ଭାଜପା ରଷ୍ଟ୍ରୀୟ ଅଧ୍ୟକ୍ଷକଙ୍କ ଗଜପତିରେ ଜନସଭା
ପାରଳାଖେମୁଣ୍ଡ (ଜଗଦୀଶ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଷ୍ଠସ୍ତ ସିଦ୍ଧାମଡଙ୍ଗ ଠାରେ ଭାଜପା ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ଯୋଗଦେଇ ଓଡିଶାରେ ଡବଲ ଇଞ୍ଜିନ୍ ସରକାର ଆବଶ୍ୟକ ବୋଲି କହିଛନ୍ତି । ଏଠାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସାହା ନବୀନ ସରକାରଙ୍କ ଉପରେ ତୀବ୍ର କଟୁ ସମାଲୋଚନା କରିବା ସହ ରାଜ୍ୟରେ ଏକ ଦୁର୍ନୀତି ସରକାର ଚାଲୁ ରହିଛି ବୋଲି କହିଥିଲେ । ଓଡିଶାକୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅର୍ଥ ଯୋଗାଇ ଥିଲେ ମଧ୍ୟ ରାଜ୍ୟ ସରକାର ଅପାରଗତା ଯୋଗୁଁ ତାହା ସାଧାରଣରେ ପହଞ୍ଚି ପାରୁ ନାହିଁ ବୋଲି ସେ କହିଥିଲେ । ତେଣୁ ଓଡିଶାରେ ଏକ ଏମିତି ଯୁବ ମୁଥ୍ୟମନ୍ତ୍ରୀ ବଛାଯାଉ ଯିଏକି ଓଡିଆ ଭାଷାରେ କଥା ହୋଇ ଲୋକଙ୍କ ଦଃୁଖସୁଖ ବୁଝିପାରିବ । ଆଗକୁ ଆସୁଥିବା ନିର୍ବାଚନ ଲୋକମାନେ ଆଉ ପୁନର୍ବାର ସେହି ଭୁଲ ନକରି ନବୀନ ସରକାରଙ୍କୁ ହଟାଇବା ବ୍ୟବସ୍ତା କରନ୍ତୁ ବୋଲି ସେ କହିଥିଲେ । କେନ୍ଦ୍ରରେ ନରେନ୍ଦ୍ରମୋଦୀ ସରକାର ହେବାଠାରୁ ଦେଶ ଓ ଓଡିଶା ରାଜ୍ୟର ବହୁ ବିକାଶ ହୋଇଛି ଦେଶରେ ଶତାଧିକ ଲୋକପ୍ରୀୟ ଯୋଜନା କରାଯାଇଛି । ଦୀର୍ଘ ୧୯ ବର୍ଷର ଶାସନ ପରେ ବି ଓଡିଶାର ଯୁବକ ମାନେ ସୁରଟ ସହରରେ ଦାଦନ ଖଟିବାକୁ ଯାଉଛନ୍ତି । ଓଡିଶାରେ ଭାଜପା ସରକାର ହେଲେ ଲୋକଙ୍କୁ ଆଉ ବାହା ରାଜ୍ୟକୁ ଯିବାକୁ ପଡିବ ନାହିଁ ବୋଲି ତାଙ୍କ ଭାଷଣରେ କହିଥିଲେ ।ଓଡିଶାର ବିକାଶ ବଦଳରେ କେବଳ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିଚାଲିଛି ବୋଲି କହିଥିଲେ । ଏହି ସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ କୁଶାସନ ଭ୍ରଷ୍ଟାଚାର ଓ ଦୁର୍ନୀତି ବିଷୟରେ କହିଥିଲେ । ତେଣୁ ଓଡିଶାରେ ଏକ ପରିବର୍ତ୍ତନ ସରକାର ଦରକାର ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା,ଡଃ.ଦାମୋଦର ରାଉତ,ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ.ଗିରିଧାରୀ ଗମାଙ୍ଗ,ବିଧାୟିକା ବାସନ୍ତି ମଲିକ,ଲୋକସଭା ପ୍ରାର୍ଥି ଭୃଗୁବକ୍ସି ପାତ୍,ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ କେ.ନାରାୟଣ ରାଓ,ମୋହନା ବିଧାୟକ ପ୍ରର୍ଥୀ ପ୍ରସାନ୍ତ ମଲିକ,ଭଜପା ଜିଲ୍ଲା ସଭାପତି ଜି.ଭେଙ୍କଟ ରାବଣା ପ୍ରମୁଖ ଉପସ୍ଥିତ ଥିଲେ । େ


