ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ଦେଶ ତଥା ଆମ ରାଜ୍ୟ ଓଡିଶାରେ ସୃଷ୍ଟି ହୋଇଥିବା କରୋନା ମହାମାରୀ ଜନିତ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ସଙ୍ଘ ପକ୍ଷରୁ ୨୧ହଜାର ୩୧୧ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି । ସଙ୍ଘ ପକ୍ଷରୁ ନିତ୍ୟାନନ୍ଦ ମହାନ୍ତି, ଗୈାରାଙ୍ଗ ଚରଣ ସାହୁ, ଉମେଶ ଚନ୍ଦ୍ର ପରିଡା, କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ଡ୍ରାଫ୍ଟ ପ୍ରଦାନ କରିଥିଲେ । ସଙ୍ଘର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ବରାଳ, ମାଧବାନନ୍ଦ ମହାପାତ୍ର, ଦୁର୍ଯ୍ୟୋଧନ ସେଠୀ, ଶରତ କୁମାର ମହାନ୍ତି, ହରିପଦ ପଣ୍ଡା, ରାମଚନ୍ଦ୍ର ସେଠୀ, ଭୀମସେନ ଦାସ, ପ୍ରମୋଦ ସାହାଣୀ, ସୈାରପ୍ରସାଦ ତ୍ରିପାଠୀ, ସୁନାକର ଜେନା, ଉଦୟନାଥ ସାହୁ, ଫକିର ମୋହନ ବେହେରା, ଧରଣୀଧର ମଲ୍ଲିକ, ମହେନ୍ଦ୍ର କୁମାର ମିଶ୍ର, ଅତୁଲ ଚନ୍ଦ୍ର ଗିରି, ରମେଶ ଚନ୍ଦ୍ର ବିହାରୀ, ରବିନ୍ଦ୍ର ନାଥ ସାହୁ, ବିଜୟ କୁମାର ଦାସ, ନିତ୍ୟାନନ୍ଦ ସେଠୀ ପ୍ରମୁଖ ଏହି ମହାନ କାର୍ଯ୍ୟ ନିମନ୍ତେ ସକ୍ରୀୟ ସହଯୋଗ କରିଥିବାରୁ ସଙ୍ଘ ପକ୍ଷରୁ ସେମାନଙ୍କୁ ସାଧାରଣ ସମ୍ପାଦକ ଶ୍ରୀ ମେକାପ କୃତଜ୍ଞତା ଜଣାଇଛନ୍ତି ।