ଅପରାଧ କ୍ଷେତ୍ରରେ ମାନବିକତାର ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କରୋନା ମହାମାରୀ ମଧ୍ୟରେ ସାମାଜିକ ଦାୟିତ୍ୱ ବୋଧ କ୍ଷେତ୍ରରେ ଏକ ନିଆରା ପ୍ରୟାସ ଜାରି ରଖିଥିବା ଭାରତୀୟ ଲୋକ ପ୍ରଶାସନ (ଆଇ.ଆଇ.ପି.ଏ), ଓଡିଶା ଶାଖା ଆନୁକୁଲ୍ୟରେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଉପରେ ଏକ ଆଲୋଚନା ଚକ୍ର ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି. କାଉନସେଲର ସମ୍ମେଳନ କକ୍ଷରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦୈତନଗରୀର ପୁର୍ବତନ ପୁଲିସ୍ କମିସନର ତଥା ପୁଲିସ୍ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ସୁଧାଂଶୁ ଷଢଙ୍ଗୀ, ଆଇ.ପି.ଏସ୍‌, ଅପରାଧିଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଥିôବା ନୀତିଗତ ଧାରଣାକୁ ପରିବର୍ତ୍ତନ କରି ଗଠନ ମୂଳକ ତଥା ମାନବିକତା ବୋଧ ଉପରେ ସଂସ୍କାର ଅଣାଯିବା ସହ ମାନବିକ ଅଧିକାରକୁ ସବୁ ସମୟରେ ଗୁରତ୍ୱ ଦିଆଯିବା ଉପରେ ମତବ୍ୟକ୍ତ କରିଥିଲେ । ଏହି କ୍ଷେତ୍ରରେ ଅପରାଧି ତଥା ଏହାର ନ୍ୟାୟିକ ବ୍ୟବସ୍ଥାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ବିଶେଷ ମାନବିକତା ମୂଲ୍ୟବୋଧଉପରେ ଗୁରୁତ୍ୱ ଦେଇ ନ୍ୟାୟ ପ୍ରଦାନ କରିବା ଉପରେ ମତ ରଖିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଶରତ ଚନ୍ଦ୍ର ମିଶ୍ର ବିଷୟ ବସ୍ତୁ ଉପରେ ସମ୍ୟକ ଧାରଣା ଦେବା ସହ ଏହି ବ୍ୟବସ୍ଥାର ୪ସ୍ତମ୍ଭ ପୁଲିସ୍‌, ଜେଲ୍‌, ନ୍ୟାୟିକ ବ୍ୟବସ୍ଥା ତଥା ଆଇନ ସହାୟତା କ୍ଷେତ୍ରର ମିଳିତ ସହଯୋଗ ତଥା ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ ମୁଖ୍ୟ ବକ୍ତା ଡଃ ସୁଧାଂଶୁ ଷଢଙ୍ଗୀ ସଂସ୍ଥା ତରଫରୁ ସମ୍ବର୍ଦ୍ଦିତ କରାଯାଇଥିଲା । ସଂସ୍ଥାର ସାଧାରଣ ସଂପାଦକ ଅଶୋକ ମହାପାତ୍ର ଅତିଥି ପ୍ରଦାନ କରିଥିବା ବେଳେ ବିଶ୍ୱବିଦ୍ୟାଳର ପବ୍ଲିକ୍ ଆଡମିନିଷ୍ଟ୍ରେସନ ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ. ଅରୁଣ ରଥ, ଡ. ଚିତ୍ରା କାନୁନ୍‌ଗୋ, ଡ. ଏସ୍‌.ଏନ୍‌. ମିଶ୍ର, ବି,ପି.ତ୍ରିପାଠୀ, ସ୍ୱଦେଶ ପଟ୍ଟନାୟକ, ପଦ୍ମାଳୟା ମହାପାତ୍ର, ଡି.ପ୍ରଧାନ, ଡ. ଯୁଗଳ ମିଶ୍ର ଏବଂ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ