ଅପହଞ୍ଚ ଇଲାକାରେ ଲୋକଙ୍କୁ ସଚେତନ କରି କୋଭିଡ ଟୀକା ଦିଆଗଲା

ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଯଡିହି ବ୍ଲକର ଅପହଞ୍ଚ ଇଲାକାରେ ସମ୍ଭବ ହୋଇଛି କୋଭିଡ ଟୀକାକରଣ । ଯେଉଁ ଲୋକମାନେ କୋଭିଡ ଟେଷ୍ଟିଂକୁ ଡରୁଥିଲେ, ଟୀକା ଦେବାକୁ ଗଲେ ଲୁଚୁଥିଲେ ପୁଣି ସେମାନେ ଟୀକା ନେବାକୁ ରାଜି ହୋଇ ଟୀକା ନେଉଛନ୍ତି । ଯାହା ସମ୍ଭବ ହୋଇପାରିଛି ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀଙ୍କ ପାଇଁ । ହାଟଡିହି ବ୍ଲକର କେ ବାଲିପାଳ ପଞ୍ଚାୟତର ମଲ୍ଲିପସି ଓ ସରମୁଣ୍ଡି ଗାଁ ଦୁଇଟି ବ୍ଲକ ସଦର ମହକୁମା ଠାରୁ ୧୦୦କିଲୋମିଟର ଦୁରରେ ଅବସ୍ଥିତ । ସେଠାକୁ ଗମନା ଗମନର କୌଣସି ସୁବିଧା ନାହିଁ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଦେଇ କିମ୍ବା ଶରତ ଦେଇ ଆସିବାକୁ ହୁଏ । ତେବେ ହଦଗଡ ପଟୁ ଜଳଭଣ୍ଡାର ମଧ୍ୟଦେଇ ଜଳପଥରେ ୧୦/୧୨କିଲୋମିଟର ଗଲେ ଯାଇ ଗାଁକୁ ପହଞ୍ଚି ହୁଏ । ଏହି ଗାଁର ଲୋକମାନେ ମେଲେରିଆ ଟୀକା ଦେବାକୁ ସ୍ୱାସ୍ଥ୍ୟକର୍ମୀମାନେ ଗଲେ ସେମାନେ ଲୁଚୁଥିଲେ । କିନ୍ତୁ କୋଭିଡ ଟୀକା ଦେବାକୁ ସେମାନଙ୍କୁ ଅନେକ ସଚେତନ କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଇ ଟୀକା ଦିଆଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ନିର୍ଦ୍ଦେଶରେ ସୁପରଭାଇଜର ଶ୍ରୀକାନ୍ତ ପଣ୍ଡା, ସ୍ୱାସ୍ଥ୍ୟକର୍ମୀ ପ୍ରୀୟଦର୍ଶନୀ ନାୟକ, ବିଦ୍ୟୁତ ଲତା ମଲ୍ଲିକ, ସନ୍ଧ୍ୟାରାଣୀ ଭୁତିଆ, ରସ୍ମିତା ସାମଲ, ସରୋଜ ନାୟକ, ଦେବବ୍ରତ ସାମଲ, ମାନିନି ପଣ୍ଡିତ, ଡିଇଓ ସୁକାନ୍ତ ସା, ସୁପ୍ରଭା ବଳ, ସୀତାରାଣୀ ବେହେରା, ସୌମ୍ୟ ରଞ୍ଜନ ଦଣ୍ଡପାଟ ପ୍ରମୁଖ ମେଡିକାଲ ଗାଡିରେ ଠାକୁରମୁଣ୍ଡା ଦେଇ ଯାଇଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ବଉଳା ନାଳ ଉପରେ ୪/୫ଫୁଟ ଉଚ୍ଚ ପାଣିର ସ୍ରୋତ ଚାଲୁଥିବାରୁ ଗାଡି ଯାଇପାରି ନଥିଲା । ତଥାପି ମେଡିକାଲ କର୍ମଚାରୀମାନେ ନିଜ ଜୀବନକୁ ବାଜିରେ ଲଗାଇ ପାଣିରେ ପସି ଦୁଇକିଲୋମିଟର ଦୁର ଚାଲିଚାଲି ମଲ୍ଲିପସି ଓ ସରମୁଣ୍ଡି ଗାଁରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ କରିଛନ୍ତି । ମଲ୍ଲିପସିରେ ୧୭୫ଜଣ, ସରମୁଣ୍ଡିରେ ୧୧୭ଜଣଙ୍କୁ କୋଭିଡ ଟୀକା କରଣ କରିଥିଲେ । ସେହିପରି ହଦଗଡ ପଞ୍ଚାୟତର ବଣପାହାଡ ଘେରା ଦଲକି, ପିତାନାଉ ଗ୍ରାମରେ ୫୮୪ଜଣଙ୍କୁ ଟୀକାରଣ କରାଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ପ୍ରଭାତ ନାୟକ, ବିପି.ଏମ ଚନ୍ଦନ ସାହୁ ସୁଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଏତେ ପାଣିରେ ପସି ଉକ୍ତ ଗ୍ରାମକୁ ଯାଇ ଟୀକାଦେଇ ନିଜର କର୍ତ୍ତବ୍ୟ ପରାୟଣତାର ନିଦର୍ଶନ ଦେଖାଇଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ