ଅପରାଜୟ ମୋଦି

ଯୁଗାବ୍ଦନ୍ୟୁଜ-ଦୀପ୍ତି

-ନରେନ୍ଦ୍ର ଙ୍କ ବାଲ୍ୟ ଅବସ୍ଥ।

୫୦ ବର୍ଷ ପୂର୍ବେ ସେ ଥିଲେ ୧୨ ବର୍ଷ ର ବାଳକ ଘର ର ନାଁ ଥିଲା ନରେନ୍ଦ୍ର । ସାଙ୍ଗ ମାନଙ୍କ ମଧ୍ୟରେ ତାଙ୍କ ନାଁ ଥିଲା ଏନଡି । ତୁଳସୀ ଦୁଇ ପତ୍ର ରୁ ବାସିଲା ପରି ବାଲ୍ୟ ଅବସ୍ଥା ରୁ ଜଣା ପଡିଥିଲା ସେ ବହୁତ ଆଗକୁ ଯିବେ । ଗୋଟିଏ ଦିନ ର କଥା ୧୯୬୨ ମସିହା ସ୍ଥାନ ବାଡନଗର ତାଙ୍କ ସାହାସିକତା ଏହି କାର୍ଯ୍ୟ ରୁ ଜଣାପଡେ ନଦୀ ରେ ପାଣି ଏ କୂଳ ସେ କୂଳ ଖାଉଥାଏ ନଦୀ ର ମଧ୍ୟ ଭାଗରେ ଏକ ମନ୍ଦିର ଥିଲା । ମନ୍ଦିରରେ ଲାଗିଥିଲା ପତାକାକୁ ବଦଳାଇବା ର ସମୟ ଆସିଥିଲା କିନ୍ତୁ ନଦୀ ର ଚାରିପଟେ ମଗରମାଛ ବୁଲୁଥିଲେ ଗାଁ ଲୋକ ଙ୍କ ର ମଧ୍ୟ ସାହାସ ହେଲାନି ୁ ଏହି ସମୟ ରେ ସେ ନଦୀ କୁ ଡେଇଁ ପଡିଲେ ମଗରମାଛ ସହ ଲଢେଇ କର୍ି ସେ ମନ୍ଦିର ପାଖରେ ପହଁଛିଲେ ଏବଂ ପତକାକୁ ବଦଳାଇ ଦେଲେ । ତାଙ୍କର ସାହାସିକତା ର ଗୋଟିଏ ଉଦାହରଣ । ଏହି ଠାରୁ ଆରମ୍ଭ ହେଲା ନରେନ୍ଦ୍ର ମୋଦି ଙ୍କ ଜୀବନ କାହାଣୀ , ତାଙ୍କର ପ୍ରଶଂସକ ମାନେ ଭାବିଲେ ନରେନ୍ଦ୍ର ଭାରତ ରାଜନୀତି ରେ ଅପରାଜୟ ହୋଇ ରହିବେ ।

-ତାଙ୍କ ଜୀବନର ପ୍ରଥମ ଚରିତ୍ର –
ନରେନ୍ଦ୍ର ଙ୍କ କାହାଣୀ ର ପ୍ରଥମ ଚରିତ୍ର ହେଉଛନ୍ତି ତାଙ୍କ ଦାଦା ମଦନ ଲାଲ ରଣ ଶୋଣଦାସ , ନବଦୋଣ ଗାଁ ରୁ ବାଡନଗର ଆସିଲେ ଏବଂ ସେ ବାଡନଗର ରେ ଏକ ଦୋକାନ ଆରମ୍ଭ କଲେ । ମଦନ ଲାଲ ଙ୍କ ପୁଅ ମୁଲଚାନ୍ଦ ଏହି ଛୋଟ କାରବାର କୁ ସମ୍ଭାଳିଲେ ୧୯୧୫ ରେ ମୁଲତାନ୍ଦ ଙ୍କ ଘରେ ଦାମଦୋର ଦାସ ଙ୍କ ଜନ୍ମ ଏବଂ ସେ ତାଙ୍କ ପିତା ମାତାଙ୍କ ତୃତୀୟ ସନ୍ତାନ ଥିଲେ ।ଏହା ପରେ ୧୭ ସେପ୍ଟେମ୍ବର ୧୯୫୦ ରେ ଧରା ପସ୍ତ୍ମୃ ରେ ଜନ୍ମ ନେଲେ ରାଜନୀତି ର ଅପରାଜୟ ବ୍ୟକ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି ।

-ତାଙ୍କ ର ପରିବାର –
ମୋଦି ଙ୍କ ବଡ ଭାଇ ଙ୍କ ନାଁ ସୋମ , ମଝିଆ ଭାଇ ଅମୃତ , ସାନ ଭଉଣୀ ର ନାଁ ବାସନ୍ତି ,ଦୁଇ ଛୋଟ ଭାଇ ଙ୍କ ନାଁ ପ୍ରହ୍ଲାଦ ଓ ପଙ୍କଜ । ବଡନଗର ରେଷ୍ଟେସନ ରେ ନରେନ୍ଦ୍ର ଙ୍କ ପିତା ଦାମୋଦର ଦାସ ଏକ ଚା ଦୋକାନ ଥିଲା । ଏହି ସମୟ ରେ ତାଙ୍କର ବୟସ ୬ ବର୍ଷ ।

-ମୋଦିଙ୍କ ଜୀବନରେ ପରିବର୍ତ୍ତନ-
୧୯୫୬ ମସିହା କଥା ମୋଦି ଙ୍କ ପାଖରେ ଦୁଇଟି ରାସ୍ତା ଥିଲା ଗୋଟିଏ ଥିଲା ବହୁତ କଷ୍ଟ ଅନ୍ୟ ଟି ବହୁତ ସହଜ । ଚା କହି କହି ଷ୍ଟେସନ ଯିବା ଏବଂ ଚାହା ବିକି ନିଜର ଘର ଚଳାଇବା କିନ୍ତୁ ଛୋଟ ମୋଦି ଙ୍କ ମନ କିଛି ବଡ ଚିନ୍ତା କରୁଥିଲା । ବାଡନଗରରେ ଆରଏସଏସ ଶାଖାର ମୁଖ୍ୟ ଓକିଲ ସାହେବ ଚଳାଉ ଥିଲେ । ଏବଂ ସେ ପ୍ରତିଦିନ । ଚା ପିଇବା ପାଇଁ ତାଙ୍କ ଦୋକାନ ଆସିଥାନ୍ତି ମୋଦି ଙ୍କ ମନରେ ସଘଂ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ ପାଇଲା । ସେ ଏହି ବିଷୟରେ ଓକିଲ ସାହେବ ଙ୍କ ପାଖରୁ ଶୁଣିବାକୁ ପାଇଲେ । ତାପରେ ସେ ୮ ବର୍ଷ ବୟସରେ ବାଲ ସେବକ ବନିଗଲେ ।

-ଋହୁଥିବା ବାସ ଭବନ ଉପରେ-
ମୋଦି ପ୍ରଥମେ ଇଟା ଓ ମାଟି ରେ ବନାଯାଇଥିବା ଘରେ ରହୁଥିଲେ । ଏହି ଘର ୪୦ ଫୁଟ ଲମ୍ବା ଓ ୧୨ ଫୁଟ ଚଉଢା ଥିଲା । ୩ଟିଘରେ ମୋଦି ତାଙ୍କ ବାପା ମାଁ ଭାଇ ଭଉଣୀ ସହ ରହୁଥିଲେ । ଥଣ୍ଡା ପାଣି ପାଇଁ ସେ ସୁରେଇ ରଖିଥିଲେ ମାଁ ଚୁଲି ରେ ଖାଦ୍ୟ ବନାଉ ଥିଲେ ଆଉ ମିଳି ମିଶି ସମସ୍ତେ ଖାଉଥିଲେ । ଘରେ ଗାଧୁଆ ଘର ନଥିଲା । ଏବଂ ସେମାନେ ସୁରେଇ ରଖିଥିବା ଯାଗାରେ କପଡା ଟାଙ୍ଗି ଘରର ମହିଳା ମାନେ ଗାଧେଇଥାନ୍ତି । ଏବଂ ଦିତୀୟ ରୋଷେଇ ଘର ଥିଲା । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ଗୋଟିଏ ପାଖରେ ମାଟି ରେ ବନାଯାଇଥିବା ଚୁଲି ଅନ୍ୟପାଖରେ ଦେବାଦେବୀ ଙ୍କ ଫୋଟ ଟଙ୍ଗା ହୋଇଥିଲା ଏବଂ ତୃତୀୟ ଘରେ ଗୋବରରେ ବନାଯାଇଥିବା ଘସି ଓ ଜାଳେଣୀ କାଠ ରଖାଯାଇଥିଲା । ମୋଦି ଙ୍କ ମାଁ ଯେତେବେଳେ ଖାଦ୍ୟ ବନାଉ ଥିଲେ ଘରର ଚାରି ଆଡେ ଧୁଆଁ ପଶିଯାଉଥିଲା ଘର ଏତେ ଅନ୍ଧାର ଥିଲା ଯେ ଦିନରେ ଲଣ୍ଟନ ଜଳାଇବାକୁ ପଡୁଥିଲା । ଘରେ କୋ÷÷ଣସି ଝରକା ନଥିଲା ଗୋଟିଏ ଯେ କି ବାହାରୁ ଖୋଲୁଥିଲା । ଗାଁ ପାଖ ଦେଇ ବହିଯାଉଥିବା ନଦୀ ରେ ପରିବାରର ସମସ୍ତ ଲୋକ ଗାଧୋଉଥିଲେ । ଗାଁ ନଦୀ ରେ ପହଁରା ଶିଖି ଭଲ ପହଁରାଳି ବନିଯାଇଥିଲେ । ମୋଦି ପହଁରିବା ବେଳେ ମଗରମାଛ ସହ ଖେଳିବାକୁ ଲାଗିଲେ ଗୋଟିଏ ଦିନ ର କଥା ମଗରମାଛ ର ଛୁଆ କୁ ଧରି ଘରକୁ ନେଇ ଆସିଥିଲେ ।

-ବିଦ୍ୟାଳୟ ରେ ଶିକ୍ଷା –
ଗାଁ ସ୍କୁଲରେ ପଢିବା ପାଇଁ ବେଞ୍ଚ ନଥିଲା ତଳେ ବସି ପିଲା ମାନେ ପାଠ ପଢୁଥିଲେ ଓ ସିଲଟ ରେ ଲେଖୁଥିଲେ । ସକାଳ ଆରଏସଏସ ଶାଖା ରେ କଳା ଟୋପି ଓ ଏନସିସି ଡ୍ରେସରେ ବିଦ୍ୟାଳୟରେ ଦେଖାଯାଉଥିଲେ । ମୋଦି ତାଙ୍କ ଘରେ ସମସ୍ତ ଙ୍କ ଠାରୁ ଅଲଗା ଥିଲେ ଯେତେବେଳେ ସେ ରାଗିଯାଉଥିଲେ ମଉନ ବ୍ରତ ଧାରଣ କରୁଥିଲେ । ତାଙ୍କ ଛୋଟ ବୟସ ର ସାଙ୍ଗ ମାନେ ଏନଡି ବୋଲି ଡାକୁ ଥିଲେ । ଏନଡି ର ଅର୍ଥ ନରେନ୍ଦ୍ର ଦାମୋଦର ଦାସ । ଯେତେ ବେଳେ ସେ ସ୍କୁଲରୁ ଆସୁଥିଲେ ତାପରେ ସେ ତାଙ୍କ ବାପାଙ୍କ ର ଚା ଦୋକାନ ରେ ବସୁଥିଲେ । ଅବସର ସମୟ ମିଳିଲେ ସେ ବାଡନଗର ଲାଇବ୍ରେରୀକୁ ଚାଲିଯାଉଥିଲେ । ଯଦି ସେ ଘରେ ଦେଖାଯାଉନାହାନ୍ତି ମାନେ ଘର ଲୋକ ଭାବିନେଉଥିଲେ ସେ କେଉଁଠି ଥିବେ ଏବଂ ଖୋଜି ଖୋଜି ତାଙ୍କର ବଡଭାଇ ଲାଇବ୍ରେରୀ କୁ ଆସିଯାଉଥିଲେ । ସେ ଦେଖୁଥିଲେ ତାଙ୍କ ର ସାନ ଭାଇ କିଛି ଜ୍ଞାନୀ ଗୁଣି ଲୋକ ଙ୍କ ସହ କଥା ହେବାର ସେ ଦେଖୁଥିଲେ ଏବଂ ଦିନେ ଦିନେ ସେ ୪୦ ରୁ ୫୦ ପେଜ ବହି ପଢି ଦେଉଥିଲେ । ଏବଂ ପଢିବା ଦ୍ୱାରା ବକୃତା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ । ସେ ତାଙ୍କ ବିଜ୍ଞାନ ଶିକ୍ଷକ ମିଷ୍ଟ୍ର ସାର ଙ୍କ ବହୁତ କରିବ ଥିଲେ । ଏବଂ ଏହା ସହିତ ସେ ମଧ୍ୟ ତାଙ୍କ ଶିକ୍ଷକ ଙ୍କୁ ପ୍ରୟୋଗ ଶାଳା ରେ ତାଙ୍କୁ ସାହାର୍ଯ୍ୟ କରୁଥିଲେ । ସେ ଟେଷ୍ଟଟୁବ୍ୟୁ କେମିକାଲ ଭିତ୍ତିକ ବା କେମିକାଲ ରିଆକସନ ଦେଖିବା ପାଇଁ ବହୁତ ପସନ୍ଦ ଥିଲା । ମୋଦି ଙ୍କୁ ଆଜି ସାରା ବିଶ୍ୱ ଜାଣିଛି । ତାଙ୍କ ବିଷୟରେ କୁହାଯାଏ ଗୁଜୁରାଟ ରେ ମୋଦି ଙ୍କ ର ୱାନ ମ୍ୟାନ ସୋ ଚାଲିଥାଏ । ମେହେସାଣ ର ବାଡନଗର ତାଙ୍କର ଏକ ପରିଚୟ ୱାନ ମ୍ୟାନ ସୋ ରୁପେ ସମସ୍ତେ ଜାଣନ୍ତି । ମୋଦି ଙ୍କ ସ୍କୁଲ ରେ ପିଲୁୁଫୁଲ ନାମକ ଏକ ନାଟକ ଦେଖାଗଲା ଏହି ନାଟକରେ ଲେଖକ, ନିର୍ଦ୍ଧେଶକ ଅଭିନେତା ଏହି ୩ ଭୂମିକା ରେ ଥିଲେ ନରେନ୍ଦ୍ର । ଏହି ନାଟକରେ ସେ ଅସବର୍ଣ୍ଣ ଜାତିର ମହିଳା ର ପୁଅ ଭୁମିକା ନିଭାଉଥିଲେ । ଏବଂ ସେହି ମହିଳା ଙ୍କ ପୁଅ ରୋଗ ରେ ପଡିଥିଲା । ଗାଁ ରେ ଥିବା ଡାକ୍ତର ଙ୍କ ଠାରୁ ଆରମ୍ଭ କରି ସମସ୍ତ ଙ୍କ ପାଖକୁ ନିଜର ପୁଅ ର ଚିକିତ୍ସା ପାଇଁ ଗଲେ କିନ୍ତୁ ଶେଷରେ କୁହାଗଲା ଯେ ମନ୍ଦିରର ଛଡା ଫୁଲ ପ୍ରସାଦ ଆଣିକି ଆସ ପୁଅ ଠିକ ହୋଇଯିବ । ଯେତେବେଳେ ସେହି ମାଁ ଜଣକ ଫୁଲ ଆଣିବାକୁ ଗଲେ ତାଙ୍କୁ ମନ୍ଦିରରେ ପ୍ରବେଶ କରାଇଦିଆଗଲା ନାହିଁ , ଏବଂ ଯେତେବେଳେ ଘରକୁ ଫେରି ଦେଖିଲୋ ପୁଅ ଆଉଲ ନାହିଁ । ଏହି ନାଟକରେ ଅଭିନୟ କରିଥିବା ଛୋଟ ମୋଦି ଗାଁ କୁ କନ୍ଦାଇ ଦେଇଥିଲା । ଦ୍ୱାତୀୟ ନାଟକରେ ବୀର ଶିବାଜୀ ଙ୍କ ଭୂମିକାରେ ଅଭିନୟ କଲେ ।

-ସାଧୁ ଙ୍କ ସହ ତାଙ୍କର ଭେଟ –
ନରେନ୍ଦ୍ର ଙ୍କ ଘର ପାଖରେ ଥିବା ମନ୍ଦିରର ସାଧୁ ସବୁବେଳେ ଆସିଥାନ୍ତି ଦିନେ ଏଇ ସାଧୁ କୁ ତାଙ୍କ ହୀରା ମାଁ ଦୁଇ ପୁଅ ର ସୋମ ଭାଇ ଓ ନରେନ୍ଦ୍ର ଭାଇ ଙ୍କ ଜାତକ ଦେଖାଇଥିଲେ ସେ ସାଧୁ ଜଣକ କହିଲେ ସୋମ ଭାଇ ଙ୍କ ଜୀବନ ସାମାନ୍ୟ ରହିବ ଏବଂ ମୋଦି ଯଦି ରାଜନୀତି ରେ ଆସିବେ ତାହାଲେ ସେ ସମ୍ରାଟ ବନିଯିବେ । ତା ସହିତ ଯଦି ସେ ସାଧୁ ବନିବେ ସେ ଶଙ୍କରାଚାର୍ଯ୍ୟ ବନିଯିବେ । ବଡନଗର ମନ୍ଦିରରେ ଆଉ ଜଣେ ବଡ ସାଧୁ ରହିବାକୁ ଆସିଲେ ନେରନ୍ଦ୍ର ତାଙ୍କୁ ସବୁବେଳେ ତାଙ୍କ ହାତରେ ଖାଦ୍ୟ ବନାଇ ତାଙ୍କୁ ଖୁଆଉଥିଲେ ଏବଂ ଦିନ କର କଥା ତାଙ୍କର ଏକ ସର୍ମ୍ପକୀୟ ଙ୍କ ର ବାହାଘର ଥିଲା ନରେନ୍ଦ୍ର ଙ୍କ ପୁରା ପରିବାର ସାମିଲ ହେବା ପାଇଁ ବାହାରି ଥିଲେ , କିନ୍ତୁ ନରେନ୍ଦ୍ର କହିଲେ ମୁ ବାହାଘର କୁ ଯିବି ନାହିଁ । ଗାଁ ରେ ରହି ସାଧୁ ମହାରାଜ ଙ୍କ ର ସେବା କରିବି । ସାଧୁସନ୍ଥ ଙ୍କ ସହ ରହିବାକୁ ତାଙ୍କୁ ଭଲ ଲାଗୁଥିଲା କିନ୍ତୁ ତାଙ୍କ ମାଁ ଙ୍କୁ ଡର ଲାଗୁଥିଲା ନରେନ୍ଦ୍ର ମୋଦି ଙ୍କ ବୟସ ଯେତେବେଳେ ୧୭ ବର୍ଷ ହେଲା କଲେଜ ରେ ସିଏ ଆଡମିସନ ନେଇ ଗଲେ ଦିନେ ଘର ଲୋକ ମାନଙ୍କ ଆଗରେ ଅଶ୍ଟର୍ଯ୍ୟ କଲା ଭଳି ପ୍ରଶ୍ନ ରଖିଲେ , ସେ କହିଲେ ଆଧ୍ୟତ୍ମିକ ବିଷୟରେ ଜାଣିବା ପାଇଁ ହିମାଳୟ ଯିବାକୁ ଚାହୁଁଛନ୍ତି । ନରେନ୍ଦ୍ର ଙ୍କ ମୁହଁ ରୁ ଏ ବିଷୟ ଶୁଣିବା ପରେ ତାଙ୍କ ମାଁ ଙ୍କ ମନେ ପଡିଲା ସାଧୁ କହିଥିବା କଥା । ୍ମାଁ ଚିନ୍ତା କଲେ ,୧୭ ବର୍ଷ ର ନରେନ୍ଦ୍ର କହିଲେ ଯେ ପର୍ଯ୍ୟନ୍ତ ଘର ଲୋକ ଖୁସି ରେ ଖୁସି ରେ ବିଦା ନ କରିଛନ୍ତି ତାହା ଲେ ସେ ଯିବେ ନାହିଁ , ତାଙ୍କର ମନ କହୁଛି ସେ ହିମାଳୟ ଯାଇ କିଛି ଚିନ୍ତା କରିବେ । ବିଚାର ବିମର୍ଶ ପରେ ଘର ଲୋକ ସିଦ୍ଧାନ୍ତ କଲେ ଯିବା ପାଇଁ ଅନୁମତି ଦେଲେ । ତାଙ୍କ ମୁଣ୍ଡରେ ତିଲକ ଲାଗାଇ ବିଦା କଲେ ତାଙ୍କ ମା ।

-ମୋଦି ଙ୍କ ମନରେ ହିମାଳୟ ଯିବା କେମିତି ଆସିଲା –
ଏହା ପଛରେ ବିବେକାନନ୍ଦ ଥାଇ ପାରନ୍ତି । ବିବେକାନନ୍ଦ ଙ୍କ ପିଲା ବେଳ ନାଁ ଥିଲା ନରେନ । କିନ୍ତୁ ମୋଦି ବିବେକାନନ୍ଦ ଙ୍କ ଦ୍ୱାରା ଲିଖିତ ସମସ୍ତ ପୁସ୍ତିକା ପଢିଥିଲେ ପୁରା ୨ବର୍ଷ ହିମାଳୟର ଗୁମ୍ପା ରେ ଘୁରି ବୁଲିଲେ ନା ଏହି ସମୟରେ ସେ ଘରକୁ କିଛି ଜଣାଇଲେ ନା ଚିଠି ଲେଖିଥିଲେ । ୨ବର୍ଷ ପରେ ଅର୍ଥାତ ୧୯ ବର୍ଷ ନରେନ୍ଦ୍ର ମୋଦି ହଠାତ ଘରକୁ ଫେରି ଆସିଥିଲେ । ସର୍ବପ୍ରଥମେ ତାଙ୍କ ସାନ ଭଉଣୀ ମୋଦି ଙ୍କୁ ଦେଖିଲେ ମା ରୋଷୋଇ ଘରେ ଖାଦ୍ୟ ତିଆରି କରୁଥିଲେ ଛୋଟ ଭଉଣୀ ର କଥା ଶୁଣି ମା ବାହାରକୁ ଚାଲିଆସିଲେ । ବସନ୍ତି କହିଲେ ମା ନରେନ୍ଦ୍ର ଭାଇ ଆସିଗଲେ , ନରେନ୍ଦ୍ର ଙ୍କ ନା ଶୁଣିବା ମାତ୍ରେ ମା ନିଜକୁ ରୋକିପାରିଲେ ନାହିଁ । ଦେଖିଲେ ଯେ ୧୯ ବର୍ଷ ର ନରେନ୍ଦ୍ର ଖାନ୍ଧ ରେ ଏକ ଝୁଲା ଲଟକାଇ ଥିବାର ଦେଖି ମାଁ ଙ୍କ ଆଖିରେ ଲୁହ ରହିଲା ନାହିଁ । ମା ପଚାରିଲେ ଏତେ ଦିନ ପର୍ଯ୍ୟନ୍ତ କେଉଁଁଠି ଥିଲ କଣ ଖାଉଥିଲ ? ନରେନ୍ଦ୍ର କହିଲେ ହିମାଳୟରେ ଥିଲି ବିଲକୁଲ ଠିକ ଥିଲି ପୁଅ ଦୁଇ ବର୍ଷ ପରେ ଘରକୁ ଫେରିିଛି । ମା ନିଜ ହାତରେ ରୁଟି ତରକାରୀ ଓ ଅଲଗା ଭାବେ ମିଠା ବନାଇବାକୁ ଚାହୁଁ ଥିଲେ କିନ୍ତୁ ସେ ମନା କରିଦେଲେ । ଖାଇସାରିବା ପରେ ସେ ଗାଁ ବୁଲ୍ିବାକୁ ବାହାରିଲେ ,ଏହାପରେ ତାଙ୍କ ମା ଝୁଲା ରେ କଣ ଅଛି ବୋଲି ଦେଖିବାକୁ ଚାହିଁଲେ ,ତା ଭିତରେ ଥିଲା ମା ଙ୍କ ର ଫୋଟ ଚିରା ଶାଲ ଆଉ ଖଣ୍ଡିଏ ହାପ ପ୍ୟାଣ୍ଟ ଏହି ସବୁ ଜିନିଷ ଦେଖି ମା ହତବାଗ ହୋଇଗଲେ । ହିମାଳୟରେ କୈଳାସ ମାନସରୋବର ଯାତ୍ରା କରିଥିଲେ । ଥରେ ମୋଦି ଙ୍କୁ ମଜ୍ଜା ମଜ୍ଜା ରେ ପଚରା ଗଲା ଯେ କୈଳାସ ପର୍ବତରେ ଶିବ ପାର୍ବତୀ ଙ୍କୁ ଦର୍ଶନ ହେଲା ମୋଦି କହିଲେ ଏହି ଇଲାକାରେ ଆପଣ ଗୋଟିଏ ମାଛି କୁ ଦେଖିପାରିବେ ନାହିଁ । ଜନବସତି ବୋଲି କିଛି ନାହିଁ ୨୪ ହଜାର ଫୁଟ ରେ ଏକ ମୂଷା କୁ ଦେଖି ଭାବିଲି ଏଠାରେ ଗଣେଶ ଅଛନ୍ତି ସେତେବେଳେ ତାଙ୍କର ବୟସ ୨୧ ବର୍ଷ ଥିଲା ।

-ପାକିସ୍ତାନ ଯୁଦ୍ଧ ସମୟରେ କଣ ଥିଲା ତାଙ୍କର ଭୂମିକା –
୧୯୭୧ ମସିହା କଥା ପୂର୍ବ ପାକିସ୍ଥାନ ଓ ପଶ୍ଟିମ ପାକିସ୍ଥାନରେ ଯୁଦ୍ଦ ଲାଗିଥିଲା ଭାରତୀୟ ସେନା ପୂର୍ବ ପାକିସ୍ଥାନ ମାନେ ବାଙ୍ଗଲାଦେଶ କୁ ସାହାର୍ଯ୍ୟ କରୁଥିଲା । ସୈ÷ନିକମାନେ ଯେତେବେଳେ ରେଳଷ୍ଟ୍ରେସନ ହୋଇଯାଉଥିଲେ ଏମାନଙ୍କୁ ସାହାର୍ଯ୍ୟ କରିବାକୁ ପହଁଛିଯାଉଥିଲେ ମୋଦି ।

-ଓକିଲ ସାହେବ ଙ୍କ ସହ ଭେଟ –
ଏହି ସମୟରେ ଓକିଲ ସାହେବ ଙ୍କ ସହ ଭେଟ ହୁଏ , ଓକିଲ ସାହାବ କହିଲେ ତୁମେ ଆରଏସଏସ ସହ ଯୋଡି ହୁଅ , ଠିକ ଏହି ସମୟରେ ମୋଦି ଘର ଛାଡିଦେଲେ । ଏବଂ ସଘଂ ର ପ୍ରଚାରକ ବନିଗଲେ ଏବଂ ମନସ୍ଥ କଲେ ଜୀବନରେ କେବେ ବିବାହ କରିବେନି ଜୀବନ ସାରା ସନ୍ଥ ଭାବେ ବଞ୍ଚିବେ । ମୋଦି ଅହମଦାବାଦ ର ହେଡଗିଭାର ଙ୍କ ଭବନରେ ରହିବାକୁ ଲାଗିଲେ । ସକାଳ ୩ଟାରୁ ସେ ବିଞ୍ଚଣା ଛାଡି ଦିଅନ୍ତି ଓ ଓକିଲ ସାହେବଙ୍କୁ ନିଜର ଗୁରୁ ମାନିଥିଲେ । ଅହମ୍ମଦା ବାଦ ରେ ଥିବା ସଘଂ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ଚିଠି ର ଜବାବ ମୋଦି ହିଁ ଦିଅନ୍ତି ।

-ଜରୁରୀ ପରିସ୍ଥିତି ସମୟରେ କଣ ଥିଲା ମୋଦି ଙ୍କ ଭୂମିକା –
୧୯୭୫ ମସିହା ଜୁନ ୨୫ଓ ୨୬ ତାରିଖରେ ଅଧ ରାତି ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଦିଆଗଲା । ଏହି ସମୟରେ ଜୟପ୍ରକାଶ ନାରାୟଣ ,ମୋରାଜୀ ଦେଶାଇ ଅଟଳ ବିହାରୀ ବାଜପେୟୀ ଙ୍କୁ ଗିରଫ କରାଗଲା । ପୁରା ଜରୁରୀ କାଳୀନ ପରିସ୍ଥିତି ସମୟରେ ମୋଦି ଙ୍କୁ ଗିରଫ କରିପାରିଲା ନାହିଁ ପୋଲିସ । ଏହି ସମୟରେ ମୋଦି ନିଜର ପରିଚୟ ବଦାଳାଉ ଥିଲେ ବଡ ଦାଢି ଲମ୍ବା ବାଳ ଓ ପଗଡି ପିନ୍ଧି ସର୍ଦ୍ଧାର ଭଳି ଦେଖାଯାଉଥିଲେ । କେତେବେଳେ ଛାତ୍ର ଆଉ କେତେବେଳେ ସ୍ୱାମୀ ବନିବାକୁ ପଡୁଥିଲା ଗିରଫଦାରୀ କୁ ଏଡେଇବାପାଇଁ । ଜରୁରୀ କାଳୀନ ପରିସ୍ଥିତି ହଟିଲା ଗୁଜୁରାଟ ଓ ଦିଲ୍ଲୀ ରେ ଜନତା ପାର୍ଟି ର ସରକାର ବନିଲା କିନ୍ତୁ ମୋଦି ସତ୍ତା ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ।

-ବିଜେପିର ଜନ୍ମ ଓ ମୋଦି ଙ୍କ ଭୂମିକା –
୧୯୮୦ ମସିହାରେ ବିଜେପି ର ଜନ୍ମ ହୁଏ । ପ୍ରଥମ ଅଧ୍ୟକ୍ଷ ହୁଅନ୍ତି ଅଟଳବିହାରୀ ବାଜପେୟୀ । ୧୯୮୧ ରେ ୩୧ ବର୍ଷ ରେ ତାଙ୍କୁ ଗୁଜୁରାଟ ର ପ୍ରଭାରୀ ଦାୟିତ୍ୱ ଦିଆଗଲା । ୧୯୮୭ ରେ ମୋଦି ବଜେପିକୁ ଆସିଲେ । ଏହି ସମୟରେ ବିଜେପି କୁ ଏକ ନୂଆ ଆଇଡିଆ ଦେଲେ ଏହା ଥିଲା ନ୍ୟାୟ ଯାତ୍ରା । ୨୫ ନଭେମ୍ବର ୧୯୯୦ ସେ ସମୟରେ ବିଜେପିର ବରିଷ୍ଠ ନେତା ଏଲ କେ ଆଡଭାନି ଅଯୋଦ୍ଧା ରୁ ସୋମନାଥପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କଲେ । ଆଡଭାନିଙ୍କ ଏହି ରଥର ସାରଥି ମୋଦି ବନିଲେ । ସୋମନାଥରୁ ମୁମ୍ବାଇ ପର୍ଯ୍ୟନ୍ତ ସେ ସାଥିରେ ଥିଲେ । ମୋଦି ଓ ଆଡଭାନୀଙ୍କ ବେଶୀ ବିଶ୍ୱସ୍ଥ ହୋଇଆସିଲେ । ମୋଦିଜୀଙ୍କ ଶକ୍ତି ବଢିଲା । ୧୯୯୧ ମସିହା ୧୧ ଡିସେମ୍ବର ବିଜେପି ଅଧକ୍ଷ ମୁରଲି ମନୋହର ଯୋଶୀ କନ୍ୟା କୁମାରୀ ଠାରୁ ଶ୍ରୀନଗର ଯାତ୍ରା ଆରମ୍ଭ କଲେ । ସମ୍ପୂର୍ଣ୍ଣ ଯାତ୍ରା ମୋଦି ଓ ମନୋହର ଯୋଶୀ ଙ୍କ ସହ ରହିଲେ । କଲନଗର ଲାଲଚୈାକିରେ ୨୬ ଜାନୁୟାରୀ ୧୯୯୨ ମସିହାରେ ସେ ଯୋଶୀଙ୍କ ସହ ସେ ମିଶି ତ୍ରିରଙ୍ଗା ଉଡାଇଲେ ।

-ଗୁଜୁରାଟ ବିଜେପିରେ ତାଙ୍କର ଅବଦାନ …
ଗୁଜୁରାଟ ବିଧାନସଭା ର ନିର୍ବାଚନ ୧୯୯୫ ମସିହାରେ ହେବାର ଥିଲା । ମୋଦୀ ପୁରା ଯୋଜନା କଲେ । ଗୁଜୁରାଟର ୧୮୨ ସିଟରୁ ୧୨୧ ଟି ସିଟ ମିଳିଲା । ଏବଂ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ହେଲେ । ମୋଦି ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନିୟୋଜିତ ହୋଇଥାନ୍ତି । ଏବଂ ଶଙ୍କର ସିଂ ବାଘେଲା ଭିତରେ ଭିତରେ ବିଦ୍ରୋହ ଆରମ୍ଭ କଲେ । ମୋଦି ଗୁଜୁରାଟର ବିଜେପି ଅଧକ୍ଷ କାଶିଂରାମରାଣାଙ୍କୁ ଗୁଜୁରାଟ ବିଜେପିର ମନ୍ତ୍ରୀ ପଦରୁ ଇସ୍ତଫା ପଠାଇ ଏକ ଭାବୁକ ପତ୍ରିକା ଲେଖିଲେ । କାହାଣୀ ଶୁଣାଇ ନିଜର କଥା ସ୍ପଷ୍ଟ କରିଦେଲେ । ମୋଦି ଲେଖିଲେ ଆଦରଣୀୟ କାଶୀଂରାମ ଭାଇ ମୋର ଗୋଟିଏ କାହାଣୀ ମନେ ପଡୁଛି ଗୋଟିଏ ସନ୍ତାନକୁ ନେଇ ମା ଓ ସାବତ ମା ମଧ୍ୟରେ ଅଦାଲତରେ ଝଗଡା ଚାଲୁଥିଲା । ଦୁଇଜଣ ତାଙ୍କର ପୁଅ ବୋଲି ଦାବି କରୁଥିଲେ । ଜର୍ଜ କହିଲେ ଏହି ପୁଅକୁ ଦୁଇ ଭାଗ କରି କାଟିଦିଅ ଏବଂ ଦୁଇ ଜଣଙ୍କୁ ଗୋଟିଏ ଗୋଟିଏ ଭାଗ ଦୁଇଭାଗରେ ବାଣ୍ଟିଦିଅ । ଜନ୍ମ କରିଥିବା ମା, ଜର୍ଜ କରିଥିବା ଫଇସଲାକୁ ବିରୋଦ୍ଧ କଲେ । ମୋର କିଛି ଏହି ପରି ହାଲତ ହୋଇଛି । ପାଟିକୁ ମଜବୁତ କରିବା ପାଇଁ ମୁଁ ମହାସଚିବ ପଦ ଛାଡିବା ପାଇଁ ପ୍ରସ୍ତୁତ । ଆପଣଙ୍କ ନରେନ୍ଦ୍ର ମୋଦି । ମୋଦିଙ୍କ ଇସ୍ଥପା ବିଜେପି ଦଳ ମଧ୍ୟରେ ଅସନ୍ତୋଷ ବଢେଇ ଦେଲା । ଅଟଳ ବିହାରୀ ବାଜପେୟୀଙ୍କୁ ଗାନ୍ଧୀ ନଗର ଆସିବାକୁ ପଡିଲା । କେଶୁଭାଇ ପଟେଲଙ୍କୁ ମନାଇ ଦିଆଗଲା । ବାଘେଲା ପାର୍ଟିକୁ ଆସିଲେ ନରେନ୍ଦ୍ର ମୋଦିଙ୍କ ରାଷ୍ଟିୟ ସଚିବ ବନାଇ ଦିଲ୍ଲୀ ପଠାଇ ଦିଆଗଲା । କାଗ୍ରୀଲ ଯୁଦ୍ଧ ସମୟରେ ମୋଦି ବୋର୍ଡରରେ ଥିଲେ । କାଗ୍ରୀଲ ବିଜୟ ଲାଭ ପରେ ଅଟଳ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ । ମୋଦିଙ୍କ ମଧ୍ୟ ତାଙ୍କ ପରିଶ୍ରମର ଫଳ ମିଳିଲା । ତାଙ୍କୁ ସଂଗଠନର ମହାମନ୍ତ୍ରୀ ବନାଇ ଦିଆଗଲା । ୨୦୦୧ ଅକ୍ଟୋବର ପ୍ରଥମ ସପ୍ତାହରେ କଂଗ୍ରେସ ନେତା ମାଧବ ରାଓ ସିନ୍ଧିଆ ଙ୍କର ପ୍ଲେନ ଦୂର୍ଘଟଣାରେ ପ୍ରାଣ ହରାଇଲେ । ତାଙ୍କର କେମେରାମ୍ୟାନ ଗୋପାଳ ଙ୍କ ର ବି ମୃତ ହୋଇଥିଲା ।ମୋଦି ଜଣେ ଏମିତିଆ ଜଣେ ନେତା ଥିଲେ ଯିଏ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି କ୍ୟାମେରାମ୍ୟାନ ପର୍ଯ୍ୟନ୍ତ ସଂପର୍କ ରଖୁଥିଲେ । । ମୋଦି ଫଟୋ ସାମ୍ବାଦିକ ଗୋପାଳଙ୍କ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିଥିଲେ ।ଠିକ ଏହି ସମୟରେ ପ୍ରଧାନମନ୍ତ୍ରୀ ଙ୍କ ଅଫିସ ରୁ ଫୋନ ଆସିଲା ଫୋନ ଖୋଦ ଅଟଳ ବିହାରୀ ବାଜପେୟୀ କରିଥିଲେ ସେ କହିଲେ ନରେନ୍ଦ୍ର ତୁମେ କେଉଁଠି ମୁ ସ୍ମଶାନ ଘାଟ ରେ ସେଠାରେ କଣ କରୁଛ ମୋର ପ୍ରିୟ ପତ୍ରକାର ଙ୍କର ମୃତ୍ୟୁ ହୋଇଯାଇଛି ଅନ୍ତମ ସଂସ୍କାର ରେ ସାମିଲ ହେବାକୁ ଆସିଛି ଆଜି ସଦ୍ଧ୍ୟା ରେ ମୋ ସହିତ ମିଶି ବାଜପେୟୀ ଙ୍କ ସହ ତାଙ୍କର ସାକ୍ଷାତ ହେଲା ବାଜପେୟୀ କହିଲେ ତୁମେ ଏଠି ପଞ୍ଜାବୀ ଖାଦ୍ୟ ଖାଇ ମୋଟା ହୋଇଗଲଣି ତୁମେ ପତଳା ହେବା ଦରକାର ତୁମେ ଏଠାରୁ ଯାଓ ଦିଲ୍ଲୀ ଖାଲି କର, କୁଆଡେ ଯିବି ସାର ଗୁଜୁରାଟ ସେଠି କାମ କରିବାର ଅଛିି ମୁଁ କଣ ଗୁଜୁରାଟ ର ପ୍ରଭାରୀ ବନିବି ନା ଆଉ ଅନ୍ୟ ରାଜ୍ୟ ର ଦାୟୀତ୍ୱ ମିଳିବ , ନାହିଁ ନାହିଁ ତୁମକୁ ନିର୍ବାଚନ ଲଢିବାକୁ ହେବ ଏବେ ଯାଇ ତୁମେ ଅନ୍ୟ ମାନଙ୍କ ର ଲଢେଇ ରେ ସାହାଯ୍ୟ କରୁଥିଲ ଏବେ ତୁମେ ନିଜ ପାଇଁ ଲଢିବ ମୁଁ ଏହା କରିପାରିବିନି ମୁଁ ଗୋଟିଏ ମାସରେ ଦଶ ଦିନ ଗୁଜୁରାଟ ରେ ରହିକି ପାର୍ଟି କୁ ମଜବୁତ କରିବା ପାଇଁ କାମ କରିବି , ନାଁ ତୁମ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ବାକୁ ପଡିବ । ଏହା ମୋର କାମ ନୁହେଁ ମୁ ୬ ବର୍ଷ ରୁ ଅଧିକ ହେବ ଗୁଜୁରାଟ ରୁ ବାହାରେ ଅଛି ଏହା ମୋର ପସନ୍ଦ ର ଜାଗା ନୁହେଁ । ମୁଁ ସଘଂ ର କାମ କରିବି ଆପଣ ଆଉ କାହାକୁ ମୁଖ୍ୟମନ୍ତ୍ରୀ ବନାଇ ଦିଅନ୍ତୁ ମୋଦି ବାଜପେୟୀ ଙ୍କ ସହ କଥା ବାତ୍ତ।।ର୍ ହୋଇ ଫେରି ଆସିଲେ ଠିକ ଏହି ରାତି ରେ ଏ ଲ କେ ଆଡଭାନି ଙ୍କ ର ଫୋନ ଆସିଲା ଦେଖ ଆମେ ସମସ୍ତେ ତୁମ ନାମ ଫାଇନାଲ କରିଛୁ ନରେନ୍ଦ୍ର କହିଲେ ମୁଁ ମୁଖ୍ୟମନ୍ତ୍ରୀ ବନିବା କାବିଲ ନୁହଁ କିଛି ସମୟ ଦରକାର ୭ ଅକ୍ଟୋବର ୨୦୦୧ ରେ ମୋଦି ମୁଖ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଲେ କିନ୍ତୁ କେହି ଜାଣିନଥିଲେ ଯେ ୨୦୦୧ ପରେ ଗୋଟିଏ ନେତା ହି ଁ ମୁଖ୍ୟମନ୍ତ୍ରୀ ଭାବେ ରହିବେ । ୨୦୦୧ ରେ ମୁଖ୍ୟମନ୍ତ୍ରାୀ ବନିବା ପରେ ତାଙ୍କ ପାଖକୁ ଲୋକ ମାନେ ଆସନ୍ତି ,ଲୋକମାନେ କହୁଥିଲେ ମୋଦି ଜୀ କମସେ କମ ସଦ୍ଧ୍ୟା ସମୟରେ ବିଜୁଳି ତ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ବନିବାପରେ ସେ ଯେତେବେଳେ ଦିଲ୍ଲୀ ଆସିଲେ କୁତ୍ତା୪ର୍ା ବା ପାଇଜାମା ପିନ୍ଧିନଥିଲେ ସୁଟ ପିନ୍ଧିଆସିଥିଲେ । ଆଜିର ଦିନରେ ମୋଦି ଜୀ ଙ୍କ ଇଣ୍ଟରଭିୟୁ ନେବା କଷ୍ଟ କିନ୍ତୁ ସେ ସମୟରେ ଗୋଟିଏ କ୍ୟାମେରା ଦେଖିବା ମାତ୍ରେ ରହିଯାଉଥିଲେ ସେ ସବୁବେଳେ ଗୋଟିଏ କଥା ଗୁଜୁରାଟ ବାସୀ ଙ୍କୁ କହୁଥିଲେ ଗୁଜୁରାଟ ର ୫କୋଟି ଲୋକ ସୁରକ୍ଷିତ ଏବଂ ୫କୋଟି ଲୋକ ମାନଙ୍କ କରିବା ପାଇଁ ପ୍ରତିବଦ୍ଧ ମାଦି ସେ ସମୟରେ ପାର୍ଟି ର କର୍ମକର୍ତ୍ତାା ମାନଙ୍କୁ କହିଲେ ନିର୍ବାଚନ ପାଇଁ ୫୦୦ ଦିନ ବାକି ଅଛି ମୁଖ୍ୟମନ୍ତ୍ରୀ ବନିବା ପରେ ତାଙ୍କୁ ନିର୍ବାଚନ ଲଢିବାର ଅଛି । ମୋଦି ତାଙ୍କ ପ୍ରଥମ ନିର୍ବାଚନ ରାଜକୋଟ ରେ ଲଢିଥିଲେ ।

-ଗୋଧ୍ରା ଦଙ୍ଗା-
୨୬ ଫେବୃୟାବୀ ରେ ନିର୍ବାଚନ ଜିତିବା ଖୁସି ବେଶିି ଦିନ ରହିନଥିଲା ଠିକ ୩ ଦିନ ପରେ ଗୋଧ୍ରା ରେଳଷ୍ଟ୍ରେସନ ଠାରୁ ୧୦୦ ମିଟର ଦୂର ସାବରମତି ଏକ୍ସପ୍ରେସ ରେ ଉଗ୍ରବାଦୀ ମାନେ ନିଆଁ ଲଗାଇ ଦେଲେ । ଅଯୋଦ୍ଧା ରୁ ଆସୁଥିବା ୫୮ ଜଣ ସେବକ ଜିଅନ୍ତା ଜଳିଗଲେ । ଏହି ସମୟରେ ମୋଦି ଗୁଜୁରାଟ ଲୋକମାନଙ୍କ ସହିତ ସିଧା କଥା ବାର୍ତ୍ତା କଲେ । ଗୋଧ୍ରା ଘଟଣା ପୁରା ଗୁଜୁରାଟ କୁ ଛାଇଗଲା ମୋଦି କହିଲେ ଦଙ୍ଗାକାରୀ କୁ ଦେଖିବାମାତ୍ରେ ଗୁଳି କରିବା ପାଇଁ ନିର୍ଦ୍ଧେଶ ଦେଲେ ସେନା କୁ ଡକାଗଲା କାହାକୁ କ୍ଷମା ନାହିଁ ବୋଲି ସେ କହିଲେ । ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗୁଜୁରାଟ ଗଲେ ଏବଂ ରାଜଧର୍ମ ନିଭାଇବା ପାଇଁ ମାଦି ଙ୍କୁ କହିଲେ । ଅଟଳ ଜୀ ସେ ସମୟରେ ଗୋଟିଏ କଥା କହିଥିଲେ ରାଜା ଓ ପ୍ରଜା ମଧ୍ୟରେ ଭେଦ ରହିବା ଉଚିତ ନୁହେଁ । ନା ସେ ଜାତି,ଜନ୍ମ,ସଂପ୍ରଦାୟ ଆଧାରରେ ବାଜପେୟୀ ଙ୍କ କଥା ସମସ୍ତେ ଶୁଣିଲେ କିନ୍ତୁ ନରେନ୍ଦ୍ର ମୋଦି ଥରେ ବାଜପେୟୀ ଙ୍କୁ ଏହି ସମୟରେ ତାଙ୍କ କାନରେ କିଛି କହିଥିଲେ । ଗୁଜୁରାଟ ହିଂସା ପରେ ନିର୍ବାଚନ ହେବାର ଥିଲା । ସୋନିଆ କହିଲେ ମାଦି ହେଉଛନ୍ତି ମୃତ୍ୟୁ ର ସୋ÷÷ଦାଗର ସେ ସମୟରେ ମୋଦି ଙ୍କ ବିରୁଧରେ ବହୁତ ଲେଖାଗଲା ଏବଂ ବହୁତ ବୋଲବାଲ ଚଲିଲା । ମିଡିଆ ଠାରୁ ଦୂରେଇ ରହିଲେ ମୋଦି । ନିର୍ବାଚନ ର ଫଳ ଆସିଲା ଏବଂ ତାଙ୍କୁ ଜବରଦସ୍ତ ଜନାଦେଶ ମିଳିଲା । ମୋଦି ସକାଳ ୫ ଠାରୁ ଆରମ୍ଭ କରି ରାତି ୧୨ ପର୍ଯ୍ୟନ୍ତ କାମ କରନ୍ତି । ଏହା ପରେ ତାଙ୍କ ଉପରେ ବିରୋଧୀ ମାନେ ହମଲା କରନ୍ତି । ସେ ଏହି ସମୟରେ ଆଉ ଏକ ବିବାଦରେ ଛନ୍ଦି ହୋଇପଡିଲେ ସ୍ୱରାବୁଦିନ ଏନକାଣ୍ଟର କେସ ରେ ତାଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କଲେ ବିରୋଧୀ । ଏମିତି ସମୟ ଆସିଲା ଯେ ସେ ଜବାବ ଦେବା ବନ୍ଦ କରିଦେଲେ ପ୍ରେସ କନ୍ୟଫରେନ୍ସ ହେଲା ନାହିଁ ।

-ମୋଦି ଙ୍କ ଲୋକପ୍ରିୟତା –
ମୋଦି ଙ୍କ ଉପରେ ଯେତେ ହାମଲା ହୋଇଛି ସେ ତାର ଦୃଢ ଭାବେ ଯବାବ ଦେଇଛନ୍ତି । ଏହା ପରେ ତାଙ୍କ ଉପରେ ଉତ୍ସକତା ବନିବାରେ ଲାଗିଲା । ସେ ଧିରେ ଧିରେ ରାଜନିତୀ ର ଏକ ପ୍ରମୁଖ ଚେହେରା ବନିଗଲେ । ୨୦୦୭ ରେ ତାଙ୍କ ବିରୋଧରେ ଗୁଜୁରାଟ ରେ ଜୋରସୋର ପ୍ରଚାର ହେଲା ଏବଂ ସେ ସମୟ ରେ ସବୁଠାରୁ ବଡ ଚେହେରା ଭାବେ ଉଭା ହେଲେ । ସେ ପୁଣି ଯାତ୍ରା ଆରମ୍ଭ କଲେ ପୁରା ଗୁଜୁରାଟ ବୁଲି ପ୍ରଚାର କସେ ମୋଦି ଙ୍କ ଭୋଏସ ର ଯାଦୁ ସମସ୍ତ ଙ୍କୁ କିମିଆ କରିଦେଲା । ଏବଂ କେହି ଜାଣିନଥିଲେ ଯେ ମୋଦି ଭାଷଣ ଦେବା ପାଇଁ ପ୍ରଶିକ୍ଷଣ ନେଇଛନ୍ତି । ୨୦୦୭ ରେ ମୋଦି ପୁଣି ବିଜୟର ଟିକା ପିନ୍ଧିଲେ । ଜିତିବା ପରେ ଗୁଜୁରାଟ କୁ ବଦଳାଇବା ଆରମ୍ଭ କଲେ । ସେ ସମୟରେ ସିଏ ଗୋଟିଏ ନାରା ଦେଲେ ଭାଇବ୍ରାଣ୍ଡ ଗୁଜୁରାଟ । ଠିକ ଏହାର ପରେ ପରେ ଟାଟା ର ନାନୋ ପ୍ରକଳ୍ପ ପଶ୍ଚିମବଙ୍ଗ ଛାଡି ଗୁଜୁରାଟ ଆସିଗଲା । ଅମ୍ବାନୀ ମୋଦି ଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ପ୍ରୋଜେକ୍ଟ କର୍ିଦେଲେ । ମାଦି ଙ୍କ ଭାଇବ୍ରାଣ୍ଡ ଗୁଜୁରାଟ ରେ ସୁପରଷ୍ଟାର ଅମିତା ବଚ୍ଚନ ଚାରଚାନ୍ଦ ଲଗାଇ ଦେଲେ । ମୋଦି ଙ୍କ ଗୁଜୁରାଟ ରଙ୍ଗିନ ହେଲା । ଅମିତାବଚ୍ଚନ ଗୁଡିି ଉଡାଇଲେ ସେ ମଧ୍ୟ ତାଙ୍କ ସହିତ ମିଶି ପତଙ୍ଗ ଉଡାଇଲେ । ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ବଡବଡ ବିଜିନେଓ ମ୍ୟାନ ମାନେ କହିଥିଲେ ଏହା ପରେ ବରିଷ୍ଠ ନେତା ମାନେ କହିବା ଆରମ୍ଭ କଲେ । କଣ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବନିବେ ମୋଦି । ଏହା ମଧ୍ୟ ରେ ସେ ୨୦୧୨ ରେ ବିଧାନସଭା ନିର୍ବାଚନ ଲଢିଲେ । ତୃତୀୟ ଥର ପାଇଁ ଜିତିଲେ । ଗୁଜୁରାଟ ପୁଣି ଥରେ ମାଦି ଙ୍କୁ ଚୟନ କଲା । ଏବେ ତାଙ୍କ ପାଇଁ ଦିଲ୍ଲୀ ଦୂର ନଥିଲା ।

-କିଛି ରୋଚକ ତଥ୍ୟ –
-ସ୍ୱାଧୀନତା ପରେ ମୋଦି ଙ୍କ ଜନ୍ମ
-ତାଙ୍କର ବିବାହ ୧୮ ବୟସରେ ଯୋଶଦା ବେନ ଙ୍କ ସହ ହୋଇଥିଲା
– ମୋଦି ଆମେର୍ିକାରେ ମ୍ୟାନେଜମେଣ୍ଟ ଏବଂ ପବଲିକ ର୍ିଲେସନ ରେ କୋର୍ସ କରିଛନ୍ତି ।
-ମୋଦି ଯେ କୋ÷÷ଣସି କାମ କରିବା ପୂର୍ବ ରୁ ମାଁ ଙ୍କ ଆର୍ଶିବାଦ ନେଇଥାନ୍ତି
– ସ୍ୱାମୀବିବେକାନନ୍ଦ ତାଙ୍କ ଆଦର୍ଶ
-ସେ ଶାକାହାରୀ ,ସିଗାରେଟ ମଦ କୁ ହାତ ଲଗାନ୍ତି ନାହିଁ
– ସେ ଯେତେବେଳେ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ବନିଥିଲେ ତାଙ୍କ ମାଁ କହିଥିଲେ ପୁଅ େକେବେ ଲାଞ୍ଚ ନେବୁ ନାହିଁ
– ଗୁଜୁରାଟ ର ୧୩ ବର୍ଷ ଶାସନ ରେ ସେକେବେ ଛୁଟି ନେଇ ନାହାନ୍ତି
-ସେ ଯେତେବେଳେ ଅହମଦାବାଦ ର ମୁଖ୍ୟ କାର୍ଯ୍ୟାଳୟ ରେ ରହୁଥିଲେ ସଫାସଫି କରିବା, ଚା ଦେବା ,ଏବଂ ବରିଷ୍ଠ ନେତା ଙ୍କ କପଡା ଧୋଇବା ସବୁ ସାମିଲ ଥିଲା ।
-ଆରଏସଏସ ର ପ୍ରଚାରକ ମାନେ ଦାଢି ରଖିନଥାନ୍ତି କିନ୍ତୁ ସେ ଦାଢି ରଖିଛନ୍ତି ।
-ସେ ରାଜନୀତି ବିଜ୍ଞାନ ରେ ପିଜି କରିଛନ୍ତି ।
– ତାଙ୍କର ଗୋଟିଏ ବର୍ଷ ର ଦରମା ୧୯ଲକ୍ଷ
-୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ ତାଙ୍କୁ ଆମେରିକା ଭିସା ଦେଇନଥିଲା ପ୍ରଧାନମନ୍ତ୍ରୀ ବନିବା ପରେ ଆମେରିକା ରୁ ନ୍ିମନ୍ତ୍ରଣ ଆସିଲା ।
-୨୦୧୪ ନିର୍ବାଚନ ରେ ମୋଦି ଥ୍ରିଡି ଟେକନିକ ବ୍ୟବହାର କରିଥିଲେ ଏବଂ ଭାଷଣ ମଧ୍ୟ ଦେଇଥିଲେ ।
-ସେ ଦିନକୁ ୫ଘଣ୍ଟା ରେଷ୍ଟ ନେଇଥାନ୍ତି ଏବଂ ସକାଳ ୫ଟାରେ ଉଠି ପଡନ୍ତି ।
-ସେ ସୁଇଜରଲ୍ୟାଣ୍ଡ ର ପ୍ରସିଦ୍ଧ ଘଣ୍ଟା କମ୍ପାନି ମୋଭାଡୋ ଘଣ୍ଟା ପିନ୍ଧିଥାନ୍ତି ଯାହାର ଦାମ ୩୯ ହଜାରରୁ ୧ ଲକ୍ଷ ୯୦ ହଜାର ପର୍ଯ୍ୟନ୍ତ ।
-ସେ ଓଲଟା ଘଡି ପିନ୍ଧିଥାନ୍ତି କାରଣ ଏହା ତାଙ୍କ ପାଇଁ ଶୁଭ

-ମୋଦି ଜର୍ମାନୀ ଫେମୋସ ବ୍ରାଣ୍ଡ ମୁଣ୍ଟ ବାଲନାକ ବା ମୋବ୍ଲା ପେନ ବ୍ୟବହାର କରିଥାନ୍ତି । ଏହି ପେନ ମଧ୍ୟ ଅମିତା ବଚ୍ଚନ , ବାରାକ ଓବାମା ,ୱାରେନ ବୋଫେଟ , ଏହି ବ୍ରାଣ୍ଡ ର କଲମ ବ୍ୟବହାର କର୍ନ୍ତି । ଯାହାର ଦାମ ୧ ଲକ୍ଷ ୩୦ ହଜାର
-ସେ ଯେଉଁ ଚଷମା ବ୍ୟବହାର କରନ୍ତି ତାହା ବୁଲଗାରୀ ବ୍ରାଣ୍ଡ ର । ଏହାର ଦାମ ୩୦ ରୁ ୪୦ ହଜାର ଟଙ୍କା ।
– ସେ ପିନ୍ଧୁଥିବା କପଡା ଜିତେନ୍ଦ୍ର ଓ ବପିନ ଚୋ÷÷ହାନ ଙ୍କ ଦୋକାନ ରେ ସିଲେଇ ହୋଇଥାଏ । ଏହା ଛୋଟ ମୋଟ ଦୋକାନ ନୁହେଁ ଏହି ଦୁଇଜଣ ଅହମ୍ମଦା ବାଦ ର ଜେଡ ବ୍ଲ୍ୟୁ ୧୫୦ କୋଟି ଟଙ୍କା ର କମ୍ପାନି । ୧୯୮୯ ମସିହାରୁ ଏହିଠାରୁ ହିଁ ତାଙ୍କର କପଡା ସିଲେଇ ହୋଇ ଆସୁଛି । ସେ ନିଜେ ତାଙ୍କ ଡ୍ରେସ ର କଲର ଓ ଫେବ୍ରରିକ ଚୟନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ