ଅଫିସ୍ରେ ଚୁପ୍ ହୋଇ ବସିଲେ ମିଳିବ ମାସକୁ ଦରମା ଲକ୍ଷେ ୫୯ ହଜାର

ଅଫିସ୍ରେ କର୍ମଚାରୀମାନେ କାମ କରିଥାନ୍ତି । ଏହା ବଦଳରେ ସେମାନଙ୍କୁ ମାସିକ ପାରିଶ୍ରମିକ ମିଳିଥାଏ । ତେବେ କିଛି କାମ ନ କରି ଅଫିସରେ ଚୁପ୍ଚାପ୍ ବସିଲେ ମାସକୁ ଦରମା ଲକ୍ଷେ ୫୯ ହଜାର ଟଙ୍କା ମିଳୁଥିବା ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ଏହା ସତ୍ୟ ସୁଇଡେନ୍ରେ ରହିଛି ଏପରି ଏକ ଅଫିସ୍ । ସେଠାରେ କର୍ମଚାରୀ କୌଣସି କାମ ନ କରି କେବଳ ସିଟ୍ରେ ଚୁପ୍ଚାପ୍ ବସି ମାସକୁ ମୋଟା ଅଙ୍କର ଦରମା ପାଆନ୍ତି । ଏହି ଅଫିସ୍ରେ ଇଟରନାଲ୍ ଏମ୍ପ୍ଲୟେମେଣ୍ଟ୍ ଅର୍ଥାତ୍ ଶାଶ୍ୱତ ନିଯୁକ୍ତି ନାମକ ଏକ ଆଧ୍ୟାତ୍ମିକ ପ୍ରୋଜେକ୍ଟ ଉପରେ କାର୍ଯ୍ୟ ଚାଲିଛି । ଏହା ସୁଇଡେନ୍ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଗୋର୍ଟନବର୍ଗ ସହରରେ କରାଯାଉଛି । ଏଠାରେ କର୍ମଚାରୀ ଅଫିସ୍ ଆସି କେବଳ ଲାଇଟ୍ ଜଳାଇ ନିଜ ସିଟ୍ରେ ଚୁପ୍ଚାପ୍ ଦିନସାରା ବସିବେ । ଅଫିସ୍ ସମୟ ଶେଷ ହେଲେ ଲାଇଟ୍ ଲିଭାଇ ଘରକୁ ଫେରିବେ । ପ୍ରତିବର୍ଷ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିବ ବୋଲି ପ୍ରୋଜେକ୍ଟର ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ