ଅନ୍ତର୍ଜାତୀୟ ଯୋଗ ଦିବସରେ ମତ ଦୈନିକ ଯୋଗ ସୁସ୍ଥ ଜୀବନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ତରଫରୁ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ କଲେଜର ଆଇକ୍ୟୁଏସି ତରଫରୁ ସଂଯୋଜନା କରାଯାଇଥିବା ସ୍ଥଳେ କଲେଜର ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ସୋସାଇଟି, ସ୍କାଉଟ୍ ଆଣ୍ଡ ଗାଇଡସ୍‌, ଏନ୍‌.ସି.ସି ସହିତ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ, ଯୋଗ ମହୋତ୍ସବ ସମିତିର କର୍ମକର୍ତ୍ତାମାନେ ଯୋଗଦେଇ ଯୋଗଦିବସକୁ ଖୁବ୍ ଉତ୍ସାହିତ କରିଥିଲେ । ଅନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱକୁ ପ୍ରଥମେ ଯୋଗାର୍ଥୀମାନଙ୍କୁ ପରାମର୍ଶ ଦେଇ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ଯୋଗ ପାଇଁ ଆଜି ବିଶ୍ୱରେ ଭାରତର ନାମ ଯେ କେତେ ଆଗକୁ ଯାଇଛି ତାର ପ୍ରମାଣ ସ୍ୱରୂପ ଯୋଗ ଆଜି ବିଶ୍ୱରେ ଏକ ଅତି ଆବଶ୍ୟକ କର୍ମ ହୋଇଯାଇଛି ବୋଲି କହିଥିଲେ ।କଲେଜର ଉପାଧ୍ୟକ୍ଷ ଡ. ହଟକେଶ୍ୱର ସେନାପତି ଯୋଗର ମହତ୍ତ୍ୱକୁ ମନେ ପକାଇ ସବୁ ରୋଗର ମୂଳକୁ ନିପାତ କରିବାରେ ଯୋଗର ଭୂମିକା ରହିଛି ବୋଲି କହିଥିଲେ । ଯୋଗ ଶିକ୍ଷାକୁ ଖୁବ୍ ଆଗକୁ ନେବାକୁ ଯୋଗ ପ୍ରଶିକ୍ଷିକା ଓ ଗଣିତ ବିଭାଗର ମୁଖ୍ୟ ମଧୁସ୍ମିତା ମହାନ୍ତି ପ୍ରେରଣା ଦେଇଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପିକା ଓ ଆଇକ୍ୟୁଏସି ତରଫରୁ ଗାର୍ଗୀ ବାନାର୍ଜୀ ଯୋଗ କଲେ ଦେହ ସୁସ୍ଥ ରୁହେ ବୋଲି ପରାମର୍ଶ ଦେଇଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଓ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଯୋଗ ପାଇଁ କଲେଜର ପିଲାମାନଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ଦେଇ ପିଲାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲେ । ରାଜନୀତି ବିଜ୍ଞାନର ଅଧ୍ୟାପକ ଓ ଯୁବ ରେଡ଼କ୍ରସ ସୋସାଇଟିର ଯୁବ ପରାମର୍ଶଦାତା ପ୍ରବୀଣ କୁମାର ସାହୁ ପିଲାମାନଙ୍କୁ ଏକଜୁଟ କରି ତାଙ୍କ ମଧ୍ୟରେ ଯୋଗର ପ୍ରସାର ପାଇଁ ପରାମର୍ଶ ଦେଇଥିଲେ । ସ୍କାଉଟ ଆଣ୍ଡ ଗାଇଡ୍‌ସର ରେଞ୍ଜର ଓ ରୋଭର ଭାବରେ ଅଧ୍ୟାପିକା ସସ୍ମିତା ଷଡ଼ଙ୍ଗୀ ଓ ଅଧ୍ୟାପକ ଧନଞ୍ଜୟ ଭୂୟାଁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏନ୍‌ସିସିର ଅଫିସର ଆୟୁଷ ରାଜପୁତ ଅନେକ କଥା କହି ଶରୀର ପାଇଁ ଯୋଗର ମହତ୍ତ୍ୱ ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ସହିତ କଲେଜର ୧୫୦ରୁ ଅଧିକ ପିଲାମାନଙ୍କ ସହିତ କଲେଜର ସବୁ ଅଧ୍ୟାପକ, ଅଧ୍ୟାପିକା ସହିତ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ଯୋଗଶିକ୍ଷା କରିଥିଲେ । ଯୋଗ ମହୋତ୍ସବର ଶିକ୍ଷାର୍ଥୀମାନେ ମଧ୍ୟ ଅନେକ ଉତ୍ସାହର ସହିତ କଲେଜର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ଯୋଗ ମହୋତ୍ସବ, ରାଷ୍ଟ୍ରୀୟ ଯୋଗ ସଂସ୍ଥାନ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ସ୍ଥଳେ ବିଭୁ ପଦାରବିନ୍ଦ ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ