ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଠାରୁ ଆଠ କିଲୋମିଟର ଦୂର ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଭୂଷଣ୍ଡପାଳ ଗ୍ରାମ ରାସ୍ତା କଡ଼ ରେ ଗତ କାଲି ଏକ ଅଜଣା ମୃତ ଦେହ ପଡିଥିବାର ଖବରପାଇ ଜଗନ୍ନାଥପ୍ରସାଦ ପୋଲିସ ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ଚଳାଇଛି I ଘଟଣାକ୍ରମରେ 21 ନଂ ରାଜ୍ୟରାଜପଥ ଠାରୁ ମାତ୍ର 300 ମିଟର ଭୂଷଣ୍ଡପାଳ ଗ୍ରାମ ରାସ୍ତା କଡରେ ଏକ ଧାନ ବିଲ ରେ ଏକ ଶବ ଟିଏ ପଡିଥିବାର ସ୍ଥାନୀୟ ବାସିନ୍ଦା ଦେଖି ଥିଲେ । ଏହି ଖବର ପ୍ରଘଟ ହେବା ପରେ ଜଗନ୍ନାଥପ୍ରସାଦ ଥାନା ଏସ.ଆଇ ଭାଗୀରଥି ନାୟକ ଓ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରୁ ଶବଟି ଜଣେ ମହିଳାଙ୍କର ବୋଲି ଜଣାପଡିଛି ତେବେ ମହିଳା ଜଣଙ୍କ ପରିଚୟ ମିଳିନଥିବା ବେଳେ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରେ କରୋନା କଟକଣାକୁ ବେଖାତିର କରି ଜଣେ ସ୍ଥାନୀୟ ନେତା ଙ୍କ ଇଙ୍ଗିତରେ ପୂର୍ବ ଦିନ ରାତିରେ ନାଟକ ପରିବେଷଣ କରାଯାଇଥିଲା I ଯାହା ଗତ କାଲି ଜଗନ୍ନାଥପ୍ରସାଦ ପୋଲିସ ଦ୍ୱାରା ଭଣ୍ଡୁରମଧ୍ୟ ହୋଇଥିଲା I ତେବେ ଆଜି ସକାଳୁ ସକାଳୁ ସେହି ଅଞ୍ଚଳରେ ଏକ ମହିଳାଙ୍କ ମୃତ ଦେହ ମିଳିବା ସ୍ଥାନୀୟ ଅଞ୍ଚଳରେ ଏକ ସନ୍ଦେହ ଜନକ ପରିସ୍ଥିତି ଉପୁଜାଇଛି । ଅନ୍ୟ ପକ୍ଷରେ ସ୍ଥାନୀୟ ଏସଡିପିଓ ଙ୍କ ସହ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ଏବଂ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପକ୍ରିୟାକୁ ଆଗକୁ ବଢ଼ାଇ ଥିବା ବେଳେ ସାଇଣ୍ଟିଫିକ ଟିମ ଆସିବାରୁ ମୃତଦେହଟି ଜଣେ ମହିଳାଙ୍କ ବୋଲି ଜଣା ପଡିଥିବା ଥାନା ଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି I