ଅବକାରୀ ବିଭାଗର ବିରୁଦ୍ଧରେ ନିୟୁଜ କରିବାରୁ ଅବକାରୀ ଏ ଏସ ଆଇଙ୍କ ଏତଲା ଗିରଫଦାବୀ କଲା କନ୍ଧମାଳ ସାମ୍ବାଦିକ ସଂଘ

ଫୁଲବାଣୀ,(ସୁର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ସହ ବାଇକ ଭଙ୍ଗାରୁଜା। ଦାରିଙ୍ଗବାଡିର ଦୈନିକ ଖବର କାଗଜ ପ୍ରମେୟର ପ୍ରତିନିଧି ତରଣୀ କୁମାର ସାହୁଙ୍କୁ ଅବକାରୀ ଏ ଏସ ଆଇ ଶାନ୍ତନୁ ପଟ୍ଟନାୟକ ସମେତ ଅନ୍ୟ କର୍ମଚାରୀ ସଂଘବଦ୍ଧ ଭାବେ ଆକ୍ରମଣ ।ବାଇକରେ ଯାଉଥିବା ବେଳେ ଠେଲିଦେବା ସହିତ ଏକ ଲୁହା ରଡରେ ଆକ୍ରମଣ କରିଥିବା ନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ ହୋଇଛି।ପୂର୍ବରୁ ଦାରିଙ୍ଗବାଡି ଅଞ୍ଚଳରେ ଲକଡାଉନ ସମୟରେ ମଧ୍ୟ ଚୋରାଦେଶୀ ମଦ କାରବାର ବୃଦ୍ଧି ପାଉଥିବା ନେଇ ଖବର କାଗଜରେ ପ୍ରକାଶ କରିଥିଲେ ଏଥିରେ ଉତକ୍ଷିପ୍ତ ହୋଇ ଅବକାରୀ ବିଭାଗର ଅଫିସର ଓ କର୍ମଚାରୀ ଚଳନ୍ତାଗାଡିରେ ଡୋରଖୋଲି ଜୀବନରେ ମାରିଦେବାକୁ ଉଦ୍ୟତ କରିଥିଲେ ଏହାକୁ ନେଇ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ତିବ୍ରନିନ୍ଦା କରିଛି ।ଅଭିଯୁକ୍ତ ଅବକାରୀ ଏ ଏସ ଆଇ ଶାନ୍ତନୁ ପଟ୍ଟନାୟକଙ୍କ ସମେତ ସଂପୃକ୍ତ ଅବକାରୀ କର୍ମଚାରୀଙ୍କୁ ତୁରନ୍ତ ଗିରଫ ଦାବୀ କରିଛନ୍ତି ସଂଘର ସଭାପତି ଡ଼ଃ ଅରୁପ କୁମାର ଜେନା ଏବଂ ଜିଲ୍ଲା ପ୍ରତିନିଧି ମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ