ଅବକାରୀ ବିଭାଗର ହାତ ମାରିବାକୁ ଡ଼ର : ପୋଲିସ ଚଢ଼ାଉ କରି ୫ ହଜାର ଲିଟର ଜବତ କଲା ଦେଶୀ ମଦ, ୧୪ ଗିରଫ

ବ୍ରହ୍ମପୁର, (ୱାଇଏନ୍ଏସ୍): ମନୁଷ୍ୟତ ହଜିଯାଇଛି କରୋନା ପରୀ ମାହାରୀ ବିଶ୍ୱକୁ ଘାରି ରହିଥିବାବେଳ କିଛି ଲୋକଙ୍କୁ ଲୋଭ ଖାଇ ଖାଇଯାଉଛି, କୋବିଡ ଯୋଗୁ ସାରା ଭାରତରେ ଲକ ଡାଉନ ଚାଲିଥିବା ବେଳେ ସାଧାରଣ ବ୍ୟକ୍ତି ନିଜର ଜରୁରୀ ସମାନ ବଜାର ରୁ ଆଣିବା କଷ୍ଟ ହୋଇପଡିଛି, ଏହା ସ୍ୱତ୍ୱ କିଛି ମାଫିଆ ନିଜର ସ୍ୱାର୍ଥ ପାଇଁ କେମିତି ଚୋରା ମଦ ବେଧଡକ କରିଚାଲିଛନ୍ତି ଏହାର ପରଦା ଫାସ କରିଛି ବ୍ରହ୍ମପୁର ପୁଲିସ, ବ୍ରହ୍ମପୁରରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ଡିନକୁ ଦିନ ବଢ଼ି ଚାଲିଥିବା ବେଳେ ବ୍ରହ୍ମପୁର ଅବକାରୀ ବିଭାଗ ଏହାକୁ ରୋକିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଆଲୋଚନା ହେଉଛି । କିନ୍ତୁ ଏଠାରେ ଅବକାରୀ ବିଭାଗର କାର୍ଜ୍ୟ କରୁଛି  ପୁଲିସ ବିଭାଗ, ବ୍ରହ୍ମପୁର ପୋଲିସକୁ ମଙ୍ଗଳବାର ରାତ୍ର ଏହି ଦିଗରେ ମିଳିଛି ବଡ଼ ସଫଳତା । ଲାଞ୍ଜିପଲ୍ଲୀ ବାଇପାସ୍ ନିକଟସ୍ଥ ଜଳେଶ୍ୱଖଣ୍ଡିସ୍ତିତ ଏକ ଇଟା ଭାଟି ନିକଟରେ ଦେଶୀ ମଦ କାରବାର ହେଉଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା, ପରେ ବ୍ରହ୍ମପୁର ଏସ୍ପି ପିନାକୀ ମିଶ୍ରଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏସ୍ଡ଼ିପିଓ ବିଷ୍ଣୁପ୍ରସାଦ ପତି ଓ ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ୍ନ ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ଏ ନେଇ ବିଏନ୍‌ପୁର ପୋଲିସ କେସ୍ ନଂ ୧୦୯/୨୦୨୦ ଅବକାରୀ ଆଇନରେ ମାମଲା ରୁଜୁ କରାଯାଇଥିôା ବେଳେ ତଦନ୍ତ ଜାରି ରହିଛି । ୨୦ଲିଟର୍ ପ୍ଲାଷ୍ଟିକ୍ ଜାର୍ ଓ ପାଉଚ୍‌ରେ ଥିବା ୪୭୪୦ ଲିଟର ଦେଶୀ ମଦ ସମେତ ୨୩୮୦୦ ଲିଟର୍ ପୋଚ, ଦୁଇଟି ମଦ ପ୍ୟାକିଂ ମେସିନ, ନଗଦ ୧୨,୨୯୦ ଟଙ୍କା ସିଜ୍ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅରବିନ୍ଦନଗର ଦ୍ୱିତୀୟ ଲାଇନର ଭାସ୍କର ସାହୁ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଲିପଦର ଗ୍ରାମର ମାନସ ଜାଲ, କୁଞ୍ଜ ଜାଲ, ସୁଧିର ଜାଲ, ବିଡ଼ିଓ ଜାଲ, କୈଳାସ ଜାଲ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଟୁପାଉଡ଼ର ଗ୍ରାମର ଅର୍ଜୁନ ବତ୍ସ, ଚମ୍ପେଶ୍ୱର ବତ୍ସ, ତେଜେରାମ ବାଗ୍‌, ନାଶିକ ବାଗ, ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଚୌରସ ଗ୍ରାମର ବେଣୁଧର ଦାସ, ଦେଭୁଇଁ ଗ୍ରାମର ଡମ୍ବୁରୁ ସେରେମା, ଲୋକନାଥ ଥୋପା, ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗି ନୂଆବାଉରୀ ସାହିର ଦିପୁ ଦାସ, । ସହର ନିକଟରେ ଏତେ ପରିମାଣର ଦେଶୀ ମଦ କାରବାର ହେଉଥିଲେ ମଧ୍ୟ ବ୍ରହ୍ମପୁର ଅବକାରୀ ବିଭାଗ କିପରି ଏହାର ଟେର୍ ପାଇପାରିଲା ନାହିଁ ତାହା ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଅବକାରୀ ବିଭାଗର କାର‌୍ୟ୍ୟ ପୋଲିସ ବିଭାଗ କରିବ ତାହାଲେ ଅବକାରୀ ବିଭାଗର ଏଠାରେ କାର‌୍ୟ୍ୟ କ’ଣ ବୋଲି ସାଧାରଣରେ ଆଲଚନା ହେଉଛି । ବିଗତ ଦିନରେ ଗଞ୍ଜାମ ଜିଲ୍ଲାରେ ମଦମୃତ୍ୟୁ ଜନିତ ଘଟଣା କାହାକୁ ଅଛପା ନଥିବା ବେଳେ ଖୋଦ୍ ବ୍ରହ୍ମପୁର ଅବକାରୀ ବିଭାଗର ନାକ ତଳେ ଏପରି ଚୋରା ଦେଶୀ ମଦ କାରବାର ଖୁଲମ୍ଖୁଲା ଭାବେ ଚାଲିବା ବ୍ରହ୍ମପୁର ଅବକାରୀ ବିଭାଗର ପାରିବାପଣ ଉପରେ ସନ୍ଦେହ ସୃଷ୍ଟି କରୁଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ମଦଭାଟିର ମାଲିକ ସହ କର୍ମଚାରୀ ଥିବା ବ୍ରହ୍ମପୁର ପୋଲିସ ସୂଚନା ଦେଇଛି । ସାଧାରଣରେ ବ୍ରହ୍ମପୁର ପୋଲିସର ଏହି କାର‌୍ୟ୍ୟକୁ ପ୍ରଶଂସା କରାଯାଇଛି । ଏଠାରେ ଉଲେଖ ଯୋଗ୍ୟ ଯେ ଏପରି ଏହି ଚୋରା ମଦ କାରବାରରେ କିଛି ପ୍ରଭାବଶାଳି ବ୍ୟକ୍ତିଙ୍କ ସମେତ କିଛି ଅବକାରୀ ବିଭାଗୀୟ ଅଧିକାରୀଙ୍କ ପ୍ରଛନ୍ନ ହାତ ଥିବା ନେଇ ଆଲୋଚନା ହେଉଛି, ଏ ନେଇ ଉଚସ୍ତରୀୟ ତଦନ୍ତ କରା ଗଲେ ପ୍ରକୃତ ରହସ୍ୟର ପରଦାଫାସ ହେବା ସହ ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ପ୍ରକୃତ ବ୍ୟକ୍ତି କିଏ ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ