ଅବକାରୀ ଚଢ଼ାଉ; ଆଠ ଗିରଫ ; ତିନି କୋର୍ଟଚାଲାଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମରେ ଅବକାରୀ ବିଭାଗ ସହ ମିଳିତ ଚଢାଉ କରି ଦେଶୀମଦ ଏବଂ ପୋଚ ଜବତ କରି ନଷ୍ଟ କରିବା ସହ ଆଠ ଜଣଙ୍କୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ଆଜି ସକାଳୁ ଗାଙ୍ଗପୁର ପୋଲିସ୍ ବାହିନୀ, ସୋରଡ଼ା ଅବକାରୀ ଟିମ୍ ଏବଂ ବ୍ରହ୍ମପୁର ମୋବାଇଲ୍ ଅବକାରୀ ଟିମ ସୋରଡ଼ା ବ୍ଳକ୍ ର କୁଲାଙ୍ଗୀ ଗ୍ରାମରେ ଚଢ଼ାଉ କରି ସେଠାରୁ ୭୪୦୦ ଲିଟର୍ ପୋଚ ଏବଂ ୭୪୦ ଲିଟର୍ ଦେଶୀ ମଦ ଜବତ କରି ନଷ୍ଟ କରିଦେଇଥିଲେ I ଏହା ସହିତ ଘଟଣାରେ ସମ୍ପୃକ୍ତ ଥିବା ଆଠ ଜଣଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି I ଏନେଇ କୁଲାଙ୍ଗୀ ଗ୍ରାମର ମନୋଜ ନାଇକ ଓରଫ ମାଠି ବିରୁଦ୍ଧରେ ୪୩୪/୨୨, ରଞ୍ଜିତ ନାଇକ ବିରୁଦ୍ଧରେ ୪୩୫/୨୨ ଏବଂ କାମ ନାଇକ ବିରୁଦ୍ଧରେ ୪୩୬/୨୨ରେ ତିନୋଟି ଅବକାରୀ ମାମଲା ରୁଜୁ କରାଯାଇ ଆସିକା କୋର୍ଟଚାଲାଣ କରାଯାଇଛି I