ଅପ୍ରେଲ୍ ୭ରେ ଅସ୍ଥାୟୀ ବର୍ଗର କର୍ମ·ରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ଚକ୍ର

ଭୁବନେଶ୍ୱର : ସାମ୍ମୁଖ୍ୟ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ରାଜ୍ୟରେ କାର୍ଯ୍ୟରତ ଆଉଟ୍ ସୋର୍ସିଂ, ଠିକା, ଏନ୍ଏମ୍ଆର, ୱାର୍କ·ର୍ଜ, ଡ଼ିଏଲ୍ଆର ଓ ଏଚଆର କର୍ମ·ରୀମାନଙ୍କର ଏକ ଆଲୋଚନା ଚକ୍ର ଆଗାମୀ ତା ୭.୪.୨୦୧୯ରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବା ପାଇଁ ଘୋଷଣା କରାଯାଇଥିଲା । ରାଜ୍ୟ ସରକାରଙ୍କ ଅଧୀନରେ ପ୍ରାୟ ଅଢେଇ ଲକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସଂଖ୍ୟକ କର୍ମ·ରୀଙ୍କୁ କୁତ୍ସିତ, ଘୃଣ୍ୟ ଠିକାଦାରୀ ବ୍ୟବସ୍ଥା, ଏନ୍ଏମ୍ଆର, ଡ଼ିଏଲ୍ଆର, ୱାର୍କ·ର୍ଜ, ଏଚ୍ଆର ଆଦି ନାମକରଣ କରି ଅସ୍ଥାୟୀ ଭାବେ ସେମାନଙ୍କୁ ନିଯୁକ୍ତି ଦେଇ କମ୍ ମଜୁରୀରେ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରିବା ସହ ଅଧିକାରୀଙ୍କ ଘରୋଇ କାମରେ ମଧ୍ୟ ନିୟୋଜିତ କରୁଛନ୍ତି । କଥା କଥାରେ ·କିରୀରୁ ଛଟେଇ, ବଦଳି, ଦରମା କାଟ ଓ ମାନସିକ ତଥା ଶାରୀରିକ ନିର୍ଯ୍ୟତନା ଦିଆଯିବା ଏକ ସାଧାରଣ ଘଟଣା । ଦେଶ ସ୍ୱାଧୀନତାର ୭୩ ବର୍ଷ ପରେ ଏକ ଜନମଙ୍ଗଳକାରୀ ରାଷ୍ଟ୍ର ଆଦର୍ଶ ନିଯୁକ୍ତିଦାତା ହିସାବରେ ଯଦି ଶ୍ରମିକ କର୍ମ·ରୀମାନଙ୍କୁ ଏଭଳି ଶୋଷଣ ଓ ନିର୍ଯ୍ୟାତନା ଦେଇ·ଲନ୍ତି, ତେବେ ବେସରକାରୀ ଅନୁଷ୍ଠାନରେ ଶ୍ରମିକ କର୍ମ·ରୀମାନଙ୍କ ଅବସ୍ଥାକୁ କିଭଳି ଭାବେ ଦେଖିବା? ସାମ୍ବିଧାନିକ ବ୍ୟବସ୍ଥା ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶନାମାକୁ ମଧ୍ୟ ବେଖାତିର କରାଯାଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ ଆଗାମୀ ୭.୪.୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ଆଲୋଚନା ଚକ୍ରକୁ ସମସ୍ତ ରାଜନୈତିକ ଦଳ, ସାମାଜିକ କର୍ମୀ ଓ ଚିନ୍ତାଶୀଳ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇ ଏହି ଅସ୍ଥାୟୀ ବର୍ଗର କର୍ମ·ରୀମାନଙ୍କ ଦୁଃଖ ସମ୍ପର୍କରେ ଅବଗତ କରାଯିବା ସହ ରାଜ୍ୟରେ ଖାଲି ଥିବା ପଦବୀରେ ସେମାନଙ୍କୁ ନିୟମିତ କରି ଏଭଳି କୁତ୍ସିତ ନିଯୁକ୍ତି ପ୍ରଥାକୁ ବିଲୋପ କରିବା ନିମନ୍ତେ ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନୀ ଘୋଷଣା ପତ୍ରରେ ସ୍ଥାନିତ କରିବା ପାଇଁ ଅନୁରୋଧ କରାଯିବ । ସମ୍ବାଦିକ ସମ୍ମିଳନୀକୁ ରବିନାରାୟଣ ମିଶ୍ର, ଶୁଭେନ୍ଦୁ ରାଉତରାୟ, ଭବାନୀ ମୋହନ ପଟ୍ଟନାୟକ, ପ୍ରଭାତ ପରିଡ଼ା, ସନ୍ଧ୍ୟାରାଣୀ ପାଣି, ପ୍ରତାପ ଚନ୍ଦ୍ର ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ନାୟକ ଓ ନିର୍ମଳା ଧଳ ପ୍ରମୁଖ ପରି·ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ