ଅପରାଧ ଓ ଚୋରି ରୋକିବାକୁ ସି ସି କ୍ୟାମେରା ଜରୁରୀ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀଙ୍କୁ ଦାବି ପତ୍ର

ବେତନଟୀ, (ଉଦିତ କୁମାର ପରିଡା): ବେତନଟୀ ବଜାର ରାସ୍ତାରେ ବିଭିନ୍ନ ଛକ ଓ ବସ୍ତି ରାସ୍ତା ମଧ୍ୟରେ ଦିନକୁ ଦିନ ଚୋରି ଉପଦ୍ରଵ ଛୀନତାଇ ଭଳି ଘଟଣା ବଢ଼ିବାରେ ଲାଗିଛି। ବଜାରକୁ ଆସୁଥିବା ସାଧାରଣ ଜନତା ଓ ସ୍ଥାନୀୟ ବସ୍ତିର ଲୋକମାନେ ନିଜକୁ ନିରାପଦ ମଣୁନାହାନ୍ତି। ଦିନକୁ ଦିନ ଅପରାଧୀମାନେ ନିଜର କାୟା ବିସ୍ତାର କରି ଅପରାଧ ବଢେଇବା ପାଇଁ ସକ୍ଷମ ହେଉଛନ୍ତି। ଏଭଳିକି ବିଭିନ୍ନ ଖଣିଜ ପଦାର୍ଥ ବଜାର ମଧ୍ୟ ଦେଇ ଚୋରା ଚାଲାଣ ହେଉଥିବା ମଧ୍ୟ ନଜର ଆସିଛି । ମୁଖ୍ୟ ରାସ୍ତାମାନଙ୍କରେ ଯାତାୟାତ ହେଉଥିବା ଯାନ ଓ ଭାରୀଯାନର ଦ୍ରୁତ ଗତିକୁ ନିୟନ୍ତ୍ରଣ କରି ସାଧାରଣ ଜନତାଙ୍କୁ ନିରାପଦରେ ରଖିବା ପାଇଁ ସି ସି କ୍ୟାମେରା ଲଗାଇବାର ଆବଶ୍ୟକତା ରହୁଛି। ଏଥିପାଇଁ ବେତନଟୀ ବ୍ଲକ ମିଡ଼ିଆ ଏସୋସିଏସନ ପକ୍ଷରୁ ନୂତନ ଭାବେ ଯୋଗ ଦେଇଥିବା ବେତନଟୀ ପୋଲିସ ଉପଖଣ୍ଡ ଅଧିକାରିଣୀ ମିନତୀ ବିଶ୍ୱାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରାଯାଇଛି। ବିଗତ ଦିନରେ ବେତନଟୀ ବଜାର ରାସ୍ତା ମଧ୍ୟରେ ଚୋରା ମଦ, ବ୍ରାଉନସୁଗାର ଜବତ, ଚୋରା କାଠ ଯାଉ ଥିବା, ଚୋରା ବାଲି ଗୋଡି ମାଟି, ବେଆଇନ ଗୋରୁ ଚାଲାଣ, ଛୀନତାଇ, ଲୁଟ, ବାଇକ ଚୋରି ଭଳି ଅନେକ ଘଟଣା ଘଟିଯାଇଛି। ଏଥିପାଇଁ ବେତନଟୀ ତହସିଲ, ଥାନା, ଅବକାରୀ, ବନବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିଲେ ମଧ୍ୟ ସମସ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହାନ୍ତି। ଏହି ସବୁ ଅପରାଧକୁ ନିୟନ୍ତ୍ରଣ କରିବା ଏବଂ ଅପରାଧ ପରେ ଅଭିଯୁକ୍ତକୁ ଚି଼ହ୍ନଟ ପାଇଁ ସି ସି କ୍ୟାମେରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପରିବ ବୋଲି ବେତନଟୀ ବ୍ଲକ ମିଡ଼ିଆ ଆସୋସିଏସନ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ବେତନଟୀର ମୁଖ୍ୟ ଛକ ଯେପରି ହାଟ ଛକ, କୋର୍ଟ ଛକ, ଚଣ୍ଡୀ ଛକ, ପୁରୁଣା ବସଷ୍ଟାଣ୍ଡ, ଥାନା ଛକ, ବଙ୍ଗଳାଛକ, ଏନ ଏଚ ବାହାନାଡ଼ା ଛକ, ମେଡିକାଲ ଛକମାନଙ୍କରେ ସି ସି କ୍ୟାମେରା ଲଗାଇଲେ ଅପରାଧୀମାନେ ଚି଼ହ୍ନଟ ହେବାରେ ସକ୍ଷମ ହେବେ। ଏହି ଛକମାନଙ୍କ ଦେଇ ଅପରାଧୀମାନେ ବିଭିନ୍ନ ରାସ୍ତା ଧରିବାରେ ସକ୍ଷମ ହେଉଥିବା ବେଳେ ବଜାର ମଧ୍ୟରେ ସି ସି କ୍ୟାମେରା ଲାଗିବା ଦ୍ୱାରା ଅପରାଧୀମାନେ ଅପରାଧ କରିବା ପାଇଁ ସୁଯୋଗ ପାଇବେ ନାହିଁ। ବ୍ଲକ ମିଡ଼ିଆ ଆସୋସିଏସନ ପୋଲିସ ଉପଖଣ୍ଡ ଅଧିକାରିଣୀ ମିନତୀ ବିଶ୍ୱାଳଙ୍କୁ ସାକ୍ଷାତ କରି ଏସମସ୍ତ ବିଷୟ ଆଲୋଚନା ପରେ ସେ ଏଥିପ୍ରତି ଧ୍ୟାନ ଦେବା ସହ ସି ସି କ୍ୟାମେରା ଲଗାଇବା ପାଇଁ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ନେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ