ଅବକାରୀ ଓ ପୋଲିସର ମିଳିତ ଚଢାଉ ୨୨ କୋଟି ମୂଲ୍ୟର ଗଞ୍ଜେଇ ଗଛକୁ ଜାଳିଲେ

ଦିଗପହଣ୍ଡି,(ଅଳକନାଥ ମିଶ୍ର):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଏସ. ଗୋପାଳପୁର ପଞ୍ଚାୟତ ଗୋଠବଣିଆ ଜଙ୍ଗଲରେ ପ୍ରାୟ ୨୨ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ରୋପଣ କରାଯାଇଥିବା ଗଞ୍ଜେଇ ଗଛ ଗୁଡ଼ିକୁ ସୋମବାର ଅବକାରୀ ଏବଂ ପୋଲିସ ଟିମ୍ ମିଳିତ ଚଢ଼ାଉ କରି ନଷ୍ଟ କରିବା ସହ ସେଗୁଡିକୁ ଜାଳି ଦିଆଯାଇଥିବା ଜଣାପଡିଛି। ଗୁଇନ୍ଦା ସୂଚନାକୁ ଭିତ୍ତିକରି ଅବକାରୀ ଆୟୁକ୍ତ ନରସିଂହ ଭୋଳ ଏବଂ ଅବକାରୀ ଭାରପ୍ରାପ୍ତ ଅଧିକ୍ଷକ ପ୍ରବୀନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଭୋରରେ ଚିକିଟି ଅବକାରୀ ଉପ ଅଧିକ୍ଷକ କୁଳମଣି କୁଁଅର, ବ୍ରହ୍ମପୁର ଅବକାରୀ ଉପ ଅଧିକ୍ଷକ ସ୍ନେହଲତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ଅନୀତା ପ୍ରଧାନଙ୍କ ନେତୃତ୍ୱରେ  ଗଞ୍ଜେଇ ଗଛ ଗୁଡ଼ିକୁ କାଟି ଜବତ କରାଯାଇଥିଲା। ସେଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୨୨ କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।  ଅପରାହ୍ନ ରେ ସାନଖେମୁଣ୍ଡି ତହସିଲଦାର  ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ସେଗୁଡିକୁ ଘଟଣାସ୍ଥଳରେ ଜାଳି ଦିଆଯାଇଥିଲା। ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ବ୍ରହ୍ମପୁର ଅବକାରୀ ଉପ ନୀରିକ୍ଷକ ସଙ୍ଗୀତା ମହାପାତ୍ର, ସସ୍ମିତା ମଲ୍ଲିକ, ବିଶ୍ବମ୍ବର ବିଶ୍ବାଳ,ବି.ମନୋଜ କୁମାର, ଏଏସଆଇ ଏନ୍. ତ୍ରିପତି,ସନ୍ତୋଷ ପାଢ଼ୀ,ଭୁବୁନି ବେହେରା,କନେଷ୍ଟବଳ ଆଲଫଲତା ସାହୁ, ନୀର ବେହେରା, ସୂର୍ଯ୍ୟନାରାୟଣ ଜେନା, ମନୋରଞ୍ଜନ ମହାପାତ୍ର  ଏବଂ ବଳରାମ ସାହୁ ଙ୍କ ସମେତ ପୋଲିସ ଏପିଆର ଫୋର୍ସ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ