ଅନ୍‌ଲାଇନ୍ ଶିକ୍ଷା ନାମରେ ଜବରଦସ୍ତ ସ୍କୁଲ ଫି ଆଦାୟ ବନ୍ଦ ଦାବି ନେଇ ଘଣ୍ଟଯାତ୍ରା

ବ୍ରହ୍ମପୁର, (ଅନିଲ କୁମାର): ଲକ୍‌ଡ଼ାଉନ୍ ସମୟରେ କେନ୍ଦ୍ର ସରକାର ଅଧିନସ୍ଥ ସ୍କୁଲ ଓ ଘରୋଇ ସ୍କୁଲ୍ ମାନଙ୍କ ପକ୍ଷରୁ ଚାଲିଥିବା ଅନ୍‌ଲାଇନ ଶିକ୍ଷା ପ୍ରକୃତରେ ତାହା ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ ଓ କେବଳ ଫି ସଂଗ୍ରହ କରିବା ଉଦ୍ଦେଶ୍ୟରେ ନାମକୁ ମାତ୍ର ଅନ୍‌ଲାଇନ ଶିକ୍ଷା ନାମରେ ଗୋଟିଏ ଗୋଟିଏ ହ୍ୱାଟସ୍‌ଅପ୍ ଗୃପ୍ କରିଛନ୍ତି ବୋଲି ମାନବାଧିକାର ସୁରକ୍ଷା ଗୁରୁତର ଅଭିଯୋଗ କରିଛି । ଆଜି ଲାଞ୍ଜିପଲ୍ଲୀସ୍ଥିତ ମଞ୍ଚ କାର୍ଯ୍ୟାଳୟ ନିକଟରେ ଅଭିଭାବକ ଓ କିଛି ଛାତ୍ରଛାତ୍ରୀ ଏକାଠି ହୋଇ ଅନ୍‌ଲାଇନ ଶିକ୍ଷା ନାମରେ ଜବରଦସ୍ତ ଅଭିଭାବକମାନଙ୍କ ଠାରୁ ସ୍କୁଲ୍ ଫି ଆଦାୟ କରିବା ବନ୍ଦ ଦାବି ନେଇ ୧୧୩ ତମ ଘଣ୍ଟଯାତ୍ରା ଆନ୍ଦୋଳନ ଆୟୋଜିତ କରାଯାଇଥିଲା । ସୂଚନା ଯେ ଲକ୍‌ଡ଼ାଉନ୍ ଗତ ମାର୍ଚ୍ଚ ମାସରୁ ଲାଗୁ ହେବା ପରେ ସମସ୍ତ କଳକାରଖାନା, ଅଫିସଦପ୍ତର, ବ୍ୟବସାୟିକ କେନ୍ଦ୍ର ସମତେ ସମସ୍ତ ସ୍କୁଲ୍ ତଥା ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଯାଇଛି । ଇତିମଧ୍ୟରେ ଅନ୍‌ଲାଇନ୍ ଶିକ୍ଷା ନାମରେ ଗୋଟିଏ ଗୋଟିଏ ଶ୍ରେଣୀର ବିଭାଗରେ ୪୦ରୁ ୫୦ ଜଣ ପିଲାଙ୍କୁ ନେଇ ହ୍ୱାଟସଆପ୍ ଗୃପ କରି ଶିକ୍ଷାଦାନ କରାଯାଉଥିବା ବେଳେ ଏଥିରେ ମାତ୍ର ୧୨ରୁ ୧୫ ଜଣ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିପାରିଛନ୍ତି । ଅନ୍ୟ ମାନଙ୍କ ପାଖରେ ହୁଏତ ସ୍ମାର୍ଟ ଫୋନ୍ ବା ଇଣ୍ଟରନେଟ ନଥାଏ ନା ଅନ୍‌ଲାଇନ୍ ଭଳି ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ନିଜେ ଓ ନିଜର ଅଭିଭାବକ ମାନେ ମଧ୍ୟ ବ୍ୟବସ୍ଥିତ ହୋଇପାରନ୍ତି ନାହିଁ । ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ ଶିକ୍ଷା ପ୍ରଣାଳୀ ଆଗରୁ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଉଦ୍ୟମ ନନେଇ ହଠାତ୍ ଏଭଳି ପ୍ରକ୍ରିୟା ଏହି କରୋନା ଅଭାବୀ ପରିସ୍ଥିତିରେ ଅଭିଭାବକଙ୍କ ଉପରେ ଜବରଦସ୍ତ ଫି ଆଦାୟ ଲଦିବା ଆଦୌ ଯୁକ୍ତିଯୁକ୍ତ ନୁହଁ । ଅନ୍‌ଲାଇନ୍‌ରେ କ୍ଲାସ୍ କରିପାରୁନଥିବା ଛାତ୍ରଛାତ୍ରୀଙ୍କ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଓ ଜବରଦସ୍ତ ସ୍କୁଲ୍ ଫି ଆଦାୟକୁ ବନ୍ଦ କରାଯିବା ନେଇ ଆୟୋଜିତ ଏହି ଘଣ୍ଟଯାତ୍ରାରେ ଆବହେକ ଅବନୀ ଗୟାଙ୍କ ସହ ସସ୍ମିତା ବେହେରା, ଅର୍ପିତା ପ୍ରିୟଦର୍ଶନୀ, ଶୁଭଙ୍କର , ସୋମଦେବ ବେହେରା, ସଚ୍‌ଦେବ ବେହେରା, ଜି.ତାରିଣୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ