ଅବକାରୀ ବିଭାଗର ଚଢାଉ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାମଚନ୍ଦ୍ରପୁର ଗ୍ରାମ ସହ ୩ ଟି ସ୍ଥାନରେ ଅବକାରୀ ବିଭାଗର ଚଢାଉ ହୋଇଛି. ୭୭ ଲିଟର ଦେଶୀ ମଦ ସହ ୧୧୫୦ ଲିଟର ପୋଚ ଜବତ କରାଯାଇଛି. ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ପକ୍ଷରୁ ଆଜି ୩ ଟି ସ୍ଥାନରେ ଚଢାଉ କରାଯାଇଛି. ଗରାବଣ୍ଡା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ମହେନ୍ଦ୍ରତନୟା ନଦୀ ଠାରେ ଏବଂ କାଶୀନଗର ଥାନା ଅନ୍ତର୍ଗତ ଲବଗୁଡା ଗ୍ରାମରେ ଚଢାଉ କରି ମଦ ଜବତ କରିଛି. ଏହାର ଆନୁମାନିକ ମୂଲ୍ୟ ୭୧ ହଜାର ୧୨୫ ଟଙ୍କା ହୋଇଥିବା ସୂଚନା ରହିଛି. ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି. ଏହି ଚଢ଼ାଉଟି ଜିଲ୍ଲା ଅବକାରୀ ଜିଲ୍ଲା ଆରକ୍ଷୀକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ନିର୍ଦେଶକ୍ରମେ କରାଯାଇଥିବାବେଳେ ନିରୀକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ନିରୀକ୍ଷକ ଶ୍ରୀମତୀ ନବସ୍ମିତା ନାୟକ, ନିରୀକ୍ଷକ ଚିତ୍ତରଞ୍ଜନ ଜେନା, ନିରୀକ୍ଷକ କିଶୋର ଚନ୍ଦ୍ର ରଥଙ୍କ ସହ ଅବକାରୀଟିମ ଏହି ଚଢ଼ାଉରେ ସାମିଲ ଥିଲେ.