ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବ୍ରହ୍ମା (୬୮)ଙ୍କ ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି।ଗତ କିଛି ଦିନ ଧରି ତାଙ୍କ ଶରୀରରେ ଅମ୍ଳଜାନ ସ୍ତରରେ ଅଭାବ ପରିଲକ୍ଷିତ ହୋଇ ସେ ଶ୍ବାସପ୍ରଶ୍ବାସ କ୍ରିୟାରେ କଷ୍ଟ ଅନୁଭବ କରୁଥିଲେ।ଭୂବନେଶ୍ୱରର ଏକ ଘରୋଇ ହସପିଟାଲରୁ ଚିକିତ୍ସିତ ହୋଇ ଫେରିବା ପରେ ବ୍ରହ୍ମପୁର ଗୋଷାଇଁ ନୂଆଗାଁ ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିଲା।ସେ ବିଭିନ୍ନ ଅନୁଷ୍ଠାନ ସହ ଓତଃପ୍ରୋତ ଭାବେ ଜଡିତ ରହି ଆସିବା ସହ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ଉପଦେଷ୍ଟା ମଧ୍ୟ ରହିଥିଲେ।ତାଙ୍କରି ବିୟୋଗରେ କଇଠଡା ବିଦ୍ୟାଳୟରେ ଶୋକସଭା ଆୟୋଜିତ ହୋଇ ପ୍ରଧାନ ଶିକ୍ଷୟିତ୍ରୀ ଆଶା ଆଚାର୍ଯ୍ୟଙ୍କ ସମେତ ରବିନ୍ଦ୍ର କୁମାର ରଣା, ଆରତୀ ସାହୁ, ଲଳିତା କୁମାରୀ ପାତ୍ର, ସୁନିଲ କୁମାର ବାଡତ୍ଯା, ଇ.ସିମାଦ୍ରି ପାତ୍ର, ବିଦ୍ୟାଳୟ ସଭାପତି ସାତ୍ଯାମା ରେଡି, ଉପସଭାପତି ରବିନ୍ଦ୍ର ପଣ୍ଡା ପ୍ରମୁଖ ସ୍ମୃତି ଚାରଣ କରିଥିଲେ।ସେହିଭଳି ଅଙ୍ଗନବାଡି ସଂଘ ସଭାନେତ୍ରୀ ବନିତା ପାତ୍ରଙ୍କ ଅଧ୍ଯକ୍ଷତାରେ ଶୋକ ସଭା ଆୟୋଜିତ ହୋଇ ସମ୍ପାଦିକା ସୁଲୋଚନା ରଥ, ସୁଲତା ପଟ୍ଟନାୟକ, ମୀନତି ପଟ୍ଟନାୟକ, ପ୍ରଭାସିନୀ ଦେବୀ, ରେଣୁ ପ୍ରଧାନ ପ୍ରମୁଖ ବହୁ କର୍ମୀ ସ୍ମୃତି ଚାରଣ କରି ସଂଘ ପ୍ରତି ସ୍ବର୍ଗତ ବ୍ରହ୍ମାଙ୍କ ଅବଦାନ ଚୀର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ