ଅବକାରୀ ବିଭାଗ ପକ୍ଷରୁ ଚଢାଉ ୨୦ ଲି ଦେଶୀ ଚୋରା ମଦ ଜବତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ରବିବାର ଦିନ ସଂନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ପୁରୁଣା ପାଣି ପଞ୍ଚାୟତର ପୋଖରୀଆ ରାସ୍ତାରେ  ଜଣେ ଯୁବକ ସେମାନଙ୍କୁ ଦେଖି ବାଇକକୁ ଦୃତ ଗତିରେ ଚଳାଇ ଖସି ପଳାଉଥିଲା ।ଅବକାରୀ ବିଭାଗ ତାକୁ ସନ୍ଦେହ କରି ପିଛା କରି ବାଇକ ସହ ଯୁବକକୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ତା’ପାଖରୁ ୨୦ ଲି ଦେଶୀ ମଦ ଜବତ କରିଥିଲେ ।ଅବକାରୀ ବିଭାଗ ବେଆଇନ ମଦ ଚାଲାଣକାରୀ ଯୁବକ ସହ ହିରୋ ହୋଣ୍ଡା ଡିଲକ୍ସ ବାଇକ ଏବଂ ମଦ ଜବତ କରିଛି ।ଯୁବକ ନାମରେ କେଶ ମାମଲା ୫୪/୨୩-୨୪ ରୁଜୁ କରି କୋର୍ଟ ଚାଲାଣ କରିଛି ।ଯୁବକର ଘର ଝାଡ଼ଖଣ୍ଡ ରାଜ୍ୟର ପୂର୍ବ ସିଂହଭୂମ ଜିଲ୍ଲାର ଡୁମୁରିଆ ଥାନା ଅନ୍ତର୍ଗତ ଧଳାବେଡା ଗ୍ରାମର ଗୋଵରା ଲୁଗୁନ (୩୩) ।ସେ ଏଠାରେ ବେଆଇନ ମଦ କାରବାରରେ ଦିର୍ଘ ଦିନ ହେଲା କରି ଆସୁଥିବା ଲୋକେ କହୁଛନ୍ତି ।ଚଢ଼ାଉରେ ଅବକାରୀ ବିଭାଗ ଅଧିକାରୀ ନାରାୟଣ ଚନ୍ଦ୍ର ମେଳା ଏବଂ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ