ଅନ୍ଧାରରେ ୩୮୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ : ଓଡ଼ିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସରକାର ବିଭିନ୍ନ ସମୟରେ ବହୁ ଆନ୍ତର୍ଜାତିକ କ୍ରୀଡ଼ାକୁମ୍ଭର ଆୟୋଜନ କରି ଓଡ଼ିଶାକୁ କ୍ରୀଡ଼ା ରାଜଧାନୀ କରିବାର ଗୌରବ ମଣ୍ଡନ କରାଇଛନ୍ତି । ହେଲେ ଦୀପ ତଳ ଅନ୍ଧାର ଭଳି ରାଜଧାନୀର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଭବିଷ୍ୟତ ବର୍ତ୍ତମାନ ଅନ୍ଧାରରେ । ସେଠାରେ ଶିକ୍ଷା ଗ୍ରହଣ କରୁଥିବା ୩୮୦ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ରାଜରାସ୍ତାରେ । ବିଭାଗୀୟ ସଚିବ ଶ୍ରୀ ବିଶାଳ ଦେବଙ୍କ ମନୋମୁଖୀ ଓ ଦାୟିତ୍ୱହୀନ ନିଷ୍ପତ୍ତି ଯୋଗୁ ଆଜି ଏହି ଅନୁଷ୍ଠାନରେ ସଙ୍ଗୀନ ପରିସ୍ଥିତ ସୃଷ୍ଟି ହୋଇଛି । ୧୯୫୭ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ପ୍ରଥମେ କଟକ ବାରବାଟୀ ଷ୍ଟାଡ଼ିୟମ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ୧୯୯୪ ମସିହା ଠାରୁ •ଲୁ ରହିଥିଲା । ବିଭିନ୍ନ ସମୟରେ ଏହି ଅନୁଷ୍ଠାନରେ ଛାତ୍ରଛାତ୍ରୀମାନେ ମଧ୍ୟ ଅନେକ ଆନ୍ତର୍ଜାତୀୟସ୍ତରର ମ୍ୟାଚ୍ରେ ପରି•ଳନା କରିବା ପାଇଁ ସହଯୋଗ କରି ଆସିଥାନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଶାରୀରିକ ଶିକ୍ଷା ପ୍ରଦାନ ପାଇଁ ନିଯୁକ୍ତ ଶିକ୍ଷକମାନେ ଏହି ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରିଥାନ୍ତି । ଯଦି ଏହି ଶିକ୍ଷାନୁଷ୍ଠାନ ରହିବ ତେବେ ଶାରୀରିକ ଶିକ୍ଷା ପ୍ରଦ।।ନ କ୍ଷେତ୍ରରେ ଭବିଷ୍ୟତରେ ବହୁ ଅସୁବିଧା ସୃଷ୍ଟି ହେବ । ଏହି ଅନୁଷ୍ଠାନରୁ ଏନ୍ସିଟିଇ ତାର ସ୍ୱୀକୃତି ପ୍ରତ୍ୟାହାର କରିନେଇଛି । କୌଣସି ଆନୁସଙ୍ଗିକ ଭିତ୍ତିଭୂମି ନଥିବାରୁ ସ୍ୱୀକୃତି ପ୍ରଦାନ ପ୍ରତ୍ୟାହାର କରି ନିଆଯାଇଛି । ଏ ସଂକ୍ରାନ୍ତରେ ଏନ୍ସିଟିଇ ମଧ୍ୟ କ୍ରୀଡ଼ା ବିଭାଗକୁ ଜଣାଇବା ପରେ ବିଭାଗ କୌଣସି ପଦକ୍ଷେପ ନେଲା ନାହିଁ । ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ ଏହି ଶିକ୍ଷାନୁଷ୍ଠାନକୁ ସୁରକ୍ଷା ଦୃଷ୍ଟିରୁ ବିଭାଗ କଳିଙ୍ଗ ଷ୍ଟାଡ଼ିୟମ ପରିସରରୁ ହଟାଇ ନେଇଛନ୍ତି । ପାହାଳ ନିକଟସ୍ଥ ଜୋହଳରେ ଥିବା ଆପେକ୍ସ ଇଞ୍ଜିନିୟରିଂ କଲେଜକୁ ଏହି ଅନୁଷ୍ଠାନକୁ ଉଠାଇ ନିଅଯାଇଛି । ଅନୁଷ୍ଠାନରେ ପାଖାପାଖି ୮୦% ସରଞ୍ଜାମ ଆପେକ୍ସ କଲେଜକୁ ସ୍ଥାନାନ୍ତରିତ ହୋଇସାରିଛି । ବାର୍ଷିକ ୭୦ ଲକ୍ଷ ଟଙ୍କା ଭାଡ଼ା ସୂତ୍ରରେ ଏହି ଅନୁଷ୍ଠାନ ସେଠାରେ •ଲିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଏ ପର୍ଯ୍ୟନ୍ତ ସରକାରୀସ୍ତରରେ କୌଣସି ଚୁକ୍ତିନାମା ନହୋଇ ଏତେବଡ଼ ନିଷ୍ପତ୍ତି କିପରି ହେଲା । କିଏ ଏବଂ କେଉଁ ନ୍ୟସ୍ତସ୍ୱାର୍ଥରେ ସରକାରଙ୍କର ଏହି ଗୁରୁଦ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଏଠାରୁ ଉଠାଇଲା ଏବଂ ସରକାରଙ୍କ ତହବିଲ୍ରୁ ଏତେ ପରିମାଣର ଅର୍ଥ କାହିଁକି ଅଯଥାରେ ଖର୍ଚ୍ଚ କରିବାର ନିଷ୍ପତ୍ତି ନିଆଗଲା । ଆଜକୁ ୩ ମାସ ହେଲା ଏଠାରେ ଅଧ୍ୟୟନରତ ୩୮୦ ଛାତ୍ରଛାତ୍ରୀ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କ୍ଲାସ କରିପାରୁ ନାହାଁନ୍ତି । ଯଦି ସରକାର ହକି ପାଇଁ ୩ ମାସ ମଧ୍ୟରେ ସବୁ ଭିତ୍ତିଭୂମି ତିଆରି କରି ପାରୁଛନ୍ତି ତେବେ ପିଲାମାନଙ୍କୁ ମୂଳ ଶାରୀରିକ ଶିକ୍ଷା ପ୍ରଦାନ କରୁଥିବା କ୍ଷେତ୍ରରେ ସହାୟକ ହେଉଥିବା ଏହି ଅନୁଷ୍ଠାନକୁ କାହିଁକି ଅଣଦେଖା କରୁଛନ୍ତି । ଏଠାରେ କ୍ରୀଡ଼ା ବିଭାଗର ସଚିବ ଶ୍ରୀ ବିଶାଲ ଦେବଙ୍କ ଭୂମିକାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମସ୍ତ କଥାକୁ ଚିନ୍ତାକଲେ ଏହି ନିଷ୍ପତ୍ତିରେ ଏକ ବିରାଟ କିକ୍ବ୍ୟାକ୍ ଓ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ୁଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଅନୁଷ୍ଠାନରେ ଶିକ୍ଷାରତ ୩୮୦ ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ଏକ ସନ୍ଦିହାନୀ ଅବସ୍ଥାରେ ଅଛନ୍ତି । କାରଣ ଯେଉଁ ଆପେକ୍ସ କଲେଜରେ ଏହି ଶିକ୍ଷାନୁଷ୍ଠାନ •ଲିବ ବୋଲି ନିଷ୍ପତ୍ତି ହୋଇଛି, ସେଠାରେ ଆବଶ୍ୟକୀୟ ଗୃହ, ଖେଳ ପଡ଼ିଆ ଓ ଆନୁସଙ୍ଗିକ ଭିତ୍ତିଭୂମି ନାହିଁ । ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏହି ପରିପ୍ରେକ୍ଷୀରେ ନିଜ ନିଜର ପିଲାମାନଙ୍କର ଭବିଷ୍ୟତକୁ ନେଇ ବେଶ୍ ଚିନ୍ତା ପ୍ରକଟ କରିଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଆଇନ୍କୁ ହାତକୁ ନେବା ସହିତ ଏକ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଉପସ୍ଥିତ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା, ଶଙ୍କର ସାମନ୍ତରାୟ, ରାଜୀବ ପଟ୍ଟନାୟକ, ନୃସିଂହ ସାହୁ, ପୂଣ୍ୟଶ୍ଲୋକ ମହାନ୍ତି ଓ ରତିକାନ୍ତ ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି ।


