ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ବିୟୋଗରେ ଶୋକସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବ୍ୟାସକବି ନଗର ବିକାଶ ପରିଷଦର ପୂର୍ବତନ ସଭାପତି ତଥା ଅବସରପ୍ରାପ୍ତ ଡିଏସ୍‌ପି ସ୍ୱର୍ଗତ କୃଷ୍ଣଚନ୍ଦ୍ର ସିଂହଙ୍କ ଦେହାନ୍ତରେ ଏକ ଶୋକସଭା ସଭା ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଚତୁର୍ଭୁଜ ଜେନା, ଅଖିଳ କୁମାର ଦାସ, ନରେନ୍ଦ୍ର କୁମାର ସ୍ୱାଇଁ, ସରସ୍ୱତୀ ପଣ୍ଡା, ଜିତେନ୍ଦ୍ର ଉପାଧ୍ୟାୟ, ରାଜକିଶୋର ଦାସ ଅଧିକାରୀ, ଇଂ. ପ୍ରତାପ ଚନ୍ଦ୍ର ନାୟକ, ରଂଜନ ବାଗ, ପ୍ରଭାତ ସାହୁ, ବେଣୁଧର ପଣ୍ଡା, ଇଂ. ଡମ୍ବରୁ ପ୍ରଧାନ, ରାଜକିଶୋର ରାଉତ, ଭଗବାନ ମହନୀ, ସୁବାସ ଚନ୍ଦ୍ର ନାୟକ, ଫିଉଚର ବାଲେଶ୍ୱରର ସଭାପତି ବିଜୟ ପାଣିଗ୍ରାହୀ ଓ ସଂପାଦକ ଦୁକୁଲ ଚନ୍ଦ୍ର ଘଡ଼ାଇ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ସିଂହଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ସିଂହ ପୋଲିସ୍ ଚାକିରିରୁ ଅବସର ନେବାପରେ ବ୍ୟାସକବି ନଗରରେ ସ୍ଥାୟୀ ବାସିନ୍ଦାଭାବେ ସପରିବାର ରହିଆସୁଥିଲେ । ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିବା ସ୍ୱର୍ଗତ ସିଂହ ସାମାଜିକ ଜୀବନରେ ମଧ୍ୟ ଅତ୍ୟନ୍ତ ନମ୍ର, ଭଦ୍ର ଓ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ସେ ଜୀବନକାଳରେ ସମୟାନୁବର୍ତ୍ତିତାକୁ ଅଧିକ ଗୁରୁତ୍ୱ ଦେବା ସହ ଅନ୍ୟମାନଙ୍କୁ ପରାମର୍ଶ ଦେଉଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ସିଂହଙ୍କ ବଡ଼ଝିଅ ରୀନା ମହାନ୍ତି ତାଙ୍କ ବାପାଙ୍କର ଏକ ପ୍ରିୟ ଭଜନ ଗାନ କରିଥିଲେ ଓ ପ୍ରସନ୍ନଜିତ୍ ଜାନା ଉପସ୍ଥିତମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ