ଅନ୍ଧାରରେ ନାଉଗାଁ କୃଷି କାର୍ଯ୍ୟାଳୟ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଲକର ୧୬ଟି ପଂଚାୟତରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବନ ନିର୍ବାହ କରିଥାନ୍ତି । ମାତ୍ର ନାଉଗାଁ ବ୍ଳକରେ ଥିବା କୃଷି ବିଭାଗ ଦୀର୍ଘ ଦିନ ହେବ ଅବହେଳିତ ଅବସ୍ଥାରେ ରହିଅଛି । ପ୍ରଶାସନିକ ଓ ରାଜନୈତିକ ଦୃଷ୍ଠିକୋଣରୁ କାହାର ବି କୃଷି ବିଭାଗ ଉପରେ ଆନ୍ତରିକତା ନଥିବା ଦେଖିବାକୁ ମିଳୁଛି । ସବୁଠୁ ଗୁରୁତପୂର୍ଣ୍ଣ କଥା ହେଲା ସରକାରଙ୍କର ପକ୍ଷରୁ ଡିଜିଟାଲ ଇଣ୍ଡିଆ ଘେଷଣା କରାଯାଇଥିବା ବେଳେ ଏହି କାର୍ଯ୍ୟାଳୟ ଆରମ୍ଭ ହେବା ଦିନଠାରୁ ଡିଜିଟାଲ ଇଣ୍ଡିଆ ଦୁରର କଥା ବିଜୁଳି ବତୀଟିଏ ଜଳି ପାରିନାହିଁ । ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ କୃଷି ସାମଗ୍ରୀ ଯୋଗାଇ ଦେବା ପାଇଁ କୃଷକମାନଙ୍କର ନାମ ଅନ୍‌ଲାଇନ୍ ମାଧ୍ୟମରେ ପଂଜିକରଣ କରିବା ବ୍ୟବସ୍ଥା ରହିଛି । କିନ୍ତୁ ଏହି କାର୍ଯ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ହୋଇନଥିବା କାରଣରୁ କୃଷି ଅଧିକାରୀ ମାନେ ଅନଲାଇନରେ ପଂଜିରକଣ କରି ପାରୁ ନାହାନ୍ତି । ଫଳରେ ଚାଷୀମାନେ କୃଷି ସାମଗ୍ରୀ ପାଇବା ପାଇଁ ବାହାରେ ବୁଲି ଆବେଦନ କରୁଥିବା ଜଣାଯାଇଛି । ଅନ୍ୟପଟରେ ଏହି କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିବା କମ୍ପୁଟର ଆଦି ବୈଦ୍ୟୁତିକ ସାମଗ୍ରୀ ଖତ ଖାଉଥିବା ବେଳେ ପଂଜିକରଣ ଦାୟିତ୍ୱରେ ଥିବା କର୍ମଚାରୀ ମୋବାଇଲି ଆପରେ କୃଷି ପଂଜିକରଣ କରୁଥିବା ଦେଖିବାକୁ ମିଳୁଛି । ଏପରିକି କୃଷକମାନଙ୍କ ପାଇଁ କୃଷି ସୂଚନା ପରାମର୍ଶ କେନ୍ଦ୍ର ନିର୍ମାଣ କରାଯାଇଥିଲେ ମଧ୍ୟ ଦିର୍ଘଦିନ ହେବ ଏହି କମିଟି ଗଠନ ହୋଇପାରୁନାହିଁ । ଦୀର୍ଘଦିନ ଧରି ଆତ୍ମା କମିଟି ଗଠନ ହୋଇ ନଥିବାରୁ କୃଷକ ମାନଙ୍କ ପାଇଁ ବିଭିନ୍ନ ଯୋଜନା ତଥା କାର୍ଯ୍ୟକ୍ରମରେ ସମସ୍ୟା ଦେଖାଦେଇଛି । ମୃତିକା ପାଇଁ ପଞ୍ଜୀକରଣ ବ୍ୟବସ୍ଥା,ଅତ୍ୟାଧୁନିକ ପଦ୍ଧତିରେ ଚାଷ ଓ ଇଂଟରନେଟ୍ ଜରିଆରେ ସମସ୍ତ ଚାଷଭିତିକ କାର୍ଯ୍ୟକ୍ରମ ଏକ ପ୍ରକାର ବନ୍ଦ ହୋଇଯାଇଛି । ତେଣୁ କୃଷି ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିଲେ ମଧ୍ୟ ସରକାରଙ୍କର ନାଉଗାଁ ବ୍ଲକ କୃଷି ବିଭାଗ ପ୍ରତି ଅଣଦେଖାକୁ ନେଇ ବୃଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ବ୍ଲକ କୃଷି କାର୍ଯ୍ୟାଳୟକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ପାଇଁ ନାଉଗାଁ ବ୍ଲକର କ୍ରମେଡ ସୁବାସ ସ୍ୱାଇଁ, ପାରାଦ୍ୱିପ ପୋର୍ଟ ଟ୍ରଷ୍ଟର ପୁର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର, ସମାଜେସେବୀ ଅଶୋକ କୁମାର ମହାନ୍ତି, ପ୍ରସନ୍ନଜିତ ସାହୁ,ପ୍ରଦୋଶ ମହାନ୍ତିଙ୍କ ସମେତ ବିଭିନ୍ନ ସଂଘ ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ