ଅବସରପ୍ରାପ୍ତ କିରାଣି ଓ ବରିଷ୍ଠ ନାଗରିକଙ୍କ ପରଲୋକ
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ରାଜସ୍ୱ ବିଭାଗରୁ ଅବସର ଗ୍ରହଣ କରିଥିବା ବରିଷ୍ଠ କିରାଣି କାମେଶ୍ୱର ପାତ୍ରଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ଗତକାଲି କାମେଶ୍ୱର ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଥିଲା । ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଶୋକାକୁଳ ପରିବେଶ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର ଫୁଲବାଣୀ ଠାରେ କରାଯାଇଛି । ଖବର ପାଇଁ ରାତ୍ରରେ ବହୁ ବ୍ୟକ୍ତି ବିଶେଷ ସ୍ୱର୍ଗତ କାମେଶ୍ୱର ପାତ୍ରଙ୍କର ନିଜଘର କେନ୍ଦୁପଦର ଠାରେ ପହଁଚି ଶେଷ ଦର୍ଶନ କରିଥିଲେ । ତିନିପୁଅଙ୍କ ମଧ୍ୟରୁ ବଡ଼ପୁଅ ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ମୃତ୍ୟୁରେ ସମଗ୍ର ଫୁଲବାଣୀରେ ଶୋକରଛାୟା ଖେଳିଯାଇଛି ।