ କରିଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ମାମଲାରେ ସ୍ବାମୀଙ୍କୁ ପୋଲିସ୍‌ ଗିରଫ କରିଛି । ଏପରି ଏକ ଘଟଣା ଘଟିଛି ବ୍ରାଜିଲ୍‌ର ସାଓ ପାଓଲେଠାରେ । ୨୧ ବର୍ଷୀୟ ଅଭିଯୁକ୍ତ ମର୍ସିଲୋ ତାଙ୍କ ସ୍ତ୍ରୀଙ୍କୁ ୨୨ ବର୍ଷ ବୋଲି ଜଣାପଡିଛି । ପୁଲିସ୍‌ କହିବା ନୁସାରେ ଈର୍ଷା କାରଣରୁ ସ୍ବାମୀ ଜଣକ ଏପରି କାଣ୍ଡ ଘଟାଇଛନ୍ତି । ୨୨ ଡିସେମ୍ବର ୨୦୧୯ରେ ଏହି ଘଟଣା ଘଟିଥିବାବେଳେ ୬ ସପ୍ତାହ ପରେ ପୋଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ମିଳିଥିବା କିଛି ପ୍ରମାଣ ମିଳିଥିବାବେଳେ ଅଭିଯୁକ୍ତ ଜଣକ ଏହି ମାମଲାକୁ ନେଇ ଭିନ୍ନ ଭିନ୍ନ ବୟାନ ଦେଇଥିଲା । ପୋଲିସ୍‌ କହିବାନୁସାରେ ସ୍ତ୍ରୀ ଜଣକ ତୃତୀୟ ଥର ପାଇଁ ଗର୍ଭବତୀ ହେବା ପରେ ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବାବେଳେ ସ୍ବାମୀଙ୍କର ଅବସ୍ଥା ବେଶ୍‌ ଗମ୍ଭୀର ଥିଲା । ତାଙ୍କର ମଣିବନ୍ଧ ଓ ବେକରେ କାଟିବାର ଚିହ୍ନ ରହିଥିଲା । ନିଜକୁ ପୀଡ଼ିତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ ସ୍ବାମୀ ଜଣଙ୍କ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ