ତାଲା ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ

ହାଟଡ଼ିହି ,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ସୁଲଣ ଗାଁ ନିକଟରୁ ଦିନ ଦିପହରେ ତାଲା ଭାଙ୍ଗି ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ମଧୁସୂଦନ ଜେନା ସୁଲଣ ହାଇସ୍କୁଲର ଶିକ୍ଷକ ହୋଇଥିବା ବେଳେ ତାଙ୍କ ପତ୍ନୀ ଜଳସରପୁର ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି। ସେମାନେ କେନାଲ ନିକଟରେ ଘର କରି ରହୁଥ‌ିବା ବେଳେ ଉଭୟ ପତିପତ୍ନୀ ଗତକାଲି ଦିନ ୧୦ଟା ବେଳେ ଘରେ ତାଲା ପକାଇ ସ୍କୁଲକୁ ଯାଇଥିଲେ। ସେ ସ୍କୁଲରୁ ଫେରି ଦେଖିବା ବେଳକୁ ଗେଟ ତାଲା ଭଙ୍ଗା ଯାଇଥିବା ବେଳେ  ଘରେ ପଡ଼ିଥ‌ିବା ତାଲା ମଧ୍ୟ ଭଙ୍ଗାଯାଇଛି । ଘର ଭିତରେ ବିଭିନ୍ନ ଜିନିଷ ପତ୍ର ଫିଙ୍ଗା ଫୋପଡ଼ା ହୋଇଥିବା ବେଳେ ଗଡ଼ରେଜ ଆଲମିରା ମଧ୍ୟ ମୁକୁଳା ପଡ଼ିଥ୍‌ବାର ଦେଖିଥିଲେ। ଲୁଟେରା ମାନେ ଘରେ ଥିବା ନଗଦ ଦେଢ଼ ଲକ୍ଷ ଟଙ୍କା ସହ ୪ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା ଜାଣି ଶିକ୍ଷକ ମଧୁସୂଦନ ଜେନା ନନ୍ଦିପଦା ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦିପଦା ପୋଲିସ  ତଦନ୍ତ ଆରମ୍ଭ କରିଛି। ଆଜି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରଖିଥିଲେ ବି କୌଣସି ସୁରାକ ପାଇ ପାରିନି। ସନ୍ଧାନୀ କୁକୁର ଘଟଣା ସ୍ଥଳରୁ ଡଙ୍କୁରୀ କେନାଲ ରାସ୍ତା ପର୍ଯ୍ୟନ୍ତ ଯାଇ ଫେରି ଆସିଥିଲା। ପୂର୍ବରୁ ଆନନ୍ଦପୁର ଉପଖଣ୍ଡରେ ଏପରି ଅନେକ ଲୁଟ ଘଟଣା ଘଟିଥିଲେ ବି ଗୋଟିଏ ବି ଲୁଟର ପର୍ଦାଫାଶ କରିବାରେ କେନ୍ଦୁଝର ଜିଲ୍ଲା ପୋଲିସ ସଫଳ ହୋଇ ପାରିନି। ଯାହାଦ୍ୱାରା ଲୁଟେରା ମାନେ ନିର୍ଦ୍ବନ୍ଦରେ ଗୋଟିଏ ପରେ ଗୋଟିଏ ଲୁଟ କରିବାରେ ସଫଳ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ