ନିୟନ୍ତ୍ରଣ ବାହାରେ କରୋନା : ମୃତ୍ୟୁ ସଂଖ୍ୟା ୧୬୬୦ ଛୁଇଁଲା
ଚୀନ୍ : ଚୀନରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଉଛି । ଏହି ରୋଗରେ ମୃତକଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି । ଗତକାଲି ୧୪୩ଜଣଙ୍କ ମୃତ୍ୟୁ ହୋଇଛି । କେବଳ ହୁବେଇରେ କରୋନା ଭାଇରସ ଲାଗି ୧୩୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣ ୧୮୪୩ ଜଣଙ୍କ ଠାରେ ନୂତନ ଭାବେ ଦେଖିବାକୁ ମିଳିଛି । ଚୀନରେ ଏବେ କରୋନା ଭାଇରସ ଯୋଗୁଁ ୬୮ ହଜାରରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି । କରୋନାକୁ ବିଶ୍ବ ସଂକଟ ଭାବେ ଘୋଷଣା କରିଛି ଡବ୍ଲୁଏଚ୍ଓ ।


