ଅବକାରୀ ଧରପଗଡ, ୮ ଗିରଫ

ଛତ୍ରପୁର, (ଓ୍ବାଇଏନ୍ଏସ୍): ଛତ୍ରପୁର, କବିସୂର‌୍ୟ୍ୟନଗର ଓ ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ରମ୍ଭା ଥାନା ଅଞ୍ଚଳର ସନ୍ତୋଷପୁର, ରାଉଳିବନ୍ଧ ଓ ବାଗଲପୁର, ଖଲ୍ଲିକୋଟ ଥାନା ଅଧୀନ ଖୋଜାପଲ୍ଲୀ ଏବଂ କବିସୂର୍ଯ୍ୟନଗର ଥାନା ଅଧୀନ ଗୁଡିଆଳୀ ଅଞ୍ଚଳରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ଚଢଉ କରାଯାଇଥିଲା । ୮ଜଣଙ୍କୁ ଗିରଫ କରାଯାଇଥିବା ସହ ୪୦୦ ଲିଟର ଦେଶୀ ମଦ ଓ ୩ଟି ମୋଟର ସାଇକେଲକୁ ଜବତ ହୋଇଥିବା ନେଇ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ