ଅପରକୋଲାବ କେନାଲ ଭୁଷୁଡିଲା, ଚାଷି ଆତଙ୍କିତ

ଜୟପୁର, (ଓ୍ବାଇଏନ୍ଏସ୍):ଜୟପୁର ନିକଟସ୍ଥ ଅପରକୋଲାବ କେନାଲ ବିଳମ୍ବିତ ରାତ୍ର ରେ ଭୁଷୁଡିପଡିଛି । ଫଳରେ ଘାଇ ସ୍‌ୃଷ୍ଟି ହୋଇ ଜମିରେ ପାଣି ଓ ମାଟି ମାଡିଯାଇଛି । ଚାଷା ମାନେ ଆତଙ୍କିତ ହୋଇ ପଡିଥିବା ବେଳେ ମରାମତି କାମ ବିଭାଗ ଆରମ୍ବ କରିଛି । ଏପରି ଘଟଣା ବାରମ୍ବାର ଘଟୁଥିଲେ ବି ପ୍ରଶାସନ ନିରବ ରହିଥିବା ଜଣାଯାଇଛି । ଅପର କୋଲାବ ପଜେକ୍ଟର ଧନପୁର ଶାଖା କେନାଲ ଭୁଶୁଡିଲା । ଜୟପୁର ସହରର ଗାନ୍ଧୀ ଛକ ଠାରୁ ପାରାବେଢା ଓ ଏକଟାଗୁଡା ମଝିରେ ବୋହିଯାଇଥିବା ବେଳେ ପ୍ରାୟ ୨୦ ଫୁଟ ଓସାର ମାଡି ଧସି ଯାଇ ଘାଇ ସୃଷ୍ଟି ହୋଇଛି । ବିଳମ୍ବିତ ରାତ୍ର ରେ ଚାଷ ଜମି ଓ ଗାଁ ଆଡକୁ ଜୋରରେ ପାଣି ମାଡିବାରୁ ଖଳାରେ ଶୋଇଥିବା ଓ ଗ୍ରାମରେ ରହୁଥିବା ଲୋକ ଆତଙ୍କିତ ହୋି ବାହାରକୁ ଅସିଥିଲେ । ରାତ୍ର ରେ ଖବର ପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପହଞ୍ଚି କୋଲାବ କେନାଲ କତ୍ତୃପକ୍ଷକୁ ବାରମ୍ବାର ଫୋନ କଲେବି କେହି ୨ ଘଣ୍ଟା ଯାଏ ଉଠାଇ ନଥିଲେ । ଏନେଇ ବିଧାୟକ ବିରକ୍ତି ପ୍ରକାଶ କରିଥିଲେ । ୨ ଘଣ୍ଟା ପରେ ଅଧିକାରି ମାନ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ବିଧାୟକ ବାହିନିପତି ଲୋକଙ୍କ କ୍ଷତି ପୁରଣ ଓ ଅବହେଳା ପାଇଁ ବିବାଗୀୟ କାଯ୍ୟନୁଷ୍ଠାନ ନେବାକୁ ସେ ଦାବୀ କରିଥିଲେ । ଅନ୍ୟ ପଟେ ଧନ ଜୀବନ ରୁ କ୍ଷୟ କ୍ଷତିରୁ ବଞ୍ଚିବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ ଆରମ୍ବ କରିଥିବା ବେଳେ ବିଭାଗୟୀ କର୍ମଚାରି ପହଞ୍ଚିଥିଲେ । ଗ୍ରାମବାସୀ ଙ୍କ ସହାୟତା ରେ ୨ଟି ଗେଟ ବନ୍ଦ କରିବା ପରେ ବିପଦ ଟଳିଥିଲା । କେନାଲ ହୁଡାଭାଙ୍ଗା ଦ୍ୱାରା ଚାଷି ଙ୍କ ଚିନ୍ତା ଏବେ ଦିଇଗୁଣ ହୋଇଛି । ଏହି କେନାଲର ଅଡିବନ୍ଦି ଭୁଷୁଡି ଶହ ଶହ ହେକ୍ଟର ଚାଷ ଜମି ଜଳ ମଗ୍ଲ ହୋଇ ମାଟି ଚର ହୋଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଜୟପୁର ବ୍ଲକର ଏକଟାଗୁଡା ପଞ୍ଚାୟତର ସହ ସହ ଚାଷି । ବିଭାଗୀୟ ଅଧିକାରିଙ୍କ ଖାମ ଖିଆଲି ନିତି ଯୋଗୁଁ ୩୦ରୁ ୪୦ ବର୍ଷର ଦ୍‌ୁବଳ କେନାଲଟି ଭାଙ୍ଗି ପଡିଛି । ଫଳରେ ଉବୟ ପଟେ ୫ ଏକରରୁ ଅଧିକା ଜମିରେ ଚାଷି ରବି ଫଶଲ ନେଇ ଧାନ ରୁଆ କରିଥିବା ବେଳେ ଉକ୍ତ ଜମିରେ ପାଣି ମାଡିଯାଇ ୫୦ ଫୁଟ ଓସାର ବିଶିଷ୍ଟ ଘାଇ ସୃଷ୍ଟି ହୋଇଛି । ଜମି କୁ ପାଣି ମାଡିବା ପାଇଁ ବର୍ଷ ବର୍ଷ ଧରି ଜଳ କର ଚାଷି ବାନ୍ଦୁ ଥିବା ବେଳେ ପ୍ରତ୍ୟେକ ବର୍ଷ ଏପରି କେନାଲ ଭୁଷୁଡି ଥିବା ବେଳେ ବିଭାଗ କିଛି ପଦକ୍ଷପେ ନେଉ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ବିଭାଗର ସଠିକ ଭାବେ କେନାଲ ର ମରାମତି ଅଭାବରୁ ଦୁବଳ ହୋଇପଡିଛି କେନାଲ । ଯାହା ଫଳରେ ଏଭଳି କେନାଲର ଆଡିବନ୍ଦ ଭୁଷୁଡୁଛି ଓ ଚାଷ ବି ନଷ୍ଟ ହେଉଛି । ଏ ସବୁ ବିଷୟରେ ବିଭାଗ କତ୍ତୃପକ୍ଷ ୨ ଦିନ ଭିତରେ ମରାମତି କାଯ୍ୟ ସମ୍ପୁଣ୍ଣ କରିବା ନେଇ ସଫେଇ ଦେଇଛନ୍ତି । ରବି ଫସଲ ପାଇଁ ରୁଆ ଆରମ୍ବ ହୋଇଥିବା ବେଳେ ବିଭାଗ ପାଣି ବନ୍ଦ କରିଥିବାରୁ ବତ୍ତମାନ ୪ଟି ଗେଟ ବନ୍ଦ କରାଯାଇଛି । ଫଳରେ ଏହି କେନାଲ ଦେଇ ଯାଉଥିବା ଧନପୁର, କାଳିଆ ଗାଁ, ଖୁଡୁପି, ଅନ୍ତା, ବାଲିଆ ଭଳି ଗ୍ରାମ କୁ ଜଳ ଯୋଗାଣ ବନ୍ଦ ରହିଛି । କେନାଲ ବିପଦ ରେ ଥିବା ବେଳେ କଂକ୍ରିଟ କେନାଲ କରିବା ପାଇଁ ବିଭାଗ ପ୍ରସ୍ତବ ଦେଇଥିଲେ ସରକାର ଶୁଣୁ ନଥିବା ବିଭାଗ ଅସନ୍ତୋଷ ଓ ଆତଙ୍କିତ ଲୋକ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ବିଭାଗ ତୁରନ୍ତ ପଦ କ୍ଷେପ ନେବାକୁ ଦାବି ହୋଇଛି । କ୍ଷୟ କ୍ଷତି ହୋଇଥିବା ଚାଷି କୁ ତୁରନ୍ତ କ୍ଷତି ପୁରଣ ଦେବାକୁ ଦେବା ହୋଇଛି ।ଏହି ଘଟଣାକୁ ଗୁରୁତର ସହ ନେଇ ଜିଲାପାଳ ମଧୁ ସୁଦନ ମିଶ୍ର , ଉପ ଜିଲାପାଳ ହେମକାନ୍ତ ସାୟ ଯାଇ ପରିଦର୍ଶନ କରିଥିବା ବେଳେ ଏପରି ଘଟଣା କପରି ଘଟିଲା ସେ ନେଇ ବିଭାଗୀୟ ଅଧିକାରି ଙ୍କ ସହ ଆଲୋଚନା କରିଥିଲେ । କନିଷ୍ଟ ଯନ୍ତ୍ରୀ ପ୍ରସ୍ନନ କୁମାର ପଣ୍ଡା ପ୍ରମୁଖ ପହଞ୍ଚି ମଟି ପକାଇ ମରାମତି କାଯ୍ୟ ଆରମ୍ବ କରିଛନ୍ତି । ମାଟି କେନାଲ ହୋଇଥିବା ରୁ ଏପରି ଘଟଣା ଘଟିଥିବା ବିଭାଗ ସୁଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ