ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ଜାତୀୟ ପେନସନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) : ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘଗୃହରେ ୪୦ତମ ଜାତୀୟ ପେନସନ ଦିବସ ସଂଘର ସଭାପତି ଧୀରେନ୍ଦ୍ର ନାରାୟଣ ଦାସଙ୍କ ସଭାପତିତ୍ୱରେ ବୁଧବାର ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ଜିଲା କୋଷାଗାର ଅଧିକାରୀ ରଘୁନାଥ ମୁର୍ମୁ ଉଦଘାଟନ କରିଥିଲେ । ପେନସନ ଦିବସ ପାଳନର ଯଥାର୍ଥତା ଓ ପେନସନଧାରୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଷ୍ଟେଟବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ହେମନ୍ତ କୁମାର ବେହେରା ଯୋଗଦେଇ ପେନସନ ଉପଭୋକ୍ତାମାନେ ବ୍ୟାଙ୍କରୁ କିପରି ସହଜରେ ଆର୍ଥିକ ସୁବିଧା ସୁଯୋଗ ପାଇପାରିବେ ସେ ଗୁରୁତ୍ୱାରୋପ କରିଥିଲେ । ସଂଘର ଉପ-ସଭାପତି ଇଂ ସୁରେନ୍ଦ୍ର ନାଥ ଦାସ ଓ ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରଜ୍ଞା ମିଶ୍ର ମଧ୍ୟ ତାଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଶାଖା ସଂଘର କର୍ମକର୍ତ୍ତା କୁମୁଦ ରଞ୍ଜନ ଗିରି, ଅଜୟ ନାୟକ, ଯୋଗେନ୍ଦ୍ର ସି ଏହି ଦିବସ ପାଳନର ମହତ୍ୱ ଓ ଆବଶ୍ୟକତା ସମ୍ପର୍କରେ କଥା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭବେଶ ଚନ୍ଦ୍ର ପଣ୍ଡା, ଇଂ. ଗୌରାଙ୍ଗ ସାହୁ, ଲମ୍ବୋଦର ରଥ, ବିଷ୍ଣୁଚରଣ ପାଢ଼ୀ, ବସନ୍ତ କୁମାର ନାୟକ, ସେଖ୍ ଆଲାଉଦ୍ଦିନ୍‌, ବେଣୁଧର ପାଳ, ଅକ୍ଷୟ କୁମାର ତ୍ରିପାଠୀ, ବେଣୁଧର ସାହୁ, ରାମଚନ୍ଦ୍ର ବାଗ, ରମେଶ ଚନ୍ଦ୍ର ଜେନା, ସୁଦର୍ଶନ ଦାସ, ଅରୁଣା ରାୟ, ସାବିତ୍ରୀ ଦାସ, ଡା. ତାରାକାନ୍ତ ନନ୍ଦ, ବିଜୟ କୁମାର ଦାସ ଅଧିକାରୀ, ଶ୍ରୀରାମ ପ୍ରସାଦ ଦାଶ, କେଶବ ଚନ୍ଦ୍ର ମହାନ୍ତି, ଲମ୍ବୋଦର ଗିରି ପ୍ରମୁଖ ଯୋଗ ଦେଇଥିଲେ । କ୍ଷିତୀଶ୍ୱର ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ