ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ ୫୦ରୁ ଉର୍ଦ୍ଧ୍ୱ କର୍ମୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ତ୍ରିକୋଣା ଗ୍ରାମର ୫୦ରୁ ଉର୍ଦ୍ଧ୍ୱ କର୍ମୀ ଅନ୍ୟ ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା ଜଣାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ, ସୁଶାସନ ଏବଂ ବିଧାୟକ ପ୍ରଫୁଲ୍ଲ ସାମଲ ଓ ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ରମାକାନ୍ତ ବେହେରାଙ୍କ ନେତୃତ୍ୱରେ ସମସ୍ତ କର୍ମୀ ମାନେ ବିଜେଡିରେ ଯୋଗ ଦେଇଥିବା ଜଣାଯାଇଛି । ଏହି ମିଶ୍ରଣ ପର୍ବରେ ୧୫ନଂ.ଜୋନ୍ ଜିଲା ପରିଷଦ ପ୍ରାର୍ଥୀ ପ୍ରଫୁଲ୍ଲ ଜେନା, ସରପଞ୍ଚ ପ୍ରାର୍ଥୀ ସୁବାଷ ଦାସ, ସମିତି ସଭ୍ୟା ପ୍ରାର୍ଥିନୀ ସୁଜାତା ସେଠୀ, ସରପଞ୍ଚ ନିହାରିକା ରାଉତ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତିି ବିପିନ କୁମାର ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଆଲୋକ କୁମାର ରାଉତ, ରବିନ୍ଦ୍ର ଦାସ, ଶକ୍ତିଧର ରାଉତ, କ୍ଷୀତିଶ ନାୟକ, ମୁନା ବେହେରାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ