ବ୍ରହ୍ମପୁର ସହରକୁ ଭେକ୍ଟର ବାହିତ ରୋଗରୁ ମୁକ୍ତ ରଖିବା ପାଇଁ ଅଭିଯାନ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଭେକ୍ଟର ବାହିତ ରୋଗ ଯଥା – ମ୍ୟାଲେରିଆ , ଡେଙ୍ଗୁ, ଡାଇରିଆ ଏବଂ ମସ୍ତିସ୍କ ଜ୍ୱର ନିରାକରଣ ନିମନ୍ତେ ଆସନ୍ତା ଜୁଲାଇ ୨ତାରିଖରୁ ଏହି ଅଭିଜାନ ଆରମ୍ଭ ହୋଇ ସେପ୍ଟେମ୍ବର ୨୦୧୯ରେ ଶେଷ ହେବ ବୋଲି ସୁଚନା ମିଳିଛି । ଏହି ଅଭିଜାନରେ ୧୭୦ ମହିଳା ଆରୋଗ୍ୟ ସମିତି , ୧୯୬ି ଅଙ୍ଗନୱାଡି ସେଣ୍ଟର , ୨୦୯ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଦିବସ , ୧୮୧ ନିୟମିତ ଟୀକାକରଣ ଦିବସ , ୧୮୪ଟି ବିଦ୍ୟାଳୟ ସହ ୭ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ସଚେତନତା ଓ ନିରାକରଣ ଅଭିଜାନ ଦୀର୍ଘ ତିନି ମାସ ଧରି ପାଳିତ ହେବ । ଏହି ଅଭିଯାନରେ ସଚେତନତା କାର୍ଯ୍ୟକ୍ରମ ସହିତ ଗୋଷ୍ଠୀ ସ୍ତରୀୟ ହାତ ଧୂଆର ଉପକାରିତା , ବ୍ୟକ୍ତିଗତ ତଥା ପାରିପାଶ୍ୱର୍ିକ ପରିଚ୍ଛନ୍ନତା , ସମୁହ ରାଲି , ପୋଷ୍ଟର ଅଭିଯାନ , ସମୂହ ସଫେଇ ଅଭିଯାନ, ମଶାରୀ ଟାଣି ଶୋଇବା , ବାହାରେ ମଳ ତ୍ୟାଗ ନକରିବା , ଲଟାବୁଦା ସଫା କରିବା , ପରିବେଶ ସଫା ରଖିବା ଆଦି ଜନସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ