ଆମ୍ବୁଲାନ୍ସ ବାଇକ ମୁହାଁମୁହି ଁ ଧକ୍କା ,୩ ଆହାତ
କୋଦଳା ,( ଯୁଗାବ୍ଦ ନ୍ୟୁଜ୍) : କୋଦଳା ଥ।।ନା ଅନ୍ତର୍ଗତ ସାତନଳ ଛକ ନିକଟରେ ମଙ୍ଗଳବାର ରାତ୍ର ପ୍ରାୟ ୮.୩୦ ରେ ସଡକ ଦୂର୍ଘଟଣା ଘଟିଛି । ସଡକ ଦୂର୍ଘଟଣାରେ ୩ ଜଣ ଆହାତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ କୋଦଳାରୁ ବେରୁଆଁବାଡ଼ି ଯାଉଥିବା ଏକ ଗ୍ଲାମର ବାଇକ(ଓଡ଼ି-୦୭-ଭି-୩୬୫୫) ସହ ଆସିକା ପଟରୁ କୋଦଳା ଅଭିମୁଖେ ଆସୁଥିବା ରୋଗୀ ବିହୀନ ୧୦୨ ଆମ୍ବୁଲାନ୍ସ(ଓଡ଼ି-୦୫-ଏନ୍-୮୧୭୦) ପରସ୍ପର ଧକ୍କା ହୋଇଥିଲା ଦୂର୍ଘଟଣାରେ ବାଇକ ଚାଳକ ଭଗବାନ ପାଢୀ (୨୫) ଓ (ବିପିନ ଗୈାଡ (୨୬ ) ଆହାତ ହୋଇଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ଭାରସାମ୍ୟ ହରାଇ କେନାଲ ପାଶ୍ୱର୍କୁ ଚାଲିଯାଇଥିଲା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଆହାତ ହୋଇଥିବା ଜଣାପଡିଛି ।ଘଟଣା ସ୍ଥଳରେ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନ୍ନାଘନ୍ନା କରିବା ସହ ଗାଡିକୁ ଜବତ କରିଛ ।


