ଅବସରକାଳୀନ ସମ୍ବର୍ଦ୍ଧନା
କାମାକ୍ଷାନଗର ( ଯୁଗାବ୍ଦ ନ୍ୟୁଜ) କାମାକ୍ଷାନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦକାନ୍ତ ରାଏଙ୍କୁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଦନା ଛାତ୍ରଛାତ୍ରୀଙ୍କ ଦ୍ୱାରା ଦିଆଯାଇଛି । ଶ୍ରୀଯୁକ୍ତ ରାଏ ୩୮ବର୍ଷ କାଳ ଇଂରାଜୀ ଅଧ୍ୟାପକ ଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି । ପ୍ରଥମେ ବଣାଇଗଡ ମହାବିଦ୍ୟାଳୟରେ ୧୯୮୧ ମସିହାରେ ଅଧ୍ୟାପକଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରି ୧୯୮୭ ମସିହାରେ ପଦୋନ୍ନତି ପାଇ ବରିଷ୍ଠ ଅଧ୍ୟାପକ ଭାବେ ସୋରରେ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ଓ ବାପୁଜୀ ମହାବିଦ୍ୟାଳୟ ଛେଣ୍ଡିପଦାରେ ଶିକ୍ଷାଦାନ ଦାୟିତ୍ୱ ନିର୍ବାହ କରି ସମସ୍ତ କାମାକ୍ଷାନଗର ମହାବିଦ୍ୟାଳୟ ରେ ୧୯୯୮ ମସିହାରେ ଯୋଗ ଦେଇଥିଲେ । ୨୦୧୪ ମସିହାଠାରୁ ୨୦୧୯ ଜୁନ ୩୦ ପର୍ଯ୍ୟନ୍ତ କାମାକ୍ଷାନଗର ମହାବିଦ୍ୟାଳରେ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରି ସମସ୍ତ ଛାତ୍ରଛାତ୍ରୀ , କର୍ମଚାରୀ ଓ ଅଭିଭାବକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଛନ୍ତି । ଶ୍ରୀଯୁକ୍ତ ରାଏ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଥିବାରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଦାନା ଦେବାପାଇଁ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ପହଞ୍ଚି ଅଧ୍ୟକ୍ଷଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଦନା ଦେଇଇଥଲେ