କରୋନା କାହାଣି ବଖାଣିଲେ କଳାକାର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସଙ୍ଗୀତ,ସଂଳାପ ଓ ନୃତ୍ୟ ମାଧ୍ୟମରେ କରାଗଲା କରୋନା ସଚେତନତା । ବିଶ୍ୱ ବ୍ୟାପି କରୋନାର ସ୍ଥିତି ଏବଂ ଏହାର ପ୍ରତିକାରକୁ ନେଇ ବିଭିନ୍ନ ବାର୍ତ୍ତା ଦେଲେ କଳାକାର । ଏମିତି ଏକ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ତଥା ସାମ୍ବାଦିକ ମାତୃଦତ୍ତ ମହାନ୍ତିଙ୍କ ରଚିତ ନାଟକ “କରୋନା କାହାଣୀ ଦିଏ ବଖାଣି”ର ନିଖୁଣ ନାଟ୍ୟ ରୂପାନ୍ତର କରିଥିଲେ ସ୍ଥାନୀୟ ଜମରାସ୍ଥିତ ‘ଗୋବରୀ ନାଟ୍ୟ ପରିଷଦ’ର କଳାକାର ମାନେ । ଏହାର ପ୍ରଯୋଜନା ମନୋଜ ସାହୁ କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଶାନ୍ତନୁ ଓଝା । ବିଭିନ୍ନ ଭୂମିକାରେ ଭରତ ଜେନା, ଶୁଭଶ୍ରୀ ମଲ୍ଲିକ, ସୁଶ୍ରୀ ସଙ୍ଗୀତା ଦାସ ଓ ଦୁର୍ଗା ପ୍ରସାଦ ପ୍ରମୁଖ ଅଭିନୟ କରିଥିଲେ । ପ୍ରଫୁଲ୍ଲ ଚନ୍ଦ୍ର ବରାଳ ସଙ୍ଗୀତ ରଚନା କରିଥିଲେ । ଏହି ନାଟକରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ପ୍ରତିହତ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବୀବରଣୀ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ନାଟକକୁ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଯୋଗଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଅତିଥି ଭାବେ ଯୋଗଦେଇ କଳାକାର, ପ୍ରଯୋଜକ ଓ ନିର୍ଦେଶକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ