ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ ଅମୃତ ମହୋତ୍ସବ ସ୍ୱାଧୀନତା ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ ଦ୍ୱାରା ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ଦିବସକୁ ବିଧିବଦ୍ଧ ଭାବରେ ପାଳନ କରାଯାଇଛି । ପ୍ରଥମେ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ, ଯୋଗ ସମିତି ଓ ସହାୟକଙ୍କ ଦ୍ୱାରା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଶହୀଦପାର୍କସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରଭାତଫେରୀ କରିଥିଲେ । ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପରେ ପ୍ରଭାତଫେରି ପାଇଁ ଯାଇଥିବା ବ୍ୟକ୍ତି ବିଶେଷ ସଂଘ କାର୍ଯ୍ୟାଳୟ ପରିସରକୁ ଆସି ପତାକା ଉତ୍ତୋଳନ ଓ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଂଘର ପ୍ରାକ୍ତନ ସଭାପତି ଧୀରେନ୍ଦ୍ର ନାରାୟଣ ଦାସ ପତାକା ଉତ୍ତୋଳନ କରିବା ପରେ ସଂଘର ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଯୋଗ ସମିତିର ସଭ୍ୟାବୃନ୍ଦ ଜାତୀୟ ସଂଗୀତ ଗାନ କରିଥିଲେ । ଜଳଧର ପଣ୍ଡାଙ୍କ ଦ୍ୱାରା ଦେଶାତ୍ମବୋଧ ସଂଗୀତ ଗାନ ପରେ ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ଜ୍ଞାନେନ୍ଦ୍ର ସାହୁ, ଶତୃଘ୍ନ ପଣ୍ଡା, ବିଜୟ ଅଧିକାରୀ, ଗୋବିନ୍ଦ ମାଝୀ, ଅକ୍ଷୟ କୁମାର ତ୍ରିପାଠୀ, ସାବିତ୍ରୀ ବେହେରା ଇତ୍ୟାଦି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସମ୍ପାଦକ ବସନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଉପସଭାପତି ଇଂ. ସୁରେନ୍ଦ୍ରନାଥ ଦାସ, କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ସାହୁ, ସାବିତ୍ରୀ ଦାସ, ଶଚୀନ୍ଦ୍ର ଦାସ, ସୁଜିତ କୁମାର ଜେନା, ଭବେଶ ଚନ୍ଦ୍ର ପଣ୍ଡା, ଶେଖ ଆଲ୍ଲାଉଦ୍ଦିନ, ଶଶାଙ୍କ ଶେଖର ଦତ୍ତ, ଦାମୋଦର ନାୟକ, ରେଣୁକା ଜେନା, ମାନସୀ ଦାସ, ରୀତା ରାୟ, ଜ୍ୟୋତ୍ସ୍ନା ରାୟ, ସୁବାସିନୀ ପରିଡ଼ା, ପ୍ରତିମା ପଣ୍ଡା, ବିଜୟଲକ୍ଷ୍ମୀ ଜେନା, ଅନିତା ମିତ୍ର, ସ୍ନେହଲତା ଦାସ, ଅର୍ଚ୍ଚନା କର, ଚାରୁବାଳା ରଥ, ନିୟତି ଦାଶ, ମଞ୍ଜୁଲତା ବିଶ୍ୱାଳ, ଲମ୍ବୋଦର ଗିରି, ରବିନାରାୟଣ ଭୋଳ, କେଶବ ମହାନ୍ତି, ବୈଦ୍ୟନାଥ ନାୟକ, ବିଷ୍ଣୁ ଚରଣ ପାଢ଼ୀ, ଦିଲ୍ଲୀପ ଚକ୍ରବର୍ତ୍ତୀ, ଶ୍ରୀରାମ ପ୍ରସାଦ ଦାଶ, କିଶୋର ଚନ୍ଦ୍ର ବେହେରା, ପ୍ରକାଶ ଚନ୍ଦ୍ର ମହାପାତ୍ର, ପ୍ରଣିତା ମିଶ୍ର, ପ୍ରଫୁଲ୍ଲ କୁମାର ଦାସ, ଯୁଧିଷ୍ଠିର ନନ୍ଦ, ମୀନା ସେଠୀ, ରମେଶ ଚନ୍ଦ୍ର ଜେନା, ପଦ୍ମଲୋଚନ ଦତ୍ତ, କ୍ଷେତ୍ରମୋହନ ନାୟକ, ଲକ୍ଷ୍ମୀପ୍ରିୟା ଜେନା ପ୍ରଭୃତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ