ଅପହୃତା ନାବାଳିକାଙ୍କୁ ଉଦ୍ଧାର କଲା: ପୋଲିସ ଅଭିଯୁକ୍ତ ଗିରଫ
ନାଉଗାଁ, ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ମିଳିଛି ସଫଳତା । ନାଉଗାଁ ଥାନା ତିରୁଣା ଗ୍ରାମର ନାବାଳିକା ଝିଅକୁ ଅପହରଣ କରି ନେଇଥିବାକୁ ନେଇ ଗତ ଜୁନ ୨୦ ତାରିଖରେ ଝିଅର ମା ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଝିଅକୁ ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅଂଚଳର ବିପିନ କୁମାର ସାହୁ ଅପହରଣ କରି ନେଇଥିବା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ । ନାଉଗାଁ ଥାନା ପକ୍ଷରୁ ଏକ ମାମଲା ନଂ ୧୦୧/୨୦୧୯ରେ ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କରଙ୍କ ତତ୍ୱାବଧାନରେ ଏସଆଇ ବିବେକାନନ୍ଦ ସାହୁଙ୍କ ନେତୃତ୍ୱରେ ଜୁନ ୨୩ ତାରିଖ ସକାଳେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଂଚଳର ବିପିନ କୁମାର ସାହୁଙ୍କ ଘରେ ଚଢାଉ କରାଯାଇଥିଲା । ସେଠାରେ ଅପହୃତା ନାବାଳିକା ଝିଅ ଉଦ୍ଧାର କରିବା ସହିତ ଅପହରଣକାରୀକୁ ଗିରଫ କରିଥିଲା । ଉକ୍ତ ନାବାଳିକାକୁ ଜଗତସିଂହପୁର ସଟ ଷ୍ଟେ ହୋମରେ ରଖାଯାଇଥିବା ବେଳେ ଅପହରଣକାରୀଙ୍କୁ ଡାକ୍ତରୀ ମାଇନା କରାଯାଇ ଥାନାରେ ଅଟକ ରଖାଯାଇ ଅଧିକ ପଚରା ଉଚରା ଜାରୀ ରହିଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ସୂଚନା ଦେଇଛନ୍ତି ।


