ଅନ୍ୟ ରାଜ୍ୟରୁ ଫେରିବେ ବୁଗୁଡାକୁ ୧୦୪୮ ଜଣ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ସହରକୁ ବାହାର ରାଜ୍ୟରୁ ୧୦୪୮ ଜଣ ଫେରିବେ ବୋଲି ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ବୁଗୁଡା ଏନଏସିର ବିଭିନ୍ନ ଅଙ୍ଗନବାଡି କର୍ମୀ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଘରକୁ ଘର ବୁଲି ବାହାର ରାଜ୍ୟରେ ରହିଥିବା ବ୍ୟକ୍ତି ମାନଙ୍କ ନାମ, ଆଧାର କାର୍ଡ ନମ୍ବର ଓ ମୋବାଇଲ ନମ୍ବର ସେମାନଙ୍କ ପରିବାରରୁ ବୁଝି ପଞ୍ଜିକୃତ କରିଥିଲେ । ସେମାନଙ୍କ ମଧ୍ୟରୁ ବାହାର ରାଜ୍ୟରେ ସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଅଳ୍ପ କେତେଜଣଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ବୁଗୁଡାକୁ ଫେରିବା ପ୍ରାୟ ନିଶ୍ଚିତ ବୋଲି ଜଣା ପଡ଼ିଛି। ସେମାନଙ୍କୁ ୧୪ ଦିନପାଇଁ ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଇଓ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ