ଅବସରପ୍ରାପ୍ତ ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ ) :-ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକସଂଘର ଉପସଭାପତି ଖୋର୍ଦ୍ଧାଜିଲ୍ଲାର ପ୍ରାକ୍ତନ ସମ୍ପାଦକ ବିପ୍ଳବୀ ନେତା ଗୋଦାବରିଶ ପାଇକରାୟଙ୍କ ପରଲୋକରେ ହାଡଡିହି ବ୍ଲକ ଅବସରପ୍ରାପ୍ତ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅଣାମଠ ଠାରେ ଅନୁଷ୍ଠିତ ଏହି ସ୍ମୃତିଚାରଣସଭାରେ ସମ୍ପାଦକ ଚୁଡାମଣୀ ଘଡେଇ, ସଭ୍ୟ ବାବାଜି ଚରଣ ପାତ୍ର, ଅଳେଖ ପାତ୍ର, ଦୟାନିଧି ରାଉତ, ଭାଗିରଥି ନାୟକ, ରାମଚନ୍ଦ୍ର ମହାନ୍ତି, ଘନଶ୍ୟାମ ପହି, ମଧୁସୁଦନ ରାଉତ, ବ୍ରହ୍ମାନନ୍ଦ ପତିଙ୍କ ସମେତ ଅନେକ ଅବସରପ୍ରାପ୍ତ ଶିକ୍ଷକ ଯୋଗଦେଇ ସ୍ୱର୍ଗତ ଗୋଦାବରିଶ ପାଇକରାୟଙ୍କ ଗୁଣାବଳୀ,ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧୦ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ