ବାଚସ୍ପତିଙ୍କ କାଯ୍ୟାକ୍ରମକୁ ଆସିଲେନି ହିତାଧିକାରୀ !
କାର୍ଯ୍ୟରେ ଅବହେଳା; ପିଓଙ୍କୁ କାରଣ ଦର୍ଶାଅ
କୁକୁଡାଖଣ୍ଡି,(ଓ୍ବାଇଏନ୍ଏସ୍): ବାଚସ୍ପତିଙ୍କ କୁକୁଡାଖଣ୍ଡି ବ୍ଲକରେ ହୋଇଥିବା ଭତ୍ତା ବଣ୍ଟନ କାଯ୍ୟକ୍ରମରେ ଚୟନ ହୋଇଥିବା ହିତାଧିକାରୀ ଉକ୍ତ ସଭାକୁ ଆସିନଥିବାରୁ ତିନୋଟି ପଞାୟତର ଗ୍ରାମପଞାୟତ ଅଧିକାରୀ ମାନଙ୍କୁ କାରଣ ଦଶାଅ ନୋଟିସ ଜାରି କରିଛନ୍ତି କୁକୁଡଖଣ୍ଡି ବିଡିଓ । କାରଣ ଦର୍ଶାଅ ନୋଟିସରେ କାର୍ଯ୍ୟରେ ଅବହେଳା ପାଇଁ ଦର୍ଶାଯାଇଛି । ସୂଚନା ମୁତାବକ ଚଳିତ ସପ୍ତାହ ବୁଧୁବାର କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଡ଼.ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ କିନ୍ତୁ ଲାଞ୍ଜିଆ ପଞ୍ଚାୟତ ଅଧିକାରୀ ଅଶୋକ ପଟ୍ଟନାୟକ,ବଘାଲଟି ପଞ୍ଚାୟତ ଅଧିକାରୀ ରାମଚନ୍ଦ୍ର ଦଳେଇ ଏବଂ ଅନ୍ତେଇ ପଞ୍ଚାୟତ ଅଧିକାରୀ ଗାୟତ୍ରୀ ଦାସ ହିତାଧିକାରୀ ମାନଙ୍କୁ କୌଣସି ସୂଚନା ଦେଇନଥିବା କାରଣରୁ ସେମାନେ ବ୍ଲକ କାର୍ଯ୍ୟାଳୟରୁ ଭତ୍ତା ବାବଦୀୟ ଅର୍ଥରାଶି ପାଇବାରୁ ବଞ୍ଚିତ ହୋଇଥିଲେ I ଯାହାକୁ ଅତି ଗୁରୁତର ସହ ନେଇ କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ସମସ୍ତ ତିନୋଟି ପଞ୍ଚାୟତର ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବୋଲି ସୂଚନା ଦେଇଚନ୍ତି ବିଡ଼ିଓ I ସୁଚାରୁ ରୂପରେ କାର୍ଯ୍ୟ ତୁଲାଇ ନଥିବା କାରଣରୁ ନିୟମ ଅନୁଯାୟୀ ସମସ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି କହିଛନ୍ତି I ଅନ୍ୟ ପକ୍ଷେ ହିତାଧିକାରୀ ମାନେ ସଭାକୁ ନଆସିଲେ ମଧ୍ୟ ସେମାନଙ୍କୁ ପଞାୟତରେ ଭତ୍ତା ପ୍ରଦାନ ଦିନ ଦିଆଯାଇପାରିଥାନ୍ତା ହିତାଧିକାରୀ କୌଣସି ପ୍ରକାରେ ସେମାନଙ୍କ ସୁବିଧାରୁ ବଞିତ ହୋଇପାରିନଥାନ୍ତେ । ମିଳିଥିବା ସୂଚନା ମୁତାବକ ଲାଞିଆ,ବାଘଲଟି,ଅନନ୍ତେଇ ପଞାୟତର ପ୍ରାୟ ପ୍ରତି ପଞାୟତରୁ ୫୦ ରୁ ଅଧିକ ଯୋଗ୍ୟ ହିତାଧିକାରୀ ଙ୍କ ନାମ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିଲା କିନ୍ତୁ ସେଠାରୁ ପ୍ରତି ପଞାୟତରୁ ୫ରୁ୭ ଜଣଙ୍କୁ ହିଁ ଚିହ୍ନଟ ହୋଇଥିଲା । ସେମାନକୁଂ ଚେକ୍ ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଇଥାନା । ଅନ୍ୟପଷେ ବିଜେପି ନେତା ଶ୍ରୀକାନ୍ତ ପାଢୀ ଅଭିଯୋଗ କରିଛନ୍ତି ଯେ ବାଚସ୍ପତିଙ୍କ କାଯ୍ୟକ୍ରମରେ ହିତାଧିକାରୀ ଯୋଗଦେଲେନି ବୋଲି ରାଜନୀତି ନକରାଯାଉ ଏବଂ ଯୋଗ୍ୟ ହିତାଧିକାରୀ ଯେପରି ନିଜ ହକରୁ ବଞିତ ନହେବେ ସେଦିଗରେ ବ୍ଲକ ପ୍ରଶାସନ ଧ୍ୟାନ ଦିଅନ୍ତୁ । ବ୍ଲକରେ ଲାଗିରହିଥିବା ରାଜନୈତିକ ଛକାପଞା ରେ ହିତାଧୀକାରୀ ଓ ସରକାରୀ କମଚାରୀ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ବୋଲି ପରୋକ୍ଷ ଭାବେ ବାଚସ୍ପତିଙ୍କୁ ନିଶାନ କରିଛନ୍ତି ।


