ଅବସରକାଳୀନ ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ସିଙ୍ଘପାନିଆ ଆଞ୍ଚଳିକ ସାଧନକେନ୍ଦ୍ର ପରିସର ରେ ଗୋପ ବ୍ଲକ ଶିକ୍ଷାବିଭାଗ ସିଆରସିସି ସୁଚରିତା ପାତ୍ର ଙ୍କ ତତ୍ବାବଧାନରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବ୍ଲକ ର ସହକାରୀ ଶିକ୍ଷା ଅଧିକାରୀ ବିଳାସିନୀ ମଲ୍ଲ ଅବସର ନେଇଥିବାରୁ ତାଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବାକୁ ଓ ନୂତନ ଭାବେ ସହକାରୀ ଶିକ୍ଷା ଅଧିକାରୀ ଭାବରେ ଯୋଗ ଦେଇଥିବା ପୁଷ୍ପମିତ୍ରା ମିଶ୍ର ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବାକୁ ଏକ ମିଳିତ ଉତ୍ସବ ର ଆୟୋଜନ କରାଯାଇଥିଲା। ଶିକ୍ଷକ ସମନ୍ୱୟ ସମିତି ର ସଭାପତି ସରୋଜ କୁମାର ମିଶ୍ର ଏହି ଉତ୍ସବ ରେ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ସୁଶୀଲ କୁମାର ବ୍ରହ୍ମା, ସହ ଶିକ୍ଷା ଅଧିକାରୀ ବେଣୁ ଧର ମଲ୍ଲିକ, ଆଶିଷ କୁମାର ବେହେରା, ପ୍ରଧାନ ଶିକ୍ଷକ ବିବର୍ତ୍ତନ ଦିକ୍ଷୀତ ପ୍ରମୁଖ ଯୋଗ ଦେଇଥିଲେ।ଅବସର ନେଇଥିବାରୁ ଶ୍ରୀ ମତୀ ମଲ୍ଲ ଙ୍କୁ ଓ ନୂତନ ଭାବେ ଯୋଗ ଦେଇଥିବାରୁ ଶ୍ରୀ ମତୀ ମିଶ୍ର ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥି ମାନେ ସମ୍ମାନୀତ କରିଥିଲେ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।