ଅପହଂଚ ଦୁର୍ଗମ ଅଂଚଳରେ ପହଁଚିଲା କରୋନା ଟୀକା
ଯୋଡା,(ସମୀର କୁମାର ଦାସ) : କେନ୍ଦୁଝର ଜିଲା ଯୋଡା ବ୍ଲକର ଅପହଂଚ ତଥା ଦୁର୍ଗମ ଅଂଚଳ କାଳିମାଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଦିନ କୋଭିଡ-୧୯ ର ଟୀକାକରଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କାଳିମାଟି ଗ୍ରାମପଂଚାୟତର ସରପଂଚ ତ୍ରିବନ ଗାଗରାଇ ମୁଖ୍ୟ ଅତିଥି ଭାବରେ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ରମଣୀ ରଂଜନ ପାତ୍ର ସର୍ବପ୍ରଥମେ ଟୀକା ନେବାପରେ ଅଙ୍ଗନୱାଡି କର୍ମୀ, ଆଶା, ସହାୟିକା ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ଟୀକାଗ୍ରହଣ କରିଥିଲେ । ଟୀକାକରଣକାରୀ ଭାବରେ ସ୍ୱାସ୍ଥ୍ୟ ସ୍ୱର୍ଣ୍ଣପ୍ରଭା ପରିଡାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଟୀକା ନେବାପରେ କାହାରି ମଧ୍ୟ ପାଶ୍ୱର୍ ପ୍ରତିକ୍ରିୟା ପରିଲକ୍ଷିତ ହୋଇନଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବାସୁଦେବପୁରର ଅଧୀକ୍ଷକ ଡାକ୍ତର ଲକ୍ଷ୍ମୀକାନ୍ତ ସିଂହ ଓ ପୂର୍ବତନ ଡି.ଟି.ଓ. ତଥା ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ଉପସ୍ଥିତ ରହି ଶିବିରର କାର୍ଯ୍ୟ ଦେଖିଥିଲେ । ଏହି ଶିବିରରେ ସ୍ୱାସ୍ଥ୍ୟ ପରିଦର୍ଶକ ଅଚ୍ୟୁତାନନ୍ଦ ପାତ୍ର, ଏଲ.ଏଚ୍.ଭି. କନକମଞ୍ଜରୀ ପାତ୍ର, ବି.ଡି.ଏମ୍. ଦେବ ପ୍ରସାଦ ଖମାରୀ, ସ୍ୱାସ୍ଥ୍ୟକର୍ମୀ ବିଜୟ କୁମାର ଗିରି, ସରୋଜ କୁମାର ନାଏକ, ମିନାକ୍ଷୀ ନାଏକ, ପଦ୍ମିନୀ ସାହୁ, ସରସ୍ୱତୀ ବାଙ୍କିରା, ଷ୍ଟାଫ୍ ନର୍ସ ମଧୁସ୍ମିତା ବେହେରା, ଇଶ୍ୱର ଚନ୍ଦ୍ର ଆପଟ୍ଟ, ରମେଶ କାରୁଆ ଓ ମଂଜୁ ମୁଖୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଶିବିରକୁ ପରିଚାଳନା କରିଥିଲେ ।